ହାଇଦ୍ରାବାଦର ବିଜୟ ରଥକୁ ରୋକିଲା ମୁମ୍ବାଇ

ମୁମ୍ବାଇ: ବୁଧବାର ଖେଳାଯାଇଥିବା ଆଇପିଏଲର ଏକ ମ୍ୟାଚ୍‌ରେ ସନରାଇଜର୍ସ୍‌ ହାଇଦ୍ରାବାଦକୁ ହରାଇ ୪ ୱିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ୍‌। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଏକ ମ୍ୟାଚରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୫୮ ରନ କରିଥିଲା । ଦଳ ପକ୍ଷରୁ ଶିଖର ଧାୱନ ୪୮ ଓ ୱାର୍ଣ୍ଣର ୪୯ ରନ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବିପକ୍ଷ ଦଳର ବୋଲିଂକୁ ସାମ୍ନା କରିପାରିନଥିଲେ। ମୁମ୍ବାଇ ପକ୍ଷରୁ ସଫଳ ବୋଲର ଭାବେ […]

ipl

ipl

Rakesh Mallick
  • Published: Thursday, 13 April 2017
  • Updated: 13 April 2017, 10:11 AM IST

Sports

Latest News

ମୁମ୍ବାଇ: ବୁଧବାର ଖେଳାଯାଇଥିବା ଆଇପିଏଲର ଏକ ମ୍ୟାଚ୍‌ରେ ସନରାଇଜର୍ସ୍‌ ହାଇଦ୍ରାବାଦକୁ ହରାଇ ୪ ୱିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ୍‌। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଏକ ମ୍ୟାଚରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୫୮ ରନ କରିଥିଲା । ଦଳ ପକ୍ଷରୁ ଶିଖର ଧାୱନ ୪୮ ଓ ୱାର୍ଣ୍ଣର ୪୯ ରନ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବିପକ୍ଷ ଦଳର ବୋଲିଂକୁ ସାମ୍ନା କରିପାରିନଥିଲେ। ମୁମ୍ବାଇ ପକ୍ଷରୁ ସଫଳ ବୋଲର ଭାବେ ବୁମ୍‌ରା ୩ଟି ୱିକେଟ୍‌ ନେଇଥିବା ବେଳେ ହରଭଜନ ୨ଟି, ମାଲିଙ୍ଗା,  ମ୍ୟାକ୍‌ଲେନାଘନ୍‌ ଓ ହାର୍ଦ୍ଧିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଅନ୍ୟପଟେ ୧୫୯ରନ ବିଜୟ ଲକ୍ଷ୍ୟକୁ ନେଇ ପଡିଆକୁ ଓହ୍ଲାଇଥିବା ମୁମ୍ବାଇ ୧୮.୪ ଓଭରରେ ୬ ୱିକେଟ୍‌ ହରାଇ ଲକ୍ଷ୍ୟ ପୁରୁଣ କରିପାରିଥିଲା । ଦଳ ପକ୍ଷରୁ ପାର୍ଥିଭ ପଟେଲ ୩୯, ନିତିଶ ରାଣା ୪୫ ଓ କ୍ରୁନାଲ ପାଣ୍ଡ୍ୟା ୩୭ରନର ପାରି ଖେଳି ଦଳକୁ ବିଜୟୀ କରାଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos