ପ୍ୟାଭିଲିୟନ୍ ଫେରିଲେ ବିରାଟ୍ ଓ ପାଣ୍ଡ୍ୟା

ବର୍ମିଂହାମ୍: ଚଳିତ ଆଇସିସି ବିଶ୍ୱକପରେ ଟିମ୍ ଇଣ୍ଡିଆର ଷ୍ଟାର୍ ଓପ୍ନର୍ ରୋହିତ୍ ଶର୍ମା ଆଉ ଏକ ଶତକ ମାରିଛନ୍ତି। ରୋହିତ୍ ମାତ୍ର ୯୦ ବଲରେ କ୍ୟାରିୟରର ୨୬ତମ ଦିନିକିଆ ଶତକ ପୂରଣ କରିଛନ୍ତି। ଚଳିତ ଟୁର୍ଣ୍ଣାମେଣ୍ଟରେ ରୋହିତଙ୍କର ଏହା ଚତୁର୍ଥ ଶତକ। ଏହି ମାମଲାରେ କୌଣସି ଏକ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଶତକ ମାରିବାରେ ସେ ଶ୍ରୀଲଙ୍କାର କୁମାର ସାଙ୍ଗାକାରାଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ସାଙ୍ଗାକାରା ୨୦୧୫ ବିଶ୍ୱକପରେ ୪ଟି ଶତକ ମାରିଥିଲେ। ରୋହିତ୍ […]

ro

Hemant Lenka
  • Published: Tuesday, 02 July 2019
  • , Updated: 02 July 2019, 05:52 PM IST

ବର୍ମିଂହାମ୍: ଚଳିତ ଆଇସିସି ବିଶ୍ୱକପରେ ଟିମ୍ ଇଣ୍ଡିଆର ଷ୍ଟାର୍ ଓପ୍ନର୍ ରୋହିତ୍ ଶର୍ମା ଆଉ ଏକ ଶତକ ମାରିଛନ୍ତି। ରୋହିତ୍ ମାତ୍ର ୯୦ ବଲରେ କ୍ୟାରିୟରର ୨୬ତମ ଦିନିକିଆ ଶତକ ପୂରଣ କରିଛନ୍ତି। ଚଳିତ ଟୁର୍ଣ୍ଣାମେଣ୍ଟରେ ରୋହିତଙ୍କର ଏହା ଚତୁର୍ଥ ଶତକ।

ଏହି ମାମଲାରେ କୌଣସି ଏକ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଶତକ ମାରିବାରେ ସେ ଶ୍ରୀଲଙ୍କାର କୁମାର ସାଙ୍ଗାକାରାଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ସାଙ୍ଗାକାରା ୨୦୧୫ ବିଶ୍ୱକପରେ ୪ଟି ଶତକ ମାରିଥିଲେ।

ରୋହିତ୍ ଚଳିତ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା, ପାକିସ୍ତାନ ଓ ଇଂଲଣ୍ଡ ବିପକ୍ଷରେ ଶତକ ମାରିଥିଲେ। ରୋହିତଙ୍କ ସହ ଓପନ୍ କରୁଥିବା ଲୋକେଶ ରାହୁଲ୍ ମଧ୍ୟ ଭଲ ବ୍ୟାଟିଂ କରି ଟିମ୍ ଇଣ୍ଡିଆକୁ ବଡ଼ ସ୍କୋର ଅଭିମୁଖେ ନେଇଛନ୍ତି। ରାହୁଲ୍ ଅର୍ଦ୍ଧଶତକ ଅର୍ଦ୍ଧଶତକ ମାରିଛନ୍ତି।

ତେବେ ଶତକ ମାରିବା ପରେ ରୋହିତ୍ ବଡ଼ ଶଟ୍ ଖେଳିବା ଚକ୍କରରେ ଆଉଟ୍ ହୋଇଛନ୍ତି। ସେ ୧୦୪ ରନ୍ କରି ସୌମ୍ୟ ସରକାରଙ୍କ ବଲରେ ପ୍ୟାଭିଲିୟନ୍ ଫେରିଛନ୍ତି। ତାଙ୍କ ପରେ ସେଟ୍‌ ବ୍ୟାଟ୍ସମ୍ୟାନ୍ ରାହୁଲ୍ ମଧ୍ୟ ପ୍ୟାଭିଲିୟନ୍ ଫେରିଛନ୍ତି। ରାହୁଲ୍ ୭୭ ରନ୍ କରି ରୁବେଲ୍ ହୁସେନଙ୍କ ବଲରେ ଆଉଟ୍ ହୋଇଛନ୍ତି।

କ୍ୟାପଟେନ୍ ବିରାଟ୍‌ କୋହଲି ଭଲ ଆରମ୍ଭ କରିଥିଲେ ହେଁ, ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନାହାନ୍ତି। ସେ ୨୬ ରନ୍ କରି ମୁସ୍ତାଫିଜୁର୍ ରେହମାନଙ୍କ ଶିକାର ହୋଇଥିଲେ। ଏହି ଓଭରରେ ମୁସ୍ତାଫିଜୁର ହାର୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ପ୍ୟାଭିଲିୟନ୍ ପଠାଇ ବାଂଲାଦେଶକୁ ଚତୁର୍ଥ ସଫଳତା ଦେଇଛନ୍ତି।

ରିପୋର୍ଟ ଲେଖା ହେଲା ବେଳକୁ ଟିମ୍ ଇଣ୍ଡିଆ ୪ ୱିକେଟରେ ୨୩୭ ରନ୍ କରିଛି।

Related story