ଭୁବନେଶ୍ୱର: IPL ୨୦୧୮କୁ ସମସ୍ତେ ମନଭରି ଉପଭୋଗ କରୁଛନ୍ତି। କ୍ରିକେଟ୍ ଏବଂ ମନୋରଞ୍ଜନର ପରଫେକ୍ଟ କମ୍ବିନେସନ୍ ହେଉଛି ଏଥରର ଆଇପିଏଲ୍। ଦର୍ଶକଙ୍କ ସହ ଖେଳାଳିମାନେ ମଧ୍ୟ ଏହାକୁ ଉପଭୋଗ କରୁଛନ୍ତି। ସୋସିଆଲ୍ ମିଡିଆରେ ଆଇପିଏଲ୍କୁ ନେଇ ଅନେକ ମଜାଦାର ନ୍ୟୁଜ ଆସୁଛି। ନିକଟରେ ଗୋଟେ ଫଟୋ ଭାଇରାଲ ହୋଇଛି। ଫଟୋଟି ଆଇପିଏଲ୍ ମ୍ୟାଚ୍ ଚାଲିଥିବା ସମୟର। ଏଥିରେ ଜଣେ ମହିଳା ଖେଳ ଦେଖୁଥିବା ନଜର ଆସୁଛନ୍ତି।
କିନ୍ତୁ ଏ ମହିଳା ଜଣଙ୍କ କିଏ କାହାକୁ ଜଣାନାହିଁ। ଆଇପିଏଲ୍ ମ୍ୟାଚ୍ ଦେଖିବା ସମୟରେ ଆପଣ ଟିଭି ସ୍କ୍ରିନ୍ରେ ଏହି ମହିଳାଙ୍କୁ ଦେଖୁଥିବେ।
ସୋସିଆଲ୍ ମିଡିଆରେ ତାଙ୍କୁ କେହି ପାର୍ଲେଜି ଗାର୍ଲ ତ ଆଉକେହି ମଡେଲ୍ ବୋଲି କହୁଛନ୍ତି। ପ୍ରକୃତରେ ସେ କିଏ ଜାଣନ୍ତି?
ଏ ମିଷ୍ଟ୍ରି ଗାର୍ଲ ଜଣଙ୍କ ଆଉ କେହି ନୁହଁନ୍ତି, ଚେନ୍ନାଇ ସୁପର କିଙ୍ଗ୍ସର ଖେଳାଳି ଦୀପକ ଚହରଙ୍କ ବଡ଼ ଭଉଣୀ ମାଳତି ଚହର।
ଦୀପକଙ୍କ ମ୍ୟାଚ ଦେଖିବା ପାଇଁ ସେ ଷ୍ଟାଡିୟମରେ ଉପସ୍ଥିତ ରୁହନ୍ତି।
ସୋସିଆଲ୍ ମିଡିଆରେ ତାଙ୍କ ଫଟୋ ଖୁବ୍ ଭାଇରାଲ ହେଉଛି।
ମାଳତି ଦେଖିବାକୁ ଖୁବ୍ ସୁନ୍ଦର। ସେ 'ମିସ୍ ଦିଲ୍ଲୀ'ର ରନର ଅପ୍ ମଧ୍ୟ ରହିସାରିଛନ୍ତି।
ବର୍ତ୍ତମାନ ସେ ଜଣେ ମଡେଲ୍ ଏବଂ ଫିଲ୍ମରେ କାମ କରିବାକୁ ଚାହୁଁଛନ୍ତି। ସେ ଧୋନିଙ୍କର ବହୁତ ବଡ଼ ଫ୍ୟାନ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।