୨୯୬ତମ ଖେଳାଳି ଭାବେ ଭାରତ ପାଇଁ ଖେଳିଲେ ନଦୀମ

ରାଞ୍ଚି: ଆହତ କୁଲଦୀପ ଯାଦବଙ୍କ ବଦଳରେ ଟିମ୍‌ ଇଣ୍ଡିଆ ସ୍କ୍ୱାଡ୍‌ରେ ସାମିଲ ହୋଇଥିବା ଝାରଖଣ୍ଡର ବାମହାତୀ ସ୍ପିନର ଶହବାଜ ନଦୀମ ଆଜି ଭାରତ ପାଇଁ ଡେବ୍ୟୁ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ପାଇଁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି। ସେ ୨୯୬ତମ ଖେଳାଳି ଭାବେ ଟିମ୍‌ ଇଣ୍ଡିଆର ଟେଷ୍ଟ କ୍ୟାପ୍‌ ପିନ୍ଧିଛନ୍ତି। ନଦୀମଙ୍କୁ ଦ୍ୱିତୀୟ ଟେଷ୍ଟ ଖେଳୁଥିବା ଈଶାନ୍ତ ଶର୍ମାଙ୍କ ବଦଳରେ ତୃତୀୟ ଟେଷ୍ଟରେ ସୁଯୋଗ ମିଳିଛି। ତାଙ୍କୁ ଆଜି ମ୍ୟାଚ୍‌ ପୂର୍ବରୁ […]

dd

dd

Hemant Lenka
  • Published: Saturday, 19 October 2019
  • Updated: 19 October 2019, 04:20 PM IST

Sports

Latest News

ରାଞ୍ଚି: ଆହତ କୁଲଦୀପ ଯାଦବଙ୍କ ବଦଳରେ ଟିମ୍‌ ଇଣ୍ଡିଆ ସ୍କ୍ୱାଡ୍‌ରେ ସାମିଲ ହୋଇଥିବା ଝାରଖଣ୍ଡର ବାମହାତୀ ସ୍ପିନର ଶହବାଜ ନଦୀମ ଆଜି ଭାରତ ପାଇଁ ଡେବ୍ୟୁ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ପାଇଁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି।

ସେ ୨୯୬ତମ ଖେଳାଳି ଭାବେ ଟିମ୍‌ ଇଣ୍ଡିଆର ଟେଷ୍ଟ କ୍ୟାପ୍‌ ପିନ୍ଧିଛନ୍ତି। ନଦୀମଙ୍କୁ ଦ୍ୱିତୀୟ ଟେଷ୍ଟ ଖେଳୁଥିବା ଈଶାନ୍ତ ଶର୍ମାଙ୍କ ବଦଳରେ ତୃତୀୟ ଟେଷ୍ଟରେ ସୁଯୋଗ ମିଳିଛି। ତାଙ୍କୁ ଆଜି ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ହିଁ କ୍ୟାପ୍‌ ଦେଇଥିଲେ। ଏହାପରେ ସମସ୍ତ ଖେଳାଳି ନଦୀମଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ନଦୀମ ଏଯାଏ ୧୧୦ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ୪୨୪ଟି ୱିକେଟ୍‌ ଦଖଲ କରିଛନ୍ତି। ଆଇପିଏଲ୍‌ରେ ୬୪ଟି ମ୍ୟାଚ୍‌ ଖେଳିଥିବା ନଦୀମ ୪୨ଟି ୱିକେଟ ପାଇଛନ୍ତି। ୩୦ ବର୍ଷୀୟ ନଦୀମ ଲଗାତର ୨ଟି ରଣଜୀ ସିଜିନ୍‌ରେ ପ୍ରଥମ ଖେଳାଳି ଭାବେ ୫୦ରୁ ଅଧିକ ୱିକେଟ୍ ଦଖଲ କରିବାରେ ରେକର୍ଡ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos