ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ନରସିଂହ ଯାଦବ

ନୂଆଦିଲ୍ଲୀ: ଡୋପ ଟେଷ୍ଟରେ ବିଫଳ ହୋଇ ରିଓ ଅଲିମ୍ପିକ୍‌ ଖେଳିବା ନେଇ ଆଶଙ୍କାରେ ଥିବା କୁସ୍ତିଯୋଦ୍ଧା ନରସିଂହ ଯାଦବଙ୍କୁ ଗତକାଲି ଜାତୀୟ ଆଣ୍ଟିଂ ଡୋପିଂ ଏଜେନ୍ସି (ନାଡା) କ୍ଲିନ୍‌ ଚିଟ୍‌ ଦେବା ପରେ ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ବିନା କୌଣସି ଚିନ୍ତାରେ ଦେଶ ପାଇଁ ମେଡାଲ ଆଣିବାକୁ ଚେଷ୍ଟା କରିବାକୁ ପ୍ରଧାନମନ୍ତ୍ରୀ ମୋଦି କୁସ୍ତିଯୋଦ୍ଧା ନରସିଂହଙ୍କୁ ପରାମର୍ଶ ଦେଇଛନ୍ତି। ନରସିଂହ ପାର୍ଲାମେଣ୍ଟରେ ଥିବା କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ମୋଦି ତାଙ୍କୁ ଅନ୍ୟାୟ ହେବାକୁ […]

narasingha

narasingha

Rakesh Mallick
  • Published: Tuesday, 02 August 2016
  • Updated: 02 August 2016, 07:45 PM IST

ନୂଆଦିଲ୍ଲୀ: ଡୋପ ଟେଷ୍ଟରେ ବିଫଳ ହୋଇ ରିଓ ଅଲିମ୍ପିକ୍‌ ଖେଳିବା ନେଇ ଆଶଙ୍କାରେ ଥିବା କୁସ୍ତିଯୋଦ୍ଧା ନରସିଂହ ଯାଦବଙ୍କୁ ଗତକାଲି ଜାତୀୟ ଆଣ୍ଟିଂ ଡୋପିଂ ଏଜେନ୍ସି (ନାଡା) କ୍ଲିନ୍‌ ଚିଟ୍‌ ଦେବା ପରେ ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି।

ବିନା କୌଣସି ଚିନ୍ତାରେ ଦେଶ ପାଇଁ ମେଡାଲ ଆଣିବାକୁ ଚେଷ୍ଟା କରିବାକୁ ପ୍ରଧାନମନ୍ତ୍ରୀ ମୋଦି କୁସ୍ତିଯୋଦ୍ଧା ନରସିଂହଙ୍କୁ ପରାମର୍ଶ ଦେଇଛନ୍ତି। ନରସିଂହ ପାର୍ଲାମେଣ୍ଟରେ ଥିବା କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ମୋଦି ତାଙ୍କୁ ଅନ୍ୟାୟ ହେବାକୁ ଦିଆଯିବ ନାହିଁ ବୋଲି ଆଶ୍ୱାସନା ଦେଇଥିଲେ।

ଯାଦବ କହିଛନ୍ତି,“ପ୍ରଧାନମନ୍ତ୍ରୀ ମୋଦି ମୋତେ ରିଓ ଅଲିମ୍ପିକ୍‌ ପାଇଁ ଶୁଭକାମନା ଜଣାଇବା ସହ ଅଲିମ୍ପିକ୍‌ରେ ବିନା କୌଣସି ଦ୍ୱିଧାରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବାକୁ ଆଶ୍ୱାସନା ଦେଇଛନ୍ତି। ସେ ମୋ ଉପରେ କୌଣସି ଅନ୍ୟାୟ ହେବାକୁ ଦେବେ ନାହିଁ ବୋଲି ଆଶ୍ୱାସନା ଦେଇଛନ୍ତି।”

ଜୁଲାଇ ୨୪ରେ ଡୋପ୍‌ ଟେଷ୍ଟର ୨ଟି ଯାକ ରିପୋର୍ଟରେ ବିଫଳ ହୋଇଥିଲେ କୁସ୍ତିଯୋଦ୍ଧା ନରସିଂହ ଯାଦବ। ୫ ତାରିଖରୁ ବ୍ରାଜିଲର ରିଓ ଡି ଜେନେରିଓରେ ଆରମ୍ଭ ହେବାକୁ ଥିବା ଅଲିମ୍ପିକ୍‌ରେ ସେ ଭାରତ ପକ୍ଷରୁ ଭାଗ ନେବାନେଇ ଆଶଙ୍କା ଦେଖା ଦେଇଥିଲା। କିନ୍ତୁ ନାଡାର କ୍ଲିନ୍‌ଚିଟ୍‌ ପରେ ଏବେ ସେ ଅଲିମ୍ପିକ୍‌ରେ ଅଂଶଗ୍ରହଣ କରିବା ପାଇଁ ପଥ ପରିସ୍କାର ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos