ଧୋନି ଓ କେଦାରଙ୍କୁ ସମାଲୋଚନା କଲେ ଗାଙ୍ଗୁଲି ଓ ହୁସେନ୍

ବର୍ମିଂହାମ୍: ୱିକେଟକିପର ମହେନ୍ଦ୍ର ସିଂହ ଧୋନି ପୁଣିଥରେ ସମାଲୋଚକଙ୍କ ଟାର୍ଗେଟକୁ ଆସିଛନ୍ତି। ଏଥର ସେ ରବିବାର ଇଂଲଣ୍ଡ ବିପକ୍ଷ ଏଜବାଷ୍ଟନରେ ଇଂଲଣ୍ଡ ବିପକ୍ଷ ଖେଳିଥିବା ଇନିଂସ୍ ଯୋଗୁ ସମସ୍ତଙ୍କ ଟାର୍ଗେଟରେ ଅଛନ୍ତି। ଧୋନିଙ୍କ ଇନିଂସ୍ ଉପରେ ଭାରତ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର୍ ହୁସେନ୍ ପ୍ରଶ୍ନ ଉଠାଇଛନ୍ତି। ଧୋନି ଏହି ମ୍ୟାଚରେ ୩୧ ବଲରେ ୪୨ ରନ୍ କରି ଅପରାଜିତ ରହିଥିଲେ ହେଁ, ଭାରତ ୩୧ ରନରେ ମୁକାବିଲା ହାରିଯାଇଥିଲା। […]

dh

dh

Hemant Lenka
  • Published: Monday, 01 July 2019
  • Updated: 01 July 2019, 06:21 PM IST

Sports

Latest News

ବର୍ମିଂହାମ୍: ୱିକେଟକିପର ମହେନ୍ଦ୍ର ସିଂହ ଧୋନି ପୁଣିଥରେ ସମାଲୋଚକଙ୍କ ଟାର୍ଗେଟକୁ ଆସିଛନ୍ତି। ଏଥର ସେ ରବିବାର ଇଂଲଣ୍ଡ ବିପକ୍ଷ ଏଜବାଷ୍ଟନରେ ଇଂଲଣ୍ଡ ବିପକ୍ଷ ଖେଳିଥିବା ଇନିଂସ୍ ଯୋଗୁ ସମସ୍ତଙ୍କ ଟାର୍ଗେଟରେ ଅଛନ୍ତି। ଧୋନିଙ୍କ ଇନିଂସ୍ ଉପରେ ଭାରତ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର୍ ହୁସେନ୍ ପ୍ରଶ୍ନ ଉଠାଇଛନ୍ତି।

ଧୋନି ଏହି ମ୍ୟାଚରେ ୩୧ ବଲରେ ୪୨ ରନ୍ କରି ଅପରାଜିତ ରହିଥିଲେ ହେଁ, ଭାରତ ୩୧ ରନରେ ମୁକାବିଲା ହାରିଯାଇଥିଲା। ୩୩୮ ରନର ଲକ୍ଷ୍ୟର ପିଛା କରୁଥିବା ଭାରତୀୟ ଟିମ୍ ୫୦ ଓଭରରେ ୫ ୱିକେଟ୍ ହରାଇ ୩୦୬ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏହି ମ୍ୟାଚରେ ଧୋନିଙ୍କ ରଣନୀତି ଉପରେ ପ୍ରଶ୍ନ ଉଠିବାରେ ଲାଗିଛି।

ଏହା ମଧ୍ୟରେ କମେଣ୍ଟ୍ରି କରୁଥିବା ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି କହିଛନ୍ତି, ମୋ ପାଖରେ ଏହାର କୌଣସି ଜବାବ ନାହିଁ। ଆପଣ ମୋତେ ପ୍ରଶ୍ନ କରିବେଳ କିନ୍ତୁ କହିପାରିବିନି ଯେ ସିଙ୍ଗ୍ ରନ୍ କାହିଁକି ନେଉଛନ୍ତି। ଲେନ୍ଥ ଓ ବାଉନ୍ସ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଭୟଭୀତ କରୁଛି। ଆପଣ ୩୩୮ ରନର ଲକ୍ଷ୍ୟର ପିଛା କରୁଛନ୍ତି, କିନ୍ତୁ ଶେଷରେ ଆପଣଙ୍କ ହାତରେ ୫ ୱିକେଟ୍ ବାକି ରହୁଛି। ବଲ୍ କେଉଁଠିକି ଆସୁଛି ଏବଂ ଯାଉଛି, ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆପଣଙ୍କୁ ଏହି ସମୟରେ କେବଳ ଚୌକା-ଛକା ଦରକାର।

ସେହିପରି ନାସିର୍ ହୁସେନ୍ କହିଛନ୍ତି, "ମୁଁ ସମ୍ପୂର୍ଣ୍ଣ ଭାବେ ଭାବେ ସ୍ତବ୍ଧ। କ'ଣ ସବୁ ଚାଲିଛି। ଭାରତ ଏହା ଚାହେଁ ନାହିଁ। ସେମାନଙ୍କୁ ରନ୍ ଦରକାର। ସେମାନେ କ'ଣ କରୁଛନ୍ତି? ଭାରତର କିଛି ପ୍ରଶଂସକ ମଇଦାନ ଛାଡ଼ି ଯାଉଛନ୍ତି। ନିଶ୍ଚିତ ଭାବେ ସେମାନେ ଧୋନିଙ୍କଠାରୁ ବଡ଼ ଶଟ୍ ଦେଖିବାକୁ ଚାହାନ୍ତି। ଏହା ବିଶ୍ୱକପ୍ ମ୍ୟାଚ୍। ଭାରତୀୟ ପ୍ରଶଂସକ ଚାହାନ୍ତି ଯେ ସେମାନଙ୍କ ଟିମ୍ ଲଢ଼େଇ କରି ହାରୁ। ବିଜୟ ପାଇଁ ରିସ୍କ୍ ନେବା ଦରକାର। କିନ୍ତୁ ଏସବୁ କିଛି ଦେଖିବାକୁ ମିଳିଲାନି।' ପୂର୍ବତନ ଭାରତୀୟ କ୍ରିକେଟର୍ ସଞ୍ଜୟ ମଞ୍ଜରେକର ମଧ୍ୟ ଧୋନିଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos