ଶୁକ୍ରବାର ଠାରୁ କଟକରେ ଜାତୀୟ ଟେବୁଲ ଟେନିସ୍‌ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ କଟକର ଜବାହରଲାଲ ନେହରୁ ଷ୍ଟାଡିୟମରେ ଜାତୀୟ ଟେବୁଲ ଟେନିସ ପ୍ରତିଯୋଗିତା ଆରମ୍ଭ ହେବ। ଏଥିରେ ଓଡ଼ିଶା ସମେତ ୩୫ଟି ରାଜ୍ୟର ଜୁନିୟର ଏବଂ ସିନିୟର ବର୍ଗର ଉଭୟ ମହିଳା ଓ ପୁରୁଷ ଖେଳାଳି ଭାଗ ନେବେ। ସୂଚନା ଅନୁସାରେ ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୫୫୦ ଜଣ ଖେଳାଳି ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

ଏହି ଟୁର୍ଣ୍ଣାମେଣ୍ଟରେ କମ୍‌ନ୍‌ୱେଲଥ ଗେମ୍ସ ଓ ଏସିଆନ୍‌ ଗେମ୍ସର ପଦକ ବିଜେତା ମନିକା ବାତ୍ରା, ମଧୁରିକା ପାଟକର ଓ ଅଲମ୍ପିୟାନ ଅଙ୍କିତା ଦାସ ପ୍ରମୁଖ ସାମିଲ ହେବେ। ରାଜ୍ୟ ଟେବୁଲ ଟେନିସ ସଂଘ ଓ କ୍ରୀଡ଼ା ବିଭାଗ ପକ୍ଷରୁ ଦୀର୍ଘ ୧୮ ବର୍ଷ ପରେ ଦ୍ୱିତୀୟ ଥର ଲାଗି ଓଡ଼ିଶାରେ ଏହି ପ୍ରତିଯୋଗିତା ଆୟୋଜିତ ହେବ।