ବାଂଲାଦେଶକୁ ହରାଇ ପାକିସ୍ତାନ ଜିତିଲା ଏମର୍ଜିଂ ଏସିଆ କପ୍‌

ଢାକା: ରୋହାଇଲ ନାଜିରଙ୍କ ଦମଦାର ଶତକ ବଳରେ ପାକିସ୍ତାନ ୨୦୧୯ ଏମିର୍ଜିଂ ଏସିଆ କପ୍‌ ଫାଇନାଲରେ ଘରୋଇ ବାଂଲାଦେଶକୁ ୭୭ ରନ୍‌ ପରାସ୍ତ କରି ଚାମ୍ପିୟନ ହୋଇଛି। ଶେର-ଇ-ବାଂଲା ଷ୍ଟାଡିୟମରେ ଅନୁଷ୍ଠିତ ଏହି ଫାଇନାଲ ମୁକାବିଲାରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ହରାଇ ୩୦୧ ରନ୍‌ କରିଥିଲା। ଏହାର ଜବାବରେ ବାଂଲାଦେଶ ୨୨୪ ରନ୍‌ କରି ଅଲଆଉଟ ହୋଇଯାଇଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ଓମାଇର ବିନ୍‌ […]

cnb

cnb

Hemant Lenka
  • Published: Saturday, 23 November 2019
  • Updated: 23 November 2019, 08:36 PM IST

Sports

Latest News

ଢାକା: ରୋହାଇଲ ନାଜିରଙ୍କ ଦମଦାର ଶତକ ବଳରେ ପାକିସ୍ତାନ ୨୦୧୯ ଏମିର୍ଜିଂ ଏସିଆ କପ୍‌ ଫାଇନାଲରେ ଘରୋଇ ବାଂଲାଦେଶକୁ ୭୭ ରନ୍‌ ପରାସ୍ତ କରି ଚାମ୍ପିୟନ ହୋଇଛି। ଶେର-ଇ-ବାଂଲା ଷ୍ଟାଡିୟମରେ ଅନୁଷ୍ଠିତ ଏହି ଫାଇନାଲ ମୁକାବିଲାରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ହରାଇ ୩୦୧ ରନ୍‌ କରିଥିଲା। ଏହାର ଜବାବରେ ବାଂଲାଦେଶ ୨୨୪ ରନ୍‌ କରି ଅଲଆଉଟ ହୋଇଯାଇଥିଲା।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ଓମାଇର ବିନ୍‌ ୟୁସୁଫ(୪) ଓ ହାଇଦର(୨୬)ଙ୍କୁ ସଅଳ ହରାଇଥିଲା। ୮ ଓଭରରେ ଦଳ ୨ ୱିକେଟ ହରାଇ ୪୧ ରନ୍‌ କରିଥିଲା। ତେବେ ଦୁଇ ଓପନରଙ୍କୁ ହରାଇବା ପରେ ଇମରାନ୍‌ ରଫିକ ଓ ନାଜିର ପାକିସ୍ତାନର ବ୍ୟାଟିଂ ମଙ୍ଗ ସମ୍ଭାଳିଥିଲେ। ଏମାନେ ତୃତୀୟ ୱିକେଟ ପାଇଁ ୧୧୭ ରନ୍‌ର ଭାଗିଦାରୀ କରିଥିଲେ। ନାଜିର ୧୧୩ ବଲରେ ୧୧୧ ରନ୍‌ କରିଥିବା ବେଳେ ଇମ୍ରାନ ୮୮ଟି ବଲରେ ୬୨ ରନ୍‌ର ଇନିଂସ ଖେଳିଥିଲେ। ଅଧିନାୟକ ସାଉଦ ସକୀଲ ୪୦ ବଲରେ ୪୨ ରନ୍‌ କରିବାରୁ ପାକିସ୍ତାନ ୩୦୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

୩୦୨ ରନ୍‌ର ବିଶାଳ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ବାଂଲାଦେଶ ନିୟମିତ ବ୍ୟବଧାନରେ ୱିକେଟ ହରାଇ ଚାଲିଥିଲା। ବାଂଲାଦେଶ ପକ୍ଷରୁ ୫ନଂରେ ବ୍ୟାଟିଂ କରିଥିବା ଅଫିଫ ହୁସେନ ସର୍ବାଧିକ ୪୯ ରନ୍‌ କରିଥିବା ବେଳେ ଅଧିନାୟକ ନଜିମୁଲ ହୁସେନ ୪୬ ଓ ମେହିଦ ହାସନ ୪୨ ରନ୍‌ କରିବାକୁ ସକ୍ଷମ ହୋଇଥିଲେ।

ଅନ୍ୟ କୌଣସି ବ୍ୟାଟସମ୍ୟାନ ପାକ୍‌ ବୋଲରଙ୍କୁ ମୁକାବିଲା କରିପାରି ନଥିଲେ। ଶେଷରେ ଦଳ ୪୩.୩ ଓଭରରେ ୨୨୪ ରନ୍‌ କରି ଅଲଆଉଟ ହୋଇଯାଇଥିଲା। ଶତକୀୟ ଇନିଂସ ପାଇଁ ନାଜିର ମ୍ୟାନ ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos