ନିଶାମ୍ ଓ ଗ୍ରାଣ୍ଡହୋମଙ୍କ ଲଢ଼ୁଆ ଇନିଂସ୍, ନ୍ୟୁଜିଲ୍ୟାଣ୍ଡ୍ ୨୩୭/୬

ବର୍ମିଂହାମ୍: ଚଳିତ ବିଶ୍ୱକପର ୩୩ତମ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ୍ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଛି। ଉକ୍ତ ମ୍ୟାଚରେ ଜେମ୍ସ ନିଶାମ୍ ଓ କଲିନ୍ ଗ୍ରାଣ୍ଡହୋମଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ନ୍ୟୁଜିଲ୍ୟାଣ୍ଡ୍ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୨୩୭ ରନ୍ କରିଛି। ଫଳରେ ପାକିସ୍ତାନକୁ ମ୍ୟାଚ୍ ଜିତିବା ପାଇଁ ୨୩୮ ରନ୍ କରିବାକୁ ପଡ଼ିବ। ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ ଦୁଇ ଅଲରାଉଣ୍ଡର ନିଶାମ୍ ଓ ଗ୍ରାଣ୍ଡହୋମ୍ ଶତକୀୟ ଭାଗୀଦାରୀ କରି ଟିମକୁ […]

neesham

neesham

Hemant Lenka
  • Published: Wednesday, 26 June 2019
  • Updated: 26 June 2019, 07:54 PM IST

Sports

Latest News

ବର୍ମିଂହାମ୍: ଚଳିତ ବିଶ୍ୱକପର ୩୩ତମ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ୍ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଛି। ଉକ୍ତ ମ୍ୟାଚରେ ଜେମ୍ସ ନିଶାମ୍ ଓ କଲିନ୍ ଗ୍ରାଣ୍ଡହୋମଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ନ୍ୟୁଜିଲ୍ୟାଣ୍ଡ୍ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୨୩୭ ରନ୍ କରିଛି। ଫଳରେ ପାକିସ୍ତାନକୁ ମ୍ୟାଚ୍ ଜିତିବା ପାଇଁ ୨୩୮ ରନ୍ କରିବାକୁ ପଡ଼ିବ।

ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ ଦୁଇ ଅଲରାଉଣ୍ଡର ନିଶାମ୍ ଓ ଗ୍ରାଣ୍ଡହୋମ୍ ଶତକୀୟ ଭାଗୀଦାରୀ କରି ଟିମକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ନିଶାମ୍ ୧୧୨ ବଲରେ ୫ ଚୌକା ଓ ୩ ଛକା ସହ ଅପରାଜିତ ୯୭ ଏବଂ ଗ୍ରାଣ୍ଡହୋମ୍ ୭୧ ବଲରେ ୬ ଚୌକା ଓ ୧ ଛକା ସହ ୬୪ ରନ୍ କରିଥିଲେ। ପାକିସ୍ତାନ ପକ୍ଷରୁ ଶାହୀନ୍ ଶାହ ଆଫ୍ରିଦି ଚମତ୍କାର ବୋଲିଂ କରିଥିଲେ। ସେ ୧୦ ଓଭରରେ ୨୮ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ।

ଏଜବାଷ୍ଟନରେ ଖେଳାଯାଇଥିବା ଏହି ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡ୍ କ୍ୟାପଟେନ୍ କେନ୍ ୱିଲିୟମସନ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଏହି ନିଷ୍ପତ୍ତି ତାଙ୍କ ପାଇଁ ଭୁଲ୍ ପ୍ରମାଣିତ ହୋଇଥିଲା। ପାକିସ୍ତାନ ଷ୍ଟ୍ରାଇକ୍ ବୋଲର ମହମ୍ମଦ ଆମୀର ନିଜର ପ୍ରଥମ ବଲରେ କିୱି ଓପ୍ନର ମାର୍ଟିନ୍ ଗପ୍ଟିଲ୍ (୫)ଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ।

ଅନ୍ୟତମ ଓପ୍ନର କଲିନ୍ ମୁନରୋ (୧୨) ନିଜର ଖରାପ ଫର୍ମ ଏଠାରେ ମଧ୍ୟ ଜାରି ରଖିଥିଲେ। ତାଙ୍କୁ ଶାହୀନ୍ ଆଫ୍ରିଦି ଆଉଟ୍ କରି ପାକିସ୍ତାନକୁ ଦ୍ୱିତୀୟ ସଫଳତା ଦେଇଥିଲେ। ଏହା ପରେ ଶାହୀନ୍ ନିଜର ଦମଦାର ବୋଲିଂ ଜାରି ନ୍ୟୁଜିଲ୍ୟାଣ୍ଡର ଦୁଇ ଇନଫର୍ମ ବ୍ୟାଟ୍ସମ୍ୟାନ୍ ରସ୍ ଟେଲର (୩) ଓ ଟମ୍ ଲାଥାମ (୧)ଙ୍କୁ ମଧ୍ୟ ପ୍ୟାଭିଲିୟନ୍ ପଠାଇଥିଲେ।

୪ ୱିକେଟ୍ ହରାଇବା ପରେ ସବୁ ଭାର ପୁଣିଥରେ ଅଧିନାୟକ ୱିଲିୟମସନଙ୍କ ଉପରକୁ ଆସିଥିଲା। ୱିଲିୟମସନ୍ ପରିସ୍ଥିତି ଅନୁଯାୟୀ ଭଲ ବ୍ୟାଟିଂ ମଧ୍ୟ କରିଥିଲେ। କିନ୍ତୁ ତାଙ୍କୁ ଶଦାବ ଖାନ୍ ଆଉଟ୍ କରି ପାକିସ୍ତାନକୁ ସବୁଠାରୁ ବଡ଼ ସଫଳତା ଦେଇଥିଲେ। ୱିଲିୟମସନ୍ ୪୧ (୬୯ ବଲ୍, ୪ ଚୌକା) ରନ୍ କରିବାକୁ ସକ୍ଷମ ହୋଇଥିଲେ। ଏହି ସମୟରେ ପାକିସ୍ତାନ ନ୍ୟୁଜିଲ୍ୟାଣ୍ଡକୁ ୧୫୦ ରନ୍ ଭିତରେ ଅଲଆଉଟ୍ କରିବ ବୋଲି ଲାଗୁଥିଲା।

କିନ୍ତୁ ନିଶାମ୍ ଓ ଗ୍ରାଣ୍ଡହୋମ୍ ଚମତ୍କାର ବ୍ୟାଟିଂ କରିଥିଲେ। ଦୁହେଁ ପାକିସ୍ତାନୀ ବୋଲରଙ୍କୁ ସତର୍କତାର ସହ ଖେଳିଥିଲେ ଏବଂ ଟିମ୍ ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ନିଶାମ୍ ୭୭ ବଲରେ ଏବଂ ଗ୍ରାଣ୍ଡହୋମ୍ ୬୩ ବଲରେ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁହେଁ ଷଷ୍ଠ ୱିକେଟ୍ ପାଇଁ ୧୩୨ ରନ୍ ଯୋଡ଼ିଥିଲେ। ୪୮ତମ ଓଭରରେ ଗ୍ରାଣ୍ଡହୋମ୍ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ୍ ହୋଇଥିଲେ। ତେବେ ନିଶାମ୍ ଶେଷ ପର୍ଯ୍ୟନ୍ତ ଅପରାଜିତ ଟିମକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ପାକିସ୍ତାନ ପକ୍ଷରୁ ଆମୀର ଓ ଶଦାବ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story