ଆଇସିସି ଦ୍ୱାରା ଦିନିକିଆ କ୍ରିକେଟ୍‌ର ମାନ୍ୟତା ପାଇଲା ନେପାଳ: ପପୁଆ ନ୍ୟୁ ଗିନିକୁ ହରାଇ ରଚିଲା ଇତିହାସ

କାଠମାଣ୍ଡୁ: ପ୍ରଥମ ଥର ପାଇଁ ଆଇସିସି ଦ୍ୱାରା ଦିନିକିଆ କ୍ରିକେଟ୍‌ ଟିମ୍‌ର ମାନ୍ୟତା ପାଇଲା ନେପାଳ। ବିଶ୍ୱକପ୍‌ କ୍ୟାଲିଫାୟାର ପ୍ଲେ ଅଫ୍‌ରେ ନେପାଳ ପପୁଆ ନ୍ୟୁ ଗିନିକୁ ୬ ୱିକେଟ୍‌ରେ ହରାଇ ଏହି ସଫଳତା ହାସଲ କରିଛି। ବୋଲରଙ୍କ ଦମଦାର ପ୍ରଦର୍ଶନ ଓ ବ୍ୟାଟ୍ସମ୍ୟାନଙ୍କ ପ୍ରଭାବୀ ବ୍ୟାଟିଂ ବଳରେ ନେପାଳ ମ୍ୟାଚ ଜିତିବାକୁ ସକ୍ଷମ ହୋଇଥିଲା। ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ନେପାଳ। ଅଧିନାୟକଙ୍କ ନିଷ୍ପତ୍ତୁ ଭୁଲ ପ୍ରମାଣିତ ହେବାକୁ ଦେଇ ନଥିଲେ ବୋଲର। ୧୭ […]

prv_1521186523

prv_1521186523

Rakesh Mallick
  • Published: Saturday, 17 March 2018
  • Updated: 17 March 2018, 09:38 AM IST

କାଠମାଣ୍ଡୁ: ପ୍ରଥମ ଥର ପାଇଁ ଆଇସିସି ଦ୍ୱାରା ଦିନିକିଆ କ୍ରିକେଟ୍‌ ଟିମ୍‌ର ମାନ୍ୟତା ପାଇଲା ନେପାଳ। ବିଶ୍ୱକପ୍‌ କ୍ୟାଲିଫାୟାର ପ୍ଲେ ଅଫ୍‌ରେ ନେପାଳ ପପୁଆ ନ୍ୟୁ ଗିନିକୁ ୬ ୱିକେଟ୍‌ରେ ହରାଇ ଏହି ସଫଳତା ହାସଲ କରିଛି। ବୋଲରଙ୍କ ଦମଦାର ପ୍ରଦର୍ଶନ ଓ ବ୍ୟାଟ୍ସମ୍ୟାନଙ୍କ ପ୍ରଭାବୀ ବ୍ୟାଟିଂ ବଳରେ ନେପାଳ ମ୍ୟାଚ ଜିତିବାକୁ ସକ୍ଷମ ହୋଇଥିଲା।

ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ନେପାଳ। ଅଧିନାୟକଙ୍କ ନିଷ୍ପତ୍ତୁ ଭୁଲ ପ୍ରମାଣିତ ହେବାକୁ ଦେଇ ନଥିଲେ ବୋଲର। ୧୭ ବର୍ଷିୟ ଲେଗ୍‌ ସ୍ପିନର ଲାମିଚାନେ ୨୯ ରନ୍‌ ଦେଇ ୪ଟି ଏବଂ ଅଫ୍‌ ସ୍ପିନର ଏରୀ ୧୪ ରନ୍‌ ଦେଇ ୪ଟି ୱିକେଟ୍‌ ନେଇ ଗିନିର ବ୍ୟାଟିଂ ଲାଇନ୍‌ ଅପ୍‌କୁ ଧରାଶାୟୀ କରି ଦେଇଥିଲେ। ଦଳ ମାତ୍ର ୨୭.୨ ଓଭରରେ ୧୧୪ ରନ୍‌ କରି ଅଲ୍‌ଆଉଟ ହୋଇଯାଇଥିଲା।

୧୧୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିଲା ନେପାଳ। ଦମଦାର ବୋଲିଂ ପରେ ବ୍ୟାଟିଂରେ ମଧ୍ୟ କମାଲ ଦେଖାଥିଲେ ଏରୀ। ସେ ୫୮ ବଲ୍‌ରେ ୫୦ ରନ୍‌ କରିଥିଲେ। ଆରିଫ୍‌ ସେଖ ୨୬ ରନ୍‌ର ଉପଯୋଗୀ ଇଂନିସ୍‌ ଖେଳିଥିଲେ। ଦଳ ୨୩ ଓଭରରେ ୪ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଆଗାମୀ ମ୍ୟାଚ୍‌ରେ ଶନିବାର ୭ମ ସ୍ଥାନ ପାଇଁ ନେପାଳ ନେଦରଲ୍ୟାଣ୍ଡକୁ ଭେଟିବାକୁ ଥିବା ବେଳେ ୯ମ ସ୍ଥାନ ପାଇଁ ଗିନି, ହଂକଂକୁ ଭେଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos