ନୂଆ ଅବତାରରେ ମଇଦାନକୁ ଓହ୍ଲାଇବ ଭାରତୀୟ ହକି ଟିମ୍

ଭୁବନେଶ୍ୱର: ଏବେ ଭାରତୀୟ ହକି ଟିମକୁ ନୂଆ ଅବତାରରେ ଦେଖିବାକୁ ମିଳିବ। ହକି ଇଣ୍ଡିଆ ଶନିବାର ଭାରତୀୟ ପୁରୁଷ ଓ ମହିଳା ସିନିୟର ହକି ଟିମ୍ ପାଇଁ ନୂତନ ଅଫିସିଆଲ୍ ଜର୍ସିର ଉନ୍ମୋଚନ କରିଛି। ଭାରତୀୟ ଟିମର ଏହି ଜର୍ସି ଚଳିତ ମାସରେ ହେବାକୁଥିବା ଏଫଆଇଏଚ୍ ସିରିଜ୍ ଫାଇନାଲ୍ସ ପାଇଁ କରାଯାଇଛି। ପୁରୁଷ ସିରିଜ୍ ଫାଇନାଲ୍ସ ଭୁବନେଶ୍ୱରରେ ଆୟୋଜିତ ହେବାକୁଥିବା ବେଳେ ମହିଳା ଫାଇନାଲ୍ସ ଜାପାନରେ ଅନୁଷ୍ଠିତ ହେବ। ମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ପୁରୁଷ ହକି ଟିମ୍ […]

jersy

jersy

Hemant Lenka
  • Published: Saturday, 01 June 2019
  • Updated: 01 June 2019, 08:25 PM IST

Sports

Latest News

ଭୁବନେଶ୍ୱର: ଏବେ ଭାରତୀୟ ହକି ଟିମକୁ ନୂଆ ଅବତାରରେ ଦେଖିବାକୁ ମିଳିବ। ହକି ଇଣ୍ଡିଆ ଶନିବାର ଭାରତୀୟ ପୁରୁଷ ଓ ମହିଳା ସିନିୟର ହକି ଟିମ୍ ପାଇଁ ନୂତନ ଅଫିସିଆଲ୍ ଜର୍ସିର ଉନ୍ମୋଚନ କରିଛି। ଭାରତୀୟ ଟିମର ଏହି ଜର୍ସି ଚଳିତ ମାସରେ ହେବାକୁଥିବା ଏଫଆଇଏଚ୍ ସିରିଜ୍ ଫାଇନାଲ୍ସ ପାଇଁ କରାଯାଇଛି। ପୁରୁଷ ସିରିଜ୍ ଫାଇନାଲ୍ସ ଭୁବନେଶ୍ୱରରେ ଆୟୋଜିତ ହେବାକୁଥିବା ବେଳେ ମହିଳା ଫାଇନାଲ୍ସ ଜାପାନରେ ଅନୁଷ୍ଠିତ ହେବ।

ମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ପୁରୁଷ ହକି ଟିମ୍ ୬ ଜୁନରୁ ଭୁବନେଶ୍ୱରେ ହେବକେୁଥିବା ଏଫଆଇଏଚ୍ ସିରିଜ୍ ଫାଇନାଲ୍ସରେ ନୂଆ ଜର୍ସି ସହ ମଇଦାନକୁ ଓହ୍ଲାଇବ। ଅନ୍ୟପକ୍ଷରେ ରାନୀ ରାମପଲଙ୍କ ମହିଳା ସିନିୟର ଟିମ୍ ଏହି ଜର୍ସି ୧୫ ଜୁନରୁ ହିରୋଶିମାରେ ହେବାକୁଥିବା ମହିଳା ସିରିଜ୍ ଫାଇନାଲ୍ସରେ ପିନ୍ଧିବ। ଟିମର ଏହି ନୂଆ ଜର୍ସିର ବାହୁ ଓ କାନ୍ଧରେ ତ୍ରିରଙ୍ଗା ରହିଛି। ଏହି ନୂଆ ଜର୍ସିକୁ ହକି ଇଣ୍ଡିଆ ତା'ର ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟରେ ପୋଷ୍ଟ କରିଛି।

ନୂଆ ଜର୍ସିକୁ ନେଇ ମନପ୍ରୀତ କହିଛନ୍ତି, ଭାରତୀୟ ଜର୍ସି ପିନ୍ଧିବା ଆମ ପାଇଁ ଗର୍ବର କଥା। ଏହା ସର୍ବଦା ଖେଳାଳିଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥାଏ ଏବଂ ନୂଆ ଅବସରରେ ମଇଦାନକୁ ଓହ୍ଲାଇବା ନେଇ ଆମେ ବହୁତ ଉତ୍ସାହତ ଅଛୁ ବୋଲି ମନପ୍ରୀତ କହିଛନ୍ତି।

ସେହିପରି ରାନୀ କହିଛନ୍ତି, ନୂଆ ଜର୍ସିକୁ ନେଇ ଆମେ ବହୁତ ଖୁସି। ଏହାଛଡ଼ା ଆମେ ନୂଆ ଟ୍ରେନିଂ କିଟ୍ ମଧ୍ୟ ପାଇଛୁ। ଏହା ଆମକୁ ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ପ୍ରୋତ୍ସାହନ କରିବ ବୋଲି ରାନୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos