ବିଶ୍ୱକପ୍ ହକି ପାଇଁ ନୂଆଦିଲ୍ଲୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ: ନବୀନ ପଟ୍ଟନାୟକ ଯୋଗଦେଇ ଜର୍ସି ଉନ୍ମୋଚନ କଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ବିଶ୍ୱକପ୍ ହକି ପାଇଁ ନୂଆଦିଲ୍ଲୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। FIH ସଭାପତିଙ୍କ ସହ ପୂର୍ବତନ ହକି ଖେଳାଳି ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦେଇଛନ୍ତି। ଏହି ଅବସରରେ ଭାରତୀୟ ହକି ଦଳର ନୂଆ ଜର୍ସି ଉନ୍ମୋଚିତ ହୋଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଜର୍ସି ଉନ୍ମୋଚନ କରିଛନ୍ତି। ଏଥିରେ ଭାରତୀୟ ଅଲିମ୍ପିକ ଆସୋସିଏସନ ସଭାପତି ତଥା ଏଫଆଇଏଚ୍ ସଭାପତି ନରିନ୍ଦର ବାତ୍ରା, ପୂର୍ବତନ ଅଲମ୍ପିୟାନ୍ ଦିଲ୍ଲୀପ ତିର୍କୀ, ଧନରାଜ ପିଲ୍ଲେ, ବିରେନ ରସ୍କାନା ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ନଭେମ୍ବର-ଡିସେମ୍ବରରେ ଭୁବନେଶ୍ୱରରେ ହକି ଓ୍ୱାର୍ଲଡ କପ୍ ଆୟୋଜନ କରାଯାଉଛି।