୧୦ ୱିକେଟରେ ଜିତିଲା ନ୍ୟୁଜିଲ୍ୟାଣ୍ଡ୍

କାର୍ଡିଫ୍: ଆଇସିସି ବିଶ୍ୱକପ୍ ଦ୍ୱାଦଶ ସଂସ୍କରଣର ତୃତୀୟ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ଉଭୟ ବିଭାଗରେ ପ୍ରଶଂସନୀୟ ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ୧୦ ୱିକେଟରେ ପରାସ୍ତ କରିଛି। ସୋଫିଆ ଗାର୍ଡେନ୍ସରେ ଅନୁଷ୍ଠିତ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ନ୍ୟୁଜିଲ୍ୟାଣ୍ଡ ବୋଲରଙ୍କୁ ସାମ୍ନା କରିନପାରି ୨୯.୨ ଓଭରରେ ୧୩୬ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଶ୍ରୀଲଙ୍କା ପକ୍ଷରୁ ନବନିଯୁକ୍ତ କ୍ୟାପଟେନ୍ ଦିମୁତ କରୁଣାରତ୍ନେଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି […]

nz

nz

Hemant Lenka
  • Published: Saturday, 01 June 2019
  • Updated: 01 June 2019, 07:30 PM IST

Sports

Latest News

କାର୍ଡିଫ୍: ଆଇସିସି ବିଶ୍ୱକପ୍ ଦ୍ୱାଦଶ ସଂସ୍କରଣର ତୃତୀୟ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ଉଭୟ ବିଭାଗରେ ପ୍ରଶଂସନୀୟ ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ୧୦ ୱିକେଟରେ ପରାସ୍ତ କରିଛି।

ସୋଫିଆ ଗାର୍ଡେନ୍ସରେ ଅନୁଷ୍ଠିତ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ନ୍ୟୁଜିଲ୍ୟାଣ୍ଡ ବୋଲରଙ୍କୁ ସାମ୍ନା କରିନପାରି ୨୯.୨ ଓଭରରେ ୧୩୬ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଶ୍ରୀଲଙ୍କା ପକ୍ଷରୁ ନବନିଯୁକ୍ତ କ୍ୟାପଟେନ୍ ଦିମୁତ କରୁଣାରତ୍ନେଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଧୈର୍ଯ୍ୟର ସହ ବ୍ୟାଟିଂ କରିପାରିନଥିଲେ। କରୁଣାରତ୍ନେ ସର୍ବାଧିକ ୫୨ (୮୪ ବଲ୍, ୪ ଚୌକା) ରନ୍ କରି ଅପରାଜିତ ଥିଲେ। ଟିମର ସାତଜଣ ବ୍ୟାଟ୍ସମ୍ୟାନ୍ ଖାତା ସୁଦ୍ଧା ଖୋଲିପାରି ନଥିଲେ।

ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ୧୬.୧ ଓଭରରେ ବିନା ୱିକେଟ୍ ହରାଇ ୧୩୭ ରନ୍ କରି ମ୍ୟାଚକୁ ଏକତରଫା ଭାବେ ଜିତି ନେଇଛି। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ଦୁଇ ଓପ୍ନର ମାର୍ଟିନ୍ ଗପ୍ଟିଲ୍ ଓ କଲିନ୍ ମୁନରୋ ଅପରାଜିତ ଅର୍ଦ୍ଧଶତକ ମାରି ଟିମକୁ ଜିତାଇଛନ୍ତି। ଗପ୍ଟିଲ୍ ୫୧ ବଲରେ ୮ ଚୌକା ଓ ୨ ଛକା ସହ ୭୩ ଓ ମୁନରୋ ୪୭ ବଲରେ ୬ ଚୌକା ଓ ୧ ଛକା ସହ ୫୮ ରନ୍ କରି ଅପରାଜିତ ରହିଛନ୍ତି। ଶ୍ରୀଲଙ୍କାର କୌଣସି ବୋଲରଙ୍କୁ ସଫଳତା ମିଳି ନାହିଁ। ଟିମର ସବୁଠାରୁ ଅଭିଜ୍ଞ ବୋଲର ଲାସିଥ୍ ମାଲିଙ୍ଗା ଅଧିକ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ସେ ୫ ଓଭରରେ ୪୬ ରନ୍ ବ୍ୟୟ କରିଛନ୍ତି।

ଏହା ପୂର୍ବରୁ ବୋଲରଙ୍କୁ ସୁହାଉଥିବା ଏହି ପିଚରେ ନ୍ୟୁଜିଲ୍ୟାଣ୍ଡ୍ କ୍ୟାପଟେନ୍ କେନ୍ ୱିଲିୟମସନ୍ ଟସ୍ ଜିତି ବିନା ଦ୍ୱିଧାରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ ପାଇଥିବା ଶ୍ରୀଲଙ୍କାକୁ ପ୍ରଥମ ଓଭରରେ ଝଟକା ଲାଗିଥିଲା। ମ୍ୟାଚର ଦ୍ୱିତୀୟ ବଲରେ କିୱି ପେସ୍ ବୋଲର ହେନରୀ ଶ୍ରୀଲଙ୍କା ଓପ୍ନର ଲାହିରୁ ଥିରିମାନେ (୪)ଙ୍କୁ ଏଲବିଡବ୍ଲ୍ୟୁ କରିଥିଲେ।

ତେବେ କରୁଣାରତ୍ନେ ଓ କୁଶଲ ପରେରା ଦ୍ୱିତୀୟ ୱିକେଟ୍ ପାଇଁ ୪୨ ରନ୍ ଯୋଡ଼ି ଟିମ୍ ସ୍ଥିତି ସୁଧାରିବାକୁ ପ୍ରୟାସ କରିଥିଲେ। କିନ୍ତୁ ଏହି ଯୋଡ଼ିକୁ ମଧ୍ୟ ହେନରୀ ଭାଙ୍ଗିବାରେ ସଫଳ ହୋଇଥିଲେ। ପରେରା ୨୪ ବଲରେ ୪ ଚୌକା ସହ ୨୯ ରନ୍ କରି କଲିନ୍ ଡି'ଗ୍ରାଣ୍ଡହୋମଙ୍କୁ କ୍ୟାଚ୍ ଦେଇ ବସିଥିଲେ। ଏହା ପରେ ଶ୍ରୀଲଙ୍କା ଟିମ୍ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲା।

ମଧ୍ୟକ୍ରମରେ କୁଶଲ ମେଣ୍ଡିସ୍ (୦) ଓ ଆଞ୍ଜେଲୋ ମାଥ୍ୟୁସ୍ (୦) ଖାତା ଖୋଲିପାରି ନଥିବା ବେଳେ ଧନଞ୍ଜୟ ଡି'ସିଲଭା (୪) ଓ ଜୀବନ ମେଣ୍ଡିସ୍ (୧) ଦୁଇ ଅଙ୍କୁ ଛୁଇଁପାରି ନଥିଲେ। ଏହି ସମୟରେ ଶ୍ରୀଲଙ୍କା ୬୦ ରନରେ ୬ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା। କିନ୍ତୁ ବାମହାତୀ ଅଲରାଉଣ୍ଡର ଥିସାରା ପରେରା କ୍ୟାପଟେନ୍ କରୁଣାରତ୍ନେଙ୍କୁ ଭଲ ସହଯୋଗ କରିଥିଲେ। ଦୁହେଁ ସପ୍ତମ ୱିକେଟ୍ ପାଇଁ ଅର୍ଦ୍ଧଶତକୀୟ (୫୨) ଭାଗୀଦାରୀ କରିଥିଲେ, କିନ୍ତୁ ଦଳକୁ ବଡ଼ ସ୍କୋରରେ ପହଞ୍ଚାଇପାରି ନଥିଲେ।

ପରେରା ୨୭ ରନ୍ କରି ମିଚେଲ୍ ସାଣ୍ଟନରଙ୍କ ଶିକାର ହୋଇଥିଲେ। ପରେରାଙ୍କ ଆଉଟ୍ ପରେ ଶେଷ ତିନି ୱିକେଟ୍ ୨୪ ରନରେ ପତନ ହୋଇଥିଲା। ଏଥିସହ ଶ୍ରୀଲଙ୍କା ଇନିଂସ୍ ୧୩୬ ରନରେ ସୀମିତ ହୋଇଥିଲା। ଶେଷ ଭାଗରେ ଇସୁରୁ ଉଦାନା (୦), ସୁରଙ୍ଗା ଲାକମଲ୍ (୭) ଓ ଲସିଥ ମାଲିଙ୍ଗା (୧) ନିରାଶ କରିଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ମ୍ୟାଟ୍ ହେନରୀ ୨୯ ରନ୍ ଦେଇ ୩ଟି ଓ ଲକି ଫର୍ଗୁସନ୍ ୨୨ ରନ୍ ଦେଇ ୩ଟି ୱିକେଟ୍ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ, ଗ୍ରାଣ୍ଡହୋମ୍, ଜେମ୍ସ ନିଶାମ୍ ଓ ସାଣ୍ଟନର ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ସଂକ୍ଷିପ୍ତ ସ୍କୋର
ଶ୍ରୀଲଙ୍କା ୧୩୬, ୨୯.୨ ଓଭର: ଦିମୁତ କରୁଣାରତ୍ନେ ୫୨, କୁଶଲ ପରେରା ୨୯, ଥିସାରା ପରେରା ୨୭, ମ୍ୟାଟ୍ ହେନରୀ ୩/୨୯, ଲକି ଫର୍ଗୁସନ୍ ୩/୨୨।
ନ୍ୟୁଜିଲ୍ୟାଣ୍ଡ୍ ୧୩୭/୦, ୧୬.୧ ଓଭର: ମାର୍ଟିନ୍ ଗପ୍ଟିଲ୍ ୭୩*, କଲିନ୍ ମୁନରୋ ୫୮*।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story