ନ୍ୟୁଜିଲ୍ୟାଣ୍ଡକୁ ୨୪୫ ରନ୍‌ର ଟାର୍ଗେଟ୍ ଦେଲା ବାଂଲାଦେଶ

ଲଣ୍ଡନ: ଚଳିତ ବିଶ୍ୱକପର ନବମ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ସାକିବ୍ ଅଲ୍ ହାସନଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୨୪୪ ରନ୍ କରିଛି। ଫଳରେ ମୁକାବିଲାକୁ ଜିତିବା ପାଇଁ ନ୍ୟୁଜିଲ୍ୟାଣ୍ଡକୁ ୨୪୫ ରନ୍ କରିବାକୁ ପଡ଼ିଛି। ଏହି ମ୍ୟାଚରେ ବାଂଲାଦେଶ ପକ୍ଷରୁ ସାକିବ୍ ସର୍ବାଧିକ ୬୪ (୬୮ ବଲ୍, ୭ ଚୌକା) ରନ୍ କରିଥିବା ବେଳେ ଅନ୍ୟ କୌଣସି […]

nz vs ban

nz vs ban

Hemant Lenka
  • Published: Wednesday, 05 June 2019
  • Updated: 05 June 2019, 09:45 PM IST

Sports

Latest News

ଲଣ୍ଡନ: ଚଳିତ ବିଶ୍ୱକପର ନବମ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ସାକିବ୍ ଅଲ୍ ହାସନଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୨୪୪ ରନ୍ କରିଛି। ଫଳରେ ମୁକାବିଲାକୁ ଜିତିବା ପାଇଁ ନ୍ୟୁଜିଲ୍ୟାଣ୍ଡକୁ ୨୪୫ ରନ୍ କରିବାକୁ ପଡ଼ିଛି।

ଏହି ମ୍ୟାଚରେ ବାଂଲାଦେଶ ପକ୍ଷରୁ ସାକିବ୍ ସର୍ବାଧିକ ୬୪ (୬୮ ବଲ୍, ୭ ଚୌକା) ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନାହାନ୍ତି । ତେବେ ନ୍ୟୁଜିଲ୍ୟାଣ୍ଡର ବୋଲିଂ ଆକ୍ରମଣ ପ୍ରଶଂସନୀୟ ରହିଛି। କିୱି ଟିମର ମ୍ୟାଟ୍ ହେନରୀ ୪୭ ରନ୍ ଦେଇ ସର୍ବାଧିକ ୪ଟି ୱିକେଟ୍ ନେଇଛନ୍ତି।

କେନିଙ୍ଗଟନ୍ ଓଭାଲାରେ ଖେଳାଯାଇଥିବା ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ପକ୍ଷରୁ ଦୁଇ ଓପ୍ନର ତାମିମ୍ ଇକବାଲ୍ ଓ ସୌମ୍ୟ ସରକାର ଭଲ ଆରମ୍ଭ କରିଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୪୫ ରନ୍ ଯୋଡ଼ିଥିବା ବେଳେ ସୌମ୍ୟ (୨୫)ଙ୍କୁ ମ୍ୟାଟ୍ ହେନରୀ ଆଉଟ୍ କରିଥିଲେ। ତାଙ୍କ ପରେ ତମିମ୍ (୨୪)ଙ୍କୁ ଲକି ଫର୍ଗୁସନ୍ ପ୍ୟାଭିଲିୟନ୍ ପଠାଇଥିଲେ।

ମଧ୍ୟକ୍ରମରେ ସାକିବଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସେତେଟା ପ୍ରଭାବୀ ବ୍ୟାଟିଂ କରିପାରିନଥିଲେ। ସାକିବଙ୍କ ସହ ମୁଶଫିକର (୧୯) ତୃତୀୟ ୱିକେଟ୍ ପାଇଁ ୫୦ ରନର ଭାଗୀଦାରୀ କରିଥିଲେ। ମହମ୍ମଦ ମିଥୁନ୍ (୨୬), ମହମଦୁଲ୍ଲା (୨୦) ଓ ମୋସାଡେକ୍ ହୁସେନ୍ (୧୧), ମେହେଦି ହାସନ୍ ମିରାଜ (୭) ଓ ଅଧିନାୟକ ମାସରଫି ମୋର୍ତାଜା (୧) ନିରାଶ କରିଥିଲେ।

ତେବେ ଶେଷଭାଗରେ ବ୍ୟାଟିଂ କରିବାକୁ ଆସିଥିବା ମହମ୍ମଦ ସୈଫୁଦ୍ଦିନ ଦ୍ରୁତ ରନ୍ କରି ବାଂଲାଦେଶକୁ ୨୪୪ ରନର ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ସୈଫୁଦ୍ଦିନ ୨୩ ବଲରେ ୩ ଚୌକା ଓ ୧ ଛକା ସହ ୨୯ ରନ୍ କରି ଅନ୍ତିମ ୱିକେଟ୍ ଭାବେ ଆଉଟ୍ ହୋଇଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ଟ୍ରେଣ୍ଟ ବୋଲ୍ଡ ୨ଟି, ଫର୍ଗୁସନ୍, କଲିନ୍ ଡି'ଗ୍ରାଣ୍ଡହୋମ୍ ଓ ମିଚେଲ୍ ସାଣ୍ଟନର ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story