ଶ୍ରୀଲଙ୍କାକୁ ୧୩୬ ରନରେ ରୋକିଲା ନ୍ୟୁଜିଲ୍ୟାଣ୍ଡ୍

କାର୍ଡିଫ୍: ଏସିଆର ଦୁଇ ପୂର୍ବତନ ବିଶ୍ୱ ବିଜେତା ପାକିସ୍ତାନ ଓ ଶ୍ରୀଲଙ୍କା ଇଂଲଣ୍ଡର ଫାଷ୍ଟ୍ ପିଚରେ ଫେଲ୍ ମାରିଛନ୍ତି। ଶୁକ୍ରବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ପାକିସ୍ତାନ ଟିମ୍ ମାତ୍ର ୧୦୫ ରନରେ ଅଲ୍ ଆଉଟ୍ ହୋଇଥିବା ବେଳେ ଆଜି ଶ୍ରୀଲଙ୍କାକୁ ମଧ୍ୟ ସମଦଶା ଭୋଗିବାକୁ ପଡ଼ିଛି। ସୋଫିଆ ଗାର୍ଡେନ୍ସରେ ଖେଳାଯାଇଥିବା ବିଶ୍ୱକପର ତୃତୀୟ ମୁକାବିଲାରେ ମ୍ୟାଟ୍ ହେନରୀ ଓ ଲକି ଫର୍ଗୁସନଙ୍କ ଘାତକ ବୋଲିଂ ବଳରେ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ଶ୍ରୀଲଙ୍କାକୁ ୨୯.୨ ଓଭରରେ ୧୩୬ ରନରେ ଅଲ୍ […]

henry

henry

Hemant Lenka
  • Published: Saturday, 01 June 2019
  • Updated: 01 June 2019, 05:45 PM IST

Sports

Latest News

କାର୍ଡିଫ୍: ଏସିଆର ଦୁଇ ପୂର୍ବତନ ବିଶ୍ୱ ବିଜେତା ପାକିସ୍ତାନ ଓ ଶ୍ରୀଲଙ୍କା ଇଂଲଣ୍ଡର ଫାଷ୍ଟ୍ ପିଚରେ ଫେଲ୍ ମାରିଛନ୍ତି। ଶୁକ୍ରବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ପାକିସ୍ତାନ ଟିମ୍ ମାତ୍ର ୧୦୫ ରନରେ ଅଲ୍ ଆଉଟ୍ ହୋଇଥିବା ବେଳେ ଆଜି ଶ୍ରୀଲଙ୍କାକୁ ମଧ୍ୟ ସମଦଶା ଭୋଗିବାକୁ ପଡ଼ିଛି।

ସୋଫିଆ ଗାର୍ଡେନ୍ସରେ ଖେଳାଯାଇଥିବା ବିଶ୍ୱକପର ତୃତୀୟ ମୁକାବିଲାରେ ମ୍ୟାଟ୍ ହେନରୀ ଓ ଲକି ଫର୍ଗୁସନଙ୍କ ଘାତକ ବୋଲିଂ ବଳରେ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ଶ୍ରୀଲଙ୍କାକୁ ୨୯.୨ ଓଭରରେ ୧୩୬ ରନରେ ଅଲ୍ ଆଉଟ୍ କରିଦେଇଛି। ଫଳରେ ଏହି ମ୍ୟାଚକୁ ଜିତିବା ପାଇଁ ନ୍ୟୁଜିଲ୍ୟାଣ୍ଡକୁ ନିର୍ଦ୍ଧାରିତ ଓଭରରେ ୧୩୭ ରନ୍ କରିବାକୁ ପଡ଼ିବ।

ଶ୍ରୀଲଙ୍କା ପକ୍ଷରୁ ନବନିଯୁକ୍ତ କ୍ୟାପଟେନ୍ ଦିମୁତ କରୁଣାରତ୍ନେଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜରେ ଛିଡ଼ା ହୋଇ ପାରିନାହାନ୍ତି। କରୁଣାରତ୍ନେ ସର୍ବାଧିକ ୫୨ (୮୪ ବଲ୍, ୪ ଚୌକା) ରନ୍ କରି ଅପରାଜିତ ଥିଲେ। ଟିମର ସାତଜଣ ବ୍ୟାଟ୍ସମ୍ୟାନ୍ ଖାତା ସୁଦ୍ଧା ଖୋଲିବାକୁ ସକ୍ଷମ ହୋଇନାହାନ୍ତି। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ଟିମର ସବୁ ବୋଲର ସଫଳତା ହାସଲ କରିଛନ୍ତି। ତେବେ ସଫଳ ବୋଲର ଭାବେ ହେନରୀ ଓ ଫର୍ଗୁସନ୍ ୩ଟି ଲେଖାଏ ୱିକେଟ୍ ନେଇଛନ୍ତି।

ବୋଲରଙ୍କୁ ସୁହାଉଥିବା ଏହି ପିଚରେ ନ୍ୟୁଜିଲ୍ୟାଣ୍ଡ୍ କ୍ୟାପଟେନ୍ କେନ୍ ୱିଲିୟମସନ୍ ଟସ୍ ଜିତି ବିନା ଦ୍ୱିଧାରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ ପାଇଥିବା ଶ୍ରୀଲଙ୍କାକୁ ପ୍ରଥମ ଓଭରରେ ଝଟକା ଲାଗିଥିଲା। ମ୍ୟାଚର ଦ୍ୱିତୀୟ ବଲରେ କିୱି ପେସ୍ ବୋଲର ହେନରୀ ଶ୍ରୀଲଙ୍କା ଓପ୍ନର ଲାହିରୁ ଥିରିମାନେ (୪)ଙ୍କୁ ଏଲବିଡବ୍ଲ୍ୟୁ କରିଥିଲେ।

ତେବେ କରୁଣାରତ୍ନେ ଓ କୁଶଲ ପରେରା ଦ୍ୱିତୀୟ ୱିକେଟ୍ ପାଇଁ ୪୨ ରନ୍ ଯୋଡ଼ି ଟିମ୍ ସ୍ଥିତି ସୁଧାରିବାକୁ ପ୍ରୟାସ କରିଥିଲେ। କିନ୍ତୁ ଏହି ଯୋଡ଼ିକୁ ମଧ୍ୟ ହେନରୀ ଭାଙ୍ଗିବାରେ ସଫଳ ହୋଇଥିଲେ। ପରେରା ୨୪ ବଲରେ ୪ ଚୌକା ସହ ୨୯ ରନ୍ କରି କଲିନ୍ ଡି'ଗ୍ରାଣ୍ଡହୋମଙ୍କୁ କ୍ୟାଚ୍ ଦେଇ ବସିଥିଲେ। ଏହା ପରେ ଶ୍ରୀଲଙ୍କା ଟିମ୍ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲା।

ମଧ୍ୟକ୍ରମରେ କୁଶଲ ମେଣ୍ଡିସ୍ (୦) ଓ ଆଞ୍ଜେଲୋ ମାଥ୍ୟୁସ୍ (୦) ଖାତା ଖୋଲିପାରି ନଥିବା ବେଳେ ଧନଞ୍ଜୟ ଡି'ସିଲଭା (୪) ଓ ଜୀବନ ମେଣ୍ଡିସ୍ (୧) ଦୁଇ ଅଙ୍କୁ ଛୁଇଁପାରି ନଥିଲେ। ଏହି ସମୟରେ ଶ୍ରୀଲଙ୍କା ୬୦ ରନରେ ୬ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା। କିନ୍ତୁ ବାମହାତୀ ଅଲରାଉଣ୍ଡର ଥିସାରା ପରେରା କ୍ୟାପଟେନ୍ କରୁଣାରତ୍ନେଙ୍କୁ ଭଲ ସହଯୋଗ କରିଥିଲେ। ଦୁହେଁ ସପ୍ତମ ୱିକେଟ୍ ପାଇଁ ଅର୍ଦ୍ଧଶତକୀୟ (୫୨) ଭାଗୀଦାରୀ କରିଥିଲେ, କିନ୍ତୁ ଦଳକୁ ବଡ଼ ସ୍କୋରରେ ପହଞ୍ଚାଇପାରି ନଥିଲେ।

ପରେରା ୨୭ ରନ୍ କରି ମିଚେଲ୍ ସାଣ୍ଟନରଙ୍କ ଶିକାର ହୋଇଥିଲେ। ପରେରାଙ୍କ ଆଉଟ୍ ପରେ ଶେଷ ତିନି ୱିକେଟ୍ ୨୪ ରନରେ ପତନ ହୋଇଥିଲା। ଏଥିସହ ଶ୍ରୀଲଙ୍କା ଇନିଂସ୍ ୧୩୬ ରନରେ ସୀମିତ ହୋଇଥିଲା। ଶେଷ ଭାଗରେ ଇସୁରୁ ଉଦାନା (୦), ସୁରଙ୍ଗା ଲାକମଲ୍ (୭) ଓ ଲସିଥ ମାଲିଙ୍ଗା (୧) ନିରାଶ କରିଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ, ଗ୍ରାଣ୍ଡହୋମ୍, ଜେମ୍ସ ନିଶାମ୍ ଓ ସାଣ୍ଟନର ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story