ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲଢ଼ିଲା ନ୍ୟୁଜିଲ୍ୟାଣ୍ଡ, ୱିଲିୟମସନଙ୍କ ଅର୍ଦ୍ଧଶତକ

ଏଜବାଷ୍ଟନ୍‌: ବର୍ଷା ବାଧାପ୍ରାପ୍ତ ନ୍ୟୁଜିଲ୍ୟାଣ୍ଡ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ୪୯ ଓଭର ବିଶିଷ୍ଟ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୬ ୱିକେଟ୍‌ ହରାଇ ମାତ୍ର ୨୪୧ ରନ୍‌ କରିବାକୁ ସକ୍ଷମ ହୋଇଛି। ଦଳ ପକ୍ଷରୁ ରସେଇ ଭାନ୍‌ ଡେର ଦୁସେନ ଅପରାଜିତ ୬୭ ରନ୍‌ର ଇନିଂସ୍‌ ଖେଳିଥିବା ବେଳେ ଅଭିଜ୍ଞ ହାସିମ ଆମଲା ୫୫ ରନ୍‌ କରିଥିଲେ। ୨୪୨ ରନ୍‌ର ଟାର୍ଗେଟ ପାଇଥିବା ନ୍ୟୁଜିଲ୍ୟାଣ୍ଡ ଜିତିବା ପାଇଁ […]

www

www

Hemant Lenka
  • Published: Wednesday, 19 June 2019
  • Updated: 20 June 2019, 05:29 PM IST

Sports

Latest News

ଏଜବାଷ୍ଟନ୍‌: ବର୍ଷା ବାଧାପ୍ରାପ୍ତ ନ୍ୟୁଜିଲ୍ୟାଣ୍ଡ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ୪୯ ଓଭର ବିଶିଷ୍ଟ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୬ ୱିକେଟ୍‌ ହରାଇ ମାତ୍ର ୨୪୧ ରନ୍‌ କରିବାକୁ ସକ୍ଷମ ହୋଇଛି। ଦଳ ପକ୍ଷରୁ ରସେଇ ଭାନ୍‌ ଡେର ଦୁସେନ ଅପରାଜିତ ୬୭ ରନ୍‌ର ଇନିଂସ୍‌ ଖେଳିଥିବା ବେଳେ ଅଭିଜ୍ଞ ହାସିମ ଆମଲା ୫୫ ରନ୍‌ କରିଥିଲେ। ୨୪୨ ରନ୍‌ର ଟାର୍ଗେଟ ପାଇଥିବା ନ୍ୟୁଜିଲ୍ୟାଣ୍ଡ ଜିତିବା ପାଇଁ ଲଢ଼େଇ ଜାରି ରଖିଛି। ଶେଷ ଖବର ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ୫ ୱିକେଟ୍‌ ହରାଇ ୧୪୫ ରନ୍‌ କରିଛି। ଦଳର ଟପ୍‌ ଅର୍ଡର ଫେଲ ମାରିଥିଲେ ହେଁ ୩ ନଂରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ କେନ୍‌ ୱିଲିୟମସନଙ୍କ ୬୩ ଓ କଲିନ୍‌ ଡି ଗ୍ରାଣ୍ଡହୋମ ୮ ରନ୍‌ କରି ଅପରାଜିତ ରହିଛନ୍ତି। ନ୍ୟୁଜିଲ୍ୟାଣ୍ଡକୁ ଏହି ମ୍ୟାଚ୍‌ଟିକୁ ଜିତିବା ପାଇଁ୯୬ ବଲ୍‌ରେ ୯୭ ରନ୍‌ର ଆବଶ୍ୟକତା ରହିଛି।

୨୪୨ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିବା ନ୍ୟୁଜିଲ୍ୟାଣ୍ଡ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଇନ୍‌ଫର୍ମ କଲିନ୍‌ ମନରୋ ମାତ୍ର ୯ ରନ୍‌ କରି କାଗିସୋ ରବାଡାଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ। ଏହାପରେ ବିସ୍ଫୋରକ ଢଙ୍ଗରେ ବ୍ୟାଟିଂ କରୁଥିବା ମାର୍ଟିନ ଗପ୍ଟିଲ ୩୫ ରନ୍‌ କରି ହିଟ୍‌ ୱିକେଟ୍‌ ହୋଇଯାଇଥିଲେ। ଅଭିଜ୍ଞ ରସ୍‌ ଟେଲର ଓ ଟମ୍‌ ଲାଥମ ମାତ୍ର ଗୋଟିଏ ଲେଖାଏ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଉଭୟ କ୍ରିସ୍‌ ମୋରିସ୍‌ଙ୍କ ବଲ୍‌ରେ ପ୍ୟାଭିଲିୟନ୍‌ ଫେରିଥିଲେ। ୮୦ ରନ୍‌ରେ ୪ ୱିକେଟ୍‌ ହରାଇଥିବା ନ୍ୟୁଜିଲ୍ୟାଣ୍ଡ ପାଇଁ ୱିଲିୟମସନ ଓ ନୀଶମ ସମ୍ଭାଳିଥିଲେ।  ତେବେ ୨୩ ରନ୍‌ କରିଥିବା ନୀଶମଙ୍କୁ ମୋରିସ୍‌ ତାଙ୍କର ତୃତୀୟ ଶିକାର କରିଥିଲେ।

ନ୍ୟୁଜିଲ୍ୟାଣ୍ଡ ବିଶ୍ୱକପ୍‌ରେ ଏଯାଏ କୌଣସି ମ୍ୟାଚ୍‌ ହାରିନାହିଁ। ଦଳ ୪ଟି ମ୍ୟାଚ୍‌ରୁ ୩ଟି ବିଜୟ ଓ ଗୋଟିଏ ବାତିଲ ସହ ୭ ପଏଣ୍ଟ ପାଇଛି। ସେହିପରି ଦକ୍ଷିଣ ଆଫ୍ରିକା ୫ଟି ମ୍ୟାଚରୁ ଗୋଟିଏ ବିଜୟ ଓ ୩ ପରାଜୟ ସହ ୩ ପଏଣ୍ଟ ପାଇଛି।

ଏହାପୂର୍ବରୁ ପ୍ରଥମେ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଓଭର୍‌ରେ ହିଁ ଓପନର କ୍ୱିଣ୍ଟନ୍‌ ଡି’କକ୍‌ଙ୍କୁ ହରାଇଥିଲା। ଡି’କକ୍‌ ମାତ୍ର ୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଏହାପରେ ଅଧିନାୟକ ଫାପ୍‌ ଡୁପ୍ଲେସିସ୍‌ଙ୍କ ସହ ମିଶି ଅଭିଜ୍ଞ ହାସିମ ଆମଲା ସ୍ଥତି ସମ୍ଭାଳିଥିଲେ। ଉଭୟ ଦ୍ୱିତୀୟ ୱିକେଟ୍‌ ପାଇଁ ୫୦ ରନ୍‌ର ଭାଗିଦାରୀ କରିଥିଲେ। ଏହି ସମୟରେ ୨୩ କରିଥିବା ଡୁପ୍ଲେସିସ୍‌ଙ୍କୁ ଲକି ଫରଗୁସନ୍‌ ଆଉଟ୍‌ କରି ଦକ୍ଷିଣ ଆଫ୍ରିକାକୁ ଦ୍ୱିତୀୟ ଝଟ୍‌କା ଦେଇଥିଲେ। ତୃତୀୟ ୱିକେଟ୍‌ ପାଇଁ ଆଡେନ୍‌ ମକରମ ଓ ଅମଲା ୫୨ ରନ୍‌ ଯୋଡ଼ିଥିଲେ।

କିନ୍ତୁ ୫୫ ରନ୍‌ କରିଥିବା ଅମଲାଙ୍କୁ ମିଚେଲ ସାଣ୍ଟନର ଆଉଟ କରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ଅମଲାଙ୍କ ପରେ ୩୮ ରନ୍‌ କରିଥିବା ମକରମ ମଧ୍ୟ ବେଶୀ ସମୟ ତିଷ୍ଟ ପାରି ନଥିଲେ। ୧୩୬ ରନ୍‌ରେ ୪ଟି ୱିକେଟ୍‌ ହରାଇଥିବା ଦକ୍ଷିଣ ଆଫ୍ରିକାକୁ ଡେଭିଡ୍‌ ମିଲର ଓ ରସେଇ ଭାନ୍‌ ଡେର ଦୁସେନ ସମ୍ଭାଳିଥିଲେ। ଉଭୟ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବା ସହ ଦଳୀୟ ସ୍କୋରକୁ ୨୦୦ ପାର କରାଇଥିଲେ।

ଦଳୀୟ ସ୍କୋର ୨୦୮ ଥିବା ବେଳେ ବ୍ୟକ୍ତିଗତ ୩୬ ରନ୍‌ କରି ମିଲର ଆଉଟ୍‌ ହୋଇଯାଇଥିଲେ। ତାଙ୍କ ସ୍ଥାନରେ ଆସିଥିବା ଆନ୍ଦେଲ ଫେଲୁକାଓ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ତେବେ ଦୁସେନ ଶେଷ ପର୍ଯ୍ୟନ୍ତ ଅପରାଜିତ ୬୭ ରନ୍‌ କରିବାରୁ ଦଳୀୟ ସ୍କୋର ୨୪୦ ପାର ହୋଇଥିଲା। ତାଙ୍କୁ କ୍ରିସ୍‌ ମୋରିସ୍‌ ୬ ରନ୍‌ କରି ଶେଷ ପର୍ଯ୍ୟନ୍ତ ଭରପୂର ସହଯୋଗ କରିଥିଲେ।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଲକି ଫରଗୁସନ ୩ଟି ୱିକେଟ୍‌ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ, କଲିନ୍‌ ଡି ଗ୍ରାଣ୍ଡହୋମ ଓ ସାଣ୍ଟନର ଗୋଟିଏ ଲେଖାଏ ୱିକେଟ୍‌ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story