ଆଇସିସି ବିଶ୍ୱକପ୍: ଟିମ୍ ଇଣ୍ଡିଆ ନିରାଶ, ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ

ମ୍ୟାଞ୍ଚେଷ୍ଟର୍: କୋଟି କୋଟି ଭାରତୀୟ ପ୍ରଶଂସକ ଆଶା ଆଶାରେ ହିଁ ରହିଗଲା। ଲଗାତାର ଭଲ ପ୍ରଦର୍ଶନ କରିଆସୁଥିବା ଟାଇଟଲ୍ ଫେଭରିଟ୍ ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ ସେମିଫାଇନାଲରେ ଅଟକି ଯାଇଛି। ବୁଧବାର ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡ୍ ୧୮ ରନରେ ଭାରତକୁ ହରାଇ ଫାଇନାଲରେ ପହଞ୍ଚିଛି। ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆକୁ ନିରାଶ ହେବାକୁ ପଡ଼ିଛି। ନ୍ୟୁଜିଲ୍ୟାଣ୍ଡ୍ କ୍ରମାଗତ ଦ୍ୱିତୀୟଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ବର୍ଷା ଯୋଗୁ ଦୁଇଦିନ ଧରି ଚାଲିଥିବା ଏହି ମ୍ୟାଚରେ […]

nz

nz

Hemant Lenka
  • Published: Wednesday, 10 July 2019
  • Updated: 10 July 2019, 07:32 PM IST

Sports

Latest News

ମ୍ୟାଞ୍ଚେଷ୍ଟର୍: କୋଟି କୋଟି ଭାରତୀୟ ପ୍ରଶଂସକ ଆଶା ଆଶାରେ ହିଁ ରହିଗଲା। ଲଗାତାର ଭଲ ପ୍ରଦର୍ଶନ କରିଆସୁଥିବା ଟାଇଟଲ୍ ଫେଭରିଟ୍ ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ ସେମିଫାଇନାଲରେ ଅଟକି ଯାଇଛି। ବୁଧବାର ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡ୍ ୧୮ ରନରେ ଭାରତକୁ ହରାଇ ଫାଇନାଲରେ ପହଞ୍ଚିଛି। ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆକୁ ନିରାଶ ହେବାକୁ ପଡ଼ିଛି।

ନ୍ୟୁଜିଲ୍ୟାଣ୍ଡ୍ କ୍ରମାଗତ ଦ୍ୱିତୀୟଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ବର୍ଷା ଯୋଗୁ ଦୁଇଦିନ ଧରି ଚାଲିଥିବା ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୩୯ ରନ୍ କରିଥିଲା। ଜବାବରେ ରବୀନ୍ଦ୍ର ଜାଡେଜା (୭୭) ଓ ମହେନ୍ଦ୍ର ସିଂହ ଧୋନି (୫୦)ଙ୍କ ଲଢ଼ୁଆ ପ୍ରଦର୍ଶନ ସତ୍ତ୍ୱେ ଭାରତ ୪୯.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୨୨୧ ରନ୍ କରି ପରାସ୍ତ ହୋଇଛି।

ଏହି ଚ୍ୟାଲେଞ୍ଜିଂ ଲକ୍ଷ୍ୟର ପିଛା କରୁଥିବା ଟିମ୍ ଇଣ୍ଡିଆ ଆରମ୍ଭରୁ ୪ ୱିକେଟ୍ ହରାଇ ବଡ଼ ବିପଦରେ ପଡ଼ିଥିଲା। ଚଳିତ ଟୁର୍ଣ୍ଣାମେଣ୍ଟର ଟପ୍ ସ୍କୋରର ରୋହିତ୍ ଶର୍ମା ମାତ୍ର ୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ମ୍ୟାଟ୍ ହେନରୀଙ୍କ ଆଉଟ୍ ସୁଇଂକୁ ବୁଝିନପାରି ରୋହିତ୍ ୱିକେଟକିପର ଟମ୍ ଲାଥାମଙ୍କୁ କ୍ୟାଚ୍ ଦେଇ ବସିଥିଲେ। ଏହା ପରେ ସବୁ ଆଶା କ୍ୟାପଟେନ୍ ବିରାଟ୍ କୋହଲି (୧)ଙ୍କ ଉପରେ ରହିଥିଲା, କିନ୍ତୁ ସେ ମଧ୍ୟ ନିରାଶ କରିଥିଲେ। ତାଙ୍କୁ କିୱିର ଷ୍ଟାର୍ ପେସର ଟ୍ରେଣ୍ଟ ବୋଲ୍ଟ ଏଲବିଡବ୍ଲ୍ୟୁ କରିଥିଲେ।

ଏହା ପରେ ଲୋକେଶ ରାହୁଲ (୧)ଙ୍କୁ ହେନରୀ ଆଉଟ୍ କରିଥିଲେ। ଦିନେଶ କାର୍ତ୍ତିକ ସୁଯୋଗ ଫାଇଦା ଉଠାଇନପାରି ମାତ୍ର ୬ ରନରେ ନିଜ ୱିକେଟ୍ ଦେଇ ବସିଥିଲେ। ୧୦ ଓଭରରେ ୪ ୱିକେଟ୍ ହରାଇ ଭାରତ ବ୍ୟାକଫୁଟକୁ ଚାଲିଆସିଥିବା ବେଳେ ରିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ଲଢ଼ିଥିଲେ। ଦୁହେଁ ୭୭ ବଲରେ ୪୭ ରନର ଭାଗୀଦାରୀ କରିଥିଲେ। ଏହି ସେଟ୍ ଯୋଡ଼ିକୁ ମିଚେଲ୍ ସାଣ୍ଟନର ଭାଙ୍ଗିଥିଲେ। ପନ୍ତ (୩୨) ଖରାପ ଶଟ୍ ଖେଳି ଗ୍ରାଣ୍ଡହୋମଙ୍କୁ କ୍ୟାଚ୍ ଦେଇ ବସିଥିଲେ।

ହାର୍ଦ୍ଦିକ (୩୨)ଙ୍କୁ ସାଣ୍ଟନର ନିଜର ଶିକାର ବନାଇ ମ୍ୟାଚକୁ ନ୍ୟୁଜିଲ୍ୟାଣ୍ଡ କବଜାରେ କରିଥିଲେ। କିନ୍ତୁ ଟିମର ସବୁଠାରୁ ଅଭିଜ୍ଞ ଖେଳାଳି ଧୋନି ଓ ଅଲରାଉଣ୍ଡର ଜାଡେଜା ଦମ୍ ଦେଖାଇଥିଲେ। ଦୁହେଁ (୧୦୬) ଶତକୀୟ ଭାଗୀଦାରୀ କରି ଭାରତ ପାଇଁ ଆଶା ସଞ୍ଚାର କରିଥିଲେ। କିନ୍ତୁ ୪୮ତମ ଓଭରରେ ଜାଡେଜା ଏବଂ ୪୯ତମ ଓଭରରେ ଧୋନିଙ୍କ ଆଉଟ୍ ପରେ ଭାରତ ମୁଠାରୁ ମ୍ୟାଚ୍ ଖସି ଯାଇଥିଲା। ଜାଡେଡା ୫୯ ବଲରେ ୪ ଚୌକା ଓ ୪ ଛକା ସହ ୭୭ ଏବଂ ଧୋନି ୫୦ (୭୨ ବଲ୍) ରନ୍ କରିଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ହେନରୀ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ସାଣ୍ଟନର ଓ ବୋଲ୍ଟ ଦୁଇଟି ଲେଖାଏ ୱିକେଟ୍ ନେଇଥିଲେ।

ଏହା ପୂର୍ବରୁ ମଙ୍ଗଳବାର ନ୍ୟୁଜିଲ୍ୟାଣ୍ଡ୍ ୪୬.୧ ଓଭରରେ ୫ ୱିକେଟ୍ ହରାଇ ୨୧୧ ରନ୍ କରିଥିଲା ବେଳେ ବର୍ଷା ଯୋଗୁ ମ୍ୟାଚ୍ ଅଟକିଯାଇଥିଲା। ନ୍ୟୁଜିଲ୍ୟାଣ୍ଡ କ୍ୟାପଟେନ୍ ୱିଲିୟମସନ୍ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଟସ୍ ହାରିବା ଭାରତ ପାଇଁ ଫଳପ୍ରଦ ହୋଇଥିଲା। ଭାରତର ମୁଖ୍ୟ ଷ୍ଟ୍ରାଇକ୍ ବୋଲର ଯଶପ୍ରୀତ ବୁମ୍ରା ନିଜର ଦ୍ୱିତୀୟ ଓଭରରେ ହିଁ ଭାରତକୁ ସଫଳତା ଦେଇଥିଲେ। ନ୍ୟୁଜିଲ୍ୟାଣ୍ଡର ନିର୍ଭରଯୋଗ୍ୟ ଓପନିଂ ବ୍ୟାଟ୍ସମ୍ୟାନ୍ ମାର୍ଟିନ୍ ଗପ୍ଟିଲ୍ (୧) ପୁଣିଥରେ ନିରାଶ କରିଥିଲେ ଏବଂ ସ୍ଲିପରେ ବିରାଟ୍ କୋହଲିଙ୍କୁ କ୍ୟାଚ୍ ଦେଇ ବସିଥିଲେ।

ଏହା ପରେ ହେନରୀ ନିକୋଲ୍ସ ଓ ୱିଲିୟମସନ୍ ସ୍ଥିତି ସମ୍ଭାଳିଥିଲେ। ଦୁହେଁ ଭାରତୀୟ ବୋଲରଙ୍କୁ ସତର୍କତାର ସହ ଖେଳି ଧିମା ବ୍ୟାଟିଂ କରିଥିଲେ । ତେବେ ସେଟ୍ ହୋଇଆସୁଥିବା ଏହି ଯୋଡ଼ିକୁ ରବୀନ୍ଦ୍ର ଜାଡେଜା ଭାଙ୍ଗିବାରେ ସଫଳ ହୋଇଥିଲେ । ନିକୋଲ୍ସ ୨୮ ରନ୍ କରି ଜାଡେଜାଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ଏହି ସମୟରେ ୱିଲିୟମସନଙ୍କୁ ଏକ ଭଲ ଭାଗୀଦାରୀର ଆବଶ୍ୟକତା ହେଉଥିବା ବେଳେ ଏହାକୁ ରସ୍ ଟେଲର ପୂରଣ କରିଥିଲେ।

ଟିମର ଏହି ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ ଏବଂ ନ୍ୟୁଜିଲ୍ୟାଣ୍ଡ୍ ପାଇଁ ଆଶା ସଞ୍ଚାର କରିଥିଲେ । ଏହା ମଧ୍ୟରେ ୱିଲିୟମସନ୍ ୭୯ ବଲରେ ନିଜର ୩୯ତମ ଅର୍ଦ୍ଧଶତକ ପୂରଣ କରିଥିଲେ। ଅର୍ଦ୍ଧଶତକ ମାରିବା ପରେ ୱିଲିୟମସନ୍ ନିଜ ରନ୍ ଗତିକୁ ସାମାନ୍ୟ ବଢ଼ାଇଥିଲେ, କିନ୍ତୁ ତାଙ୍କୁ ଠିକଣା ସମୟରେ ୟୁଜବେନ୍ଦ୍ର ଚହଲ ଆଉଟ୍ କରି ଭାରତକୁ ବଡ଼ ସଫଳତା ଦେଇଥିଲେ। ୱିଲିୟମସନ୍ ୯୫ ବଲରେ ୬ ଚୌକା ସହ ୬୭ ରନ୍ କରି ଜାଡେଜାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ।

ଆଉଟ୍ ହେବା ପୂର୍ବରୁ ସେ ଟେଲରଙ୍କ ସହ ମିଶି ତୃତୀୟ ୱିକେଟ୍ ପାଇଁ ୬୫ ରନ୍ ଯୋଡ଼ିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଜେମ୍ସ ନିଶାମ (୧୨)ଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା ପ୍ୟାଭିଲିୟନ୍ ପଠାଇଥିଲେ। ଟେଲର ୭୩ ବଲରେ ନିଜର ୫୦ତମ ଅର୍ଦ୍ଧଶତକ ପୂରଣ କରିଥିଲେ। ତାଙ୍କ ସହ କ୍ରିଜରେ ଯୋଗଦେଇଥିବା କଲିନ୍ ଡି'ଗ୍ରାଣ୍ଡହୋମ୍ ନିଜର ଚିରାଚରିତ ଢ଼ଙ୍ଗରେ ବ୍ୟାଟିଂ କରିଥିଲେ। ଦୁହେଁ ସ୍କୋରକୁ ୨୦୦ ଅତିକ୍ରମ କରାଇଥିବା ବେଳେ ଗ୍ରାଣ୍ଡହୋମ୍ (୧୬)ଙ୍କୁ ଭୁବନେଶ୍ୱର କୁମାର ପ୍ୟାଭିଲିୟନ୍ ପଠାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story