ପ୍ରଥମ ଟେଷ୍ଟ: ଅଗ୍ରଣୀ ହାସଲ କଲା ନ୍ୟୁଜିଲ୍ୟାଣ୍ଡ, ବିଳମ୍ବରେ ଭାରତର କମବ୍ୟାକ

ୱେଲଙ୍ଗିଟନ: ଟିମ୍‌ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ ପରେ ଆରମ୍ଭରୁ ‌ଈଶାନ୍ତ ଶର୍ମାଙ୍କୁ ଛାଡ଼ିଦେଲେ ଆଉ କେହି ବି ପ୍ରଭାବଶାଳୀ ବୋଲିଂ କରିପାରି ନଥିଲେ। ଏହାର ଫାଇନା ଉଠାଇ ଘରୋଇ ନ୍ୟୁଜିଲ୍ୟାଣ୍ଡ ଅଗ୍ରଣୀ ମଧ୍ୟ ହାସଲ କରିନେଲା। ହେଲେ ଦ୍ୱିତୀୟ ଦିନର ଖେଳ ଶେଷ ହେବାର କିଛି ଘଣ୍ଟାପୂର୍ବରୁ ଟିମ୍‌ ଇଣ୍ଡିଆର ବୋଲରମାନେ ଜବରଦସ୍ତ କମବ୍ୟାକ୍‌ କଲେ। ଭାରତର ୧୬୫ ରନ୍‌ର ଜବାବରେ ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୫ ୱିକେଟ ହରାଇ ୨୧୬ କରିଛି। […]

t

t

Hemant Lenka
  • Published: Saturday, 22 February 2020
  • Updated: 22 February 2020, 10:36 PM IST

Sports

Latest News

ୱେଲଙ୍ଗିଟନ: ଟିମ୍‌ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ ପରେ ଆରମ୍ଭରୁ ‌ଈଶାନ୍ତ ଶର୍ମାଙ୍କୁ ଛାଡ଼ିଦେଲେ ଆଉ କେହି ବି ପ୍ରଭାବଶାଳୀ ବୋଲିଂ କରିପାରି ନଥିଲେ। ଏହାର ଫାଇନା ଉଠାଇ ଘରୋଇ ନ୍ୟୁଜିଲ୍ୟାଣ୍ଡ ଅଗ୍ରଣୀ ମଧ୍ୟ ହାସଲ କରିନେଲା। ହେଲେ ଦ୍ୱିତୀୟ ଦିନର ଖେଳ ଶେଷ ହେବାର କିଛି ଘଣ୍ଟାପୂର୍ବରୁ ଟିମ୍‌ ଇଣ୍ଡିଆର ବୋଲରମାନେ ଜବରଦସ୍ତ କମବ୍ୟାକ୍‌ କଲେ।

ଭାରତର ୧୬୫ ରନ୍‌ର ଜବାବରେ ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୫ ୱିକେଟ ହରାଇ ୨୧୬ କରିଛି। ଏଥିସହ ଭାରତର ପ୍ରଥମ ଇନିଂସ୍‌ ସ୍କୋର ଠାରୁ ୫୧ ରନ୍‌ର ଲିଡ୍‌ ହାସଲ କରିନେଇଛି। ନ୍ୟୁଜିଲ୍ୟାଣ୍ଡ ଇନିଂସ୍‌କୁ ୨୦୦ ପାର କରାଇବାରେ କେନ୍‌ ୱିଲିୟମସନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ୮୯ ରନ୍‌ର ଇନିଂସ୍‌ ଖେଳି ନ୍ୟୁଜିଲ୍ୟାଣ୍ଡକୁ ପ୍ରଥମ ଇନିଂସ୍‌ରେ ଆଗୁଆ କରିଦେଇଛନ୍ତି। ଭାରତ ପକ୍ଷରୁ ଈଶାନ୍ତ ଶର୍ମା ୩ଟି ୱିକେଟ ଦଖଲ କରି ନିଜ ଅଭିଜ୍ଞତାର ପ୍ରମାଣ ଦେଇଛନ୍ତି।

ପ୍ରଥମ ଦିନ ମାତ୍ର ଦୁଇଟି ସେସନ୍ସ ଖେଳ ହୋଇଥିଲା। ଭାରତ ୫ ୱିକେଟ ହରାଇ ୧୨୨ କରିଥିଲା। ଆଜି ଦୁଇ ଅପରାଜିତ ବ୍ୟାଟସମ୍ୟାନ ଅଜିଙ୍କ୍ୟ ରାହଣେ ଓ ଋଷଭ ପନ୍ତ ଇନିଂସ ଆରମ୍ଭ କରିଥିଲେ। ତେବେ ୧୯ ରନ୍‌ କରିଥିବା ପନ୍ତ ଦୁର୍ଭାଗ୍ୟବଶତଃ ରନ୍‌ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ରାହଣେ ମଧ୍ୟ ଅଧିକ କିଛି କରିପାରି ନଥିଲେ।

ସେ ମାତ୍ର ୪୬ ରନ କରିବାକୁ ସକ୍ଷମ ହୋଇଥିଲେ। ରବିଚନ୍ଦ୍ରନ ଅଶ୍ୱିନ ପ୍ରଥମ ବଲରେ ହିଁ ଟିମ୍‌ ସାଉଦିଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ। ଈଶାନ୍ତ ଶର୍ମା ୫ ଓ ମହମ୍ମଦ ଶାମି ଶେଷ ଭାଗରେ ୨୧ ରନ୍‌ କରିବାରୁ ଭାରତ ୧୬୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଭାରତୀୟ ଲାଇନ ଅପ୍‌କୁ ଭୁଶୁଡ଼ାଇବାରେ ଡେବ୍ୟୁଟାଣ୍ଟ କାୟଲ ଜାମିସନ ଓ ଟିମ୍‌ ସାଉଦି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଉଭୟ ୪ଟି ଲେଖାଏ ୱିକେଟ ନେଇଛନ୍ତି।

ଭାରତ ଅଲଆଉଟ ହେବା ପରେ ନ୍ୟୁଜିଲ୍ୟାଣ୍ଡ ବେଶ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲା। ଟମ ଲାଥମ ଓ ଟମ ବ୍ଲୁଣ୍ଡେଲ ପ୍ରଥମ ୱିକେଟ ପାଇଁ ୨୬ ରନ୍‌ର ଭାଗିଦାରୀ କରିଥିଲେ। ଏହି ସମୟରେ ଆହତରୁ ମୁକଳି ମ୍ୟାଚ୍‌ ଖେଳୁଥିବା ଅଭିଜ୍ଞ ଈଶାନ୍ତ ଶର୍ମା ଲାଥମ(୧୧)ଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ।

ବ୍ଲୁଣ୍ଡେଲ ଓ ଅଧିନାୟକ ୱିଲିୟମସନ ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ୭୬ରେ ପହଞ୍ଚାଇ ଦେଇଥିଲେ। ଏହି ସମୟରେ ବ୍ଲୁଣ୍ଡେଲ(୩୦)ଙ୍କୁ ଈଶାନ୍ତ କ୍ଲିନବୋଲ୍ଡ କରିଥିଲେ। ଭାରତର ଏହାପରେ କମବ୍ୟାକ କରିବାକୁ ଚେଷ୍ଟା କରିଥିଲା। ହେଲେ ୱିଲିୟମସନ ଓ ରସ ଟେଲର ଭାରତର କୌଣସି ଯୋଜନାରେ ଫସି ନଥିଲେ।

ଉଭୟ ପ୍ରତିଟି ଭାରତୀୟ ବୋଲରଙ୍କୁ କଡ଼ା ମୁକାବିଲା କରି ଚା’ ପାନ ବିପରତି ପର୍ଯ୍ୟନ୍ତ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ। ୱିଲିୟମସନ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଟେଲର ଓ ୱିଲିୟମସନ ଯେଉଁଭଳି ବ୍ୟାଟିଂ କରୁଥିଲେ, ଲାଗୁଥିଲା ଭାରତୀୟ ବୋଲର ଉଭୟଙ୍କ ଆଗରେ ଆତ୍ମସମର୍ପଣ କରିଦେଇଛନ୍ତି। ଏପରିକି ଉଭୟ ୩ୟ ୱିକେଟ ପାଇଁ ୯୩ ରନର ଭାଗିଦାରୀ ମଧ୍ୟ କରିଥିଲେ।

ହେଲେ ପୂର୍ବରୁ ୨ଟି ୱିକେଟ ନେଇଥିବା ଈଶାନ୍ତ ଶର୍ମା ପୁଣି ଥରେ କମଲା କରିଥିଲେ। ୪୪ ରନ୍ କରି ଚମତ୍କାର ବ୍ୟାଟିଂ କରୁଥିବା ରସ୍ ଟେଲରଙ୍କୁ ଏକ ଚମତ୍କାର ଇନ୍ ସୁଇଂରେ ଈଶାନ୍ତ ଆଉଟ କରିଦେଇଥିଲେ। ଏହାପରେ ମହମ୍ମଦ ଶାମି ପୁରୁଣା ବଲରେ ୮୯ ରନ୍ କରିଥିବା ୱିଲିୟମସନଙ୍କୁ ପ୍ୟାଭିଲିୟନ ପଠାଇ ଥିଲେ।

୧୬୬ରେ ୨ଟି ୱିକେଟ ହରାଇଥିବା ନ୍ୟୁଜିଲ୍ୟାଣ୍ଡ ୧୮୫ ରନ୍‌ ବେଳକୁ ୪ଟି ୱିକେଟ ହରାଇଥିଲା। ହେନେରୀ ନିକୋଲ୍ସ ଓ ବିଜେ ୱାଟଲିଙ୍ଗ କିଛି ସମୟ ପାଇଁ ସଂଘର୍ଷ କରିବା ସହ ଦଳୀୟ ସ୍କୋରକୁ ୨୦୦ ପାର କରାଇଥିଲେ। ହେଲେ ଖରାପ ଆଲୋକ ପାଇଁ ମ୍ୟାଚ୍‌ ବନ୍ଦ ହେବାର ଗୋଟିଏ ଓଭର ପୂର୍ବରୁ ଅଶ୍ୱିନ ୬୨ ବଲରେ ୧୭ ରନ୍‌ କରିଥିବା ନିକୋଲ୍ସଙ୍କୁ ଆଉଟ କରିଦେଇଥିଲେ।

ଗ୍ରାଣ୍ଡହୋମ ଓ ୱାଟଲିଙ୍ଗ ରନ୍‌ର ଗତି ବଢ଼ାଇବାକୁ ଚେଷ୍ଟା କରୁଥିବା ବେଳେ ଖରାପ ଆଲୋକ ଯୋଗୁ ମ୍ୟାଚ୍‌କୁ ବନ୍ଦ କରାଯାଇଥିଲା। ଷ୍ଟମ୍ପ ଅପସାରଣ ବେଳକୁ ୱାଟଲିଙ୍ଗ ୧୪ ଓ ଗ୍ରାଣ୍ଡ ହୋମ ୪ ରନ୍‌ କରି ଅପରାଜିତ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos