ଆଇପିଏଲ୍‌: ଯୁବରାଜଙ୍କୁ କେହି କିଣିଲେନି

ଜୟପୁର: ଏକଦା ଫଟାଫଟ କ୍ରିକେଟର ବାଦଶାହ ତଥା ଟି-୨୦ ବିଶ୍ୱକପ୍‌ରେ ୬ ବଲରେ ୬ଟି ଛକା ମାରିଥିବା ଟିମ୍‌ ଇଣ୍ଡିଆର ଭେଟରାନ୍‌ ବ୍ୟାଟସମ୍ୟାନ୍‌ ଯୁବରାଜ ସିଂହଙ୍କୁ ଚଳିତ ଆଇପିଏଲ୍‌ରେ ଦେଖିବାକୁ ନ ମିଳିପାରେ। କାରଣ ଆଜି ଆଇପିଏଲ୍‌ର ୧୨ତମ ସଂସ୍କରଣ ପାଇଁ ନିଲାମ ଚାଲିଥିବା ବେଳେ ପ୍ରଥମ ରାଉଣ୍ଡରେ ଯୁବରାଜଙ୍କୁ କୌଣସି ଫ୍ରାଞ୍ଚାଇଜି କିଣି ନାହାନ୍ତି। ଫଳରେ ସେ ଅନ୍‌ସୋଲ୍ଡ ରହିଛନ୍ତି। ନିଲାମ ପ୍ରକ୍ରିୟାରେ ଯୁବରାଜଙ୍କ ବେସ୍‌ ପ୍ରାଇସ୍‌ ବା ମୂଳଦର ୧ କୋଟି ରହିଥିଲା। କିନ୍ତୁ […]

y

y

Hemant Lenka
  • Published: Tuesday, 18 December 2018
  • Updated: 18 December 2018, 04:48 PM IST

Sports

Latest News

ଜୟପୁର: ଏକଦା ଫଟାଫଟ କ୍ରିକେଟର ବାଦଶାହ ତଥା ଟି-୨୦ ବିଶ୍ୱକପ୍‌ରେ ୬ ବଲରେ ୬ଟି ଛକା ମାରିଥିବା ଟିମ୍‌ ଇଣ୍ଡିଆର ଭେଟରାନ୍‌ ବ୍ୟାଟସମ୍ୟାନ୍‌ ଯୁବରାଜ ସିଂହଙ୍କୁ ଚଳିତ ଆଇପିଏଲ୍‌ରେ ଦେଖିବାକୁ ନ ମିଳିପାରେ। କାରଣ ଆଜି ଆଇପିଏଲ୍‌ର ୧୨ତମ ସଂସ୍କରଣ ପାଇଁ ନିଲାମ ଚାଲିଥିବା ବେଳେ ପ୍ରଥମ ରାଉଣ୍ଡରେ ଯୁବରାଜଙ୍କୁ କୌଣସି ଫ୍ରାଞ୍ଚାଇଜି କିଣି ନାହାନ୍ତି। ଫଳରେ ସେ ଅନ୍‌ସୋଲ୍ଡ ରହିଛନ୍ତି। ନିଲାମ ପ୍ରକ୍ରିୟାରେ ଯୁବରାଜଙ୍କ ବେସ୍‌ ପ୍ରାଇସ୍‌ ବା ମୂଳଦର ୧ କୋଟି ରହିଥିଲା। କିନ୍ତୁ କୌଣସି ଟିମ୍‌ର ମାଲିକ ଯୁବରାଜଙ୍କୁ ନେବାକୁ ଉଦ୍ୟମ କରି ନଥିଲେ।

ଯୁବରାଜ ଆଇପିଏଲ୍‌ ଇତିହାସରେ ୧୬ କୋଟି ଟଙ୍କାରେ ବିକ୍ରି ହେବାର ରେକର୍ଡ କରିଥିଲେ। କିନ୍ତୁ ପରିସ୍ଥିତି ଏପରି ହୋଇଛି ଯେ ତାଙ୍କୁ ଆଜି କେହି କିଣି ନାହାନ୍ତି।

ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ସବୁଠାରୁ ଦାମୀ ଖେଳାଳି ଭାବେ ଅକ୍ସର ପଟେଲ ଏବଂ ଇଣ୍ଡିଜ୍‌ ଅଲରାଉଣ୍ଡର କାରଲୋସ ବ୍ରାଥୱେଟ୍‌ ୫ କୋଟି ଟଙ୍କା ଲେଖାଏ ଦରରେ ବିକ୍ରି ହୋଇଛନ୍ତି। ଅକ୍ସରଙ୍କୁ ଦିଲ୍ଲୀ କ୍ୟାପିଟାଲ୍‌ସ କିଣିଥିବା ବେଳେ ବ୍ରାଥୱେଟ୍‌ଙ୍କୁ କୋଲକାତା ନାଇଟ୍‌ ରାଇର୍ଡସ କିଣିଛି।

ସେହିପରି ପ୍ରଥମ ଥର ଆଇପିଏଲ୍‌ ନିଲାମରେ ସାମିଲ ହୋଇଥିବା ୱେଷ୍ଟଇଣ୍ଡିଜ ବ୍ୟାଟସ୍‌ମ୍ୟାନ ଶିମରନ୍‌ ହେଟମେୟରଙ୍କୁ ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁରୁ ୪.୨୦ କୋଟି ଟଙ୍କାରେ କିଣିଛି। ତାଙ୍କ ମୂଳଦର ୭୫ ଲକ୍ଷ ଥିଲା।

ରିଦ୍ଧିମାନ ଶାହାଙ୍କୁ ତାଙ୍କ ପୁରୁଣା ଟିମ୍‌ ସନ୍‌ ରାଇର୍ଜସ ହାଇଦ୍ରାବାଦ ୧.୨୦ କୋଟିରେ କିଣିଛି। ଇଂଲଣ୍ଡର ଷ୍ଟାର ବ୍ୟାଟସ୍‌ମ୍ୟାନ୍‌ ଜନ୍ନି ବେୟାରଷ୍ଟୋଙ୍କୁ ମଧ୍ୟ ହାଇଦ୍ରାବାଦ ୧.୫ କୋଟିରେ କିଣିଛି। ହନୁମା ବିହାରୀଙ୍କୁ ଦିଲ୍ଲୀ କ୍ୟାପିଟାଲ୍‌ସ ୨ କୋଟି ଟଙ୍କାରେ ଖରିଦ କରିଛି।

ଆଜି ବିକ୍ରି ହୋଇ ପାରି ନଥିବା ଷ୍ଟାର ଖେଳାଳିଙ୍କ ମଧ୍ୟରେ ବ୍ରେଣ୍ଡନ ମ୍ୟାକକୁଲମ, ନମନ ଓଝା, କ୍ରିସ୍‌ ଜୋର୍ଡାନ, କ୍ରିସ୍ ୱକ୍ସ, ଚେତେଶ୍ୱର ପୂଜାରା ଓ ମାର୍ଟିନ ଗୁପ୍ଟିଲ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos