ଏକ ନମ୍ବର ସ୍ଥାନ ବଜାଇ ରଖିଛନ୍ତି ଜୋକୋଭିକ୍‌

ମାଦ୍ରିଦ: ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନ ବଜାଇ ରଖିଛନ୍ତି ସର୍ବିଆ ଟେନିସ୍‌ ଷ୍ଟାର ନୋଭାକ୍‌ ଜୋକୋଭିକ୍‌। ଆଜି ଆସୋସିଏସନ ଅଫ୍‌ ଟେନିସ୍‌ ପ୍ରଫେସ୍‌ନାଲସ୍‌ (ଏଟିପି) ପକ୍ଷରୁ ପ୍ରକାଶ ପାଇଥିବା ତାଲିକାରେ ୧୨.୯୦୦ ପଏଣ୍ଟ ସହ ଜୋକୋଭିକ୍‌ ଏକ ନମ୍ବର ସ୍ଥାନରେ ରହିଛନ୍ତି।

ସାଂଘାଇ ମାଷ୍ଟର ସେମିଫାଇନାଲରେ ସ୍ପେନ୍‌ର ଟେନିସ୍‌ ଷ୍ଟାର ରବେର୍ଟୋ ବାତିସ୍ତାଙ୍କ ଠାରୁ ହାରି ୬୪୦ ପଏଣ୍ଟ ହରାଇବା ସତ୍ତ୍ୱେ ସେ ବିଶ୍ୱ ମାନ୍ୟତାର ଏକ ମ୍ବର ସ୍ଥାନରେ ରହିଛନ୍ତି। ସ୍କଟ୍‌ଲ୍ୟାଣ୍ଡ ଖେଳାଳି ଆଣ୍ଡି ମରେ ରବିବାର ସାଂଘାଇ ମାଷ୍ଟର୍ସ ଜିତିବା ପରେ ୧୦.୪୮୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ସେହିପରି କାନାଡାର ମିଲସ୍‌ ରାଓନିକ୍‌ ୪.୬୯୦ ପଏଣ୍ଟ ସହ ଜାପାନର କେଇ ନିସ୍‌କୋରିଙ୍କୁ ପଛରେ ପକାଇ ଚତୁର୍ଥ ସ୍ଥାନକୁ ଉତିନ୍ନ ହୋଇଛନ୍ତି। କେଇ ୪.୬୫୦ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛନ୍ତି।