ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡର ବୋଲିଂ ନିଷ୍ପତ୍ତି

ଏଜବାଷ୍ଟନ୍‌: ଚଳିତ ବିଶ୍ୱକପ୍‌ରେ ଅପରାଜେୟ ଥିବା ନ୍ୟୁଜିଲ୍ୟାଣ୍ଡ ଆଜି ବର୍ଷା ବାଧାପ୍ରାପ୍ତ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ମ୍ୟାଚ୍‌ ଧାର୍ଯ୍ୟ ସମୟ ୩ଟା ପରିବର୍ତ୍ତେ ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଛି। ବର୍ଷା ଯୋଗୁ ୫୦ ଓଭର ବିଶିଷ୍ଟ ମ୍ୟାଚ୍‌କୁ ୪୯ ଓଭର୍‌ ଲେଖାଏ କରାଯାଇଛି। ଏହାର ଅର୍ଥ ୪ ଜଣ ବୋଲର ସର୍ବାଧିକ ୧୦ ଓଭର୍‌ ଲେଖାଏ ବୋଲିଂ କରିପାରିବେ। ଆଜି ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି […]

w

w

Hemant Lenka
  • Published: Wednesday, 19 June 2019
  • Updated: 19 June 2019, 04:23 PM IST

Sports

Latest News

ଏଜବାଷ୍ଟନ୍‌: ଚଳିତ ବିଶ୍ୱକପ୍‌ରେ ଅପରାଜେୟ ଥିବା ନ୍ୟୁଜିଲ୍ୟାଣ୍ଡ ଆଜି ବର୍ଷା ବାଧାପ୍ରାପ୍ତ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ମ୍ୟାଚ୍‌ ଧାର୍ଯ୍ୟ ସମୟ ୩ଟା ପରିବର୍ତ୍ତେ ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଛି। ବର୍ଷା ଯୋଗୁ ୫୦ ଓଭର ବିଶିଷ୍ଟ ମ୍ୟାଚ୍‌କୁ ୪୯ ଓଭର୍‌ ଲେଖାଏ କରାଯାଇଛି। ଏହାର ଅର୍ଥ ୪ ଜଣ ବୋଲର ସର୍ବାଧିକ ୧୦ ଓଭର୍‌ ଲେଖାଏ ବୋଲିଂ କରିପାରିବେ।

ଆଜି ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନ୍‌ଗିଡି ଖେଳୁଛନ୍ତି। ଆହତ ଯୋଗୁ ସେ ୩ଟି ମ୍ୟାଚ୍‌ ଖେଳିପାରି ନଥିଲେ। ତେବେ ନ୍ୟୁଜିଲ୍ୟାଣ୍ଡ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ।

ବର୍ତ୍ତମାନ ବିଶ୍ୱକପ୍ ପଏଣ୍ଟ ଟେବୁଲ ତାଲିକାରେ ଦକ୍ଷିଣ ଆଫ୍ରିକା ୮ମ ସ୍ଥାନରେ ରହିଛି। ଦକ୍ଷିଣ ଆଫ୍ରିକା ୫ଟି ମ୍ୟାଚ୍‌ ଖେଳିଥିବା ବେଳେ ମାତ୍ର ଗୋଟିଏରେ ଜିତିଛି। ସେହିପରି ଦଳ ୩ଟି ମ୍ୟାଚ୍‌ ହାରିଛି ଓ ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଛି।

ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ୪ଟି ମ୍ୟାଚ୍‌ରୁ ୩ଟିରେ ଜିତିଥିବା ବେଳେ ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଛି। ଦଳ ୭ ପଏଣ୍ଟ ସହ ତାଲିକାର ତୃତୀୟ ସ୍ଥାନରେ ରହିଛି। ଏହି ମ୍ୟାଚ୍‌ଟି ନ୍ୟୁଜିଲ୍ୟାଣ୍ଡ ତୁଳନାରେ ଦକ୍ଷିଣ ଆଫ୍ରିକା ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos