ବିଶ୍ୱକପ୍‌ ଫାଇନାଲ୍‌: ଟସ୍‌ ଜିତି ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂ ନିଷ୍ପତ୍ତି

ଲର୍ଡସ: ବିଶ୍ୱକପ ୨୦୧୯ ଫାଇନାଲ୍‌ ଟକ୍କରରେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଐତିହାସିକ ଲର୍ଡସରେ ଖେଳାଯାଉଥିବା ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ ପ୍ରଥମ ବୋଲିଂ କରିବ। ବର୍ଷା ଯୋଗୁ ଧାର୍ଯ୍ୟ ସମୟରେ ୧୫ ମିନିଟ୍‌ ପରେ ଟସ୍‌ ପଡ଼ିଛି। ଉଭୟ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ କେବେ ହେଲେ ବିଶ୍ୱକପ୍‌ ଜିତି ନାହାନ୍ତି। ତେଣୁ ବିଶ୍ୱକପ ପ୍ରଥମଥର ଜିତିବାକୁ ଉଭୟ ଦଳ ଚେଷ୍ଟା କରିବେ। ଆଜି ଉଭୟ ଦଳ ସେମାନଙ୍କ ଚୂଡ଼ାନ୍ତ […]

h

h

Hemant Lenka
  • Published: Sunday, 14 July 2019
  • Updated: 14 July 2019, 02:56 PM IST

Sports

Latest News

ଲର୍ଡସ: ବିଶ୍ୱକପ ୨୦୧୯ ଫାଇନାଲ୍‌ ଟକ୍କରରେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଐତିହାସିକ ଲର୍ଡସରେ ଖେଳାଯାଉଥିବା ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ ପ୍ରଥମ ବୋଲିଂ କରିବ।

ବର୍ଷା ଯୋଗୁ ଧାର୍ଯ୍ୟ ସମୟରେ ୧୫ ମିନିଟ୍‌ ପରେ ଟସ୍‌ ପଡ଼ିଛି। ଉଭୟ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ କେବେ ହେଲେ ବିଶ୍ୱକପ୍‌ ଜିତି ନାହାନ୍ତି। ତେଣୁ ବିଶ୍ୱକପ ପ୍ରଥମଥର ଜିତିବାକୁ ଉଭୟ ଦଳ ଚେଷ୍ଟା କରିବେ।

ଆଜି ଉଭୟ ଦଳ ସେମାନଙ୍କ ଚୂଡ଼ାନ୍ତ ଏକାଦଶରେ କୌଣସି ପରବିର୍ତ୍ତନ କରିନାହାନ୍ତି। ନ୍ୟୁଜିଲ୍ୟାଣ୍ଡ ସେମିରେ ଭାରତକୁ ପରାସ୍ତ କରିଥିଲା। ସେହିପରି ଇଂଲଣ୍ଡ ଚିରପ୍ରତିଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos