ନ୍ୟୁଜିଲ୍ୟାଣ୍ଡକୁ ଡବଲ୍ ଝଟକା‍, ଦୁଇ ସେଟ୍‌ ବ୍ୟାଟ୍ସମ୍ୟାନ୍ ଆଉଟ୍

ଲର୍ଡ୍ସ: ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଆଇସିସି ବିଶ୍ୱକପର ଫାଇନାଲରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡକୁ ଦ୍ୱିତୀୟ ଝଟକା ଲାଗିଛି। ପ୍ରାରମ୍ଭିକ ୱିକେଟ୍ ହରାଇବା ପରେ ସ୍ଥିତି ସମ୍ଭାଳିଥିବା ହେନରୀ ନିକୋଲ୍ସ ଓ କ୍ୟାପଟେନ୍ କେନ୍ ୱିଲିୟମସନଙ୍କୁ ଆଉଟ୍ କରି ଇଂଲଣ୍ଡ ପେସ୍ ବୋଲର୍ ଲିଆମ୍ ପ୍ଲଙ୍କେଟ୍। ପ୍ଲଙ୍କେଟ୍ ପ୍ରଥମେ କେନ୍ ୱିଲିୟମସନ୍ (୩୦)ଙ୍କୁ ଆଉଟ୍ କରିଥିବା ବେଳେ ପରେ ନିକୋଲ୍ସଙ୍କୁ କ୍ଲିନ୍ ବୋଲ୍ଡ କରିଛନ୍ତି। ୱିଲିୟମସନ୍ ଓ ନିକୋଲ୍ସ ଦ୍ୱିତୀୟ ୱିକେଟ୍ ପାଇଁ ୭୪ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ। […]

LIAM

LIAM

Hemant Lenka
  • Published: Sunday, 14 July 2019
  • Updated: 14 July 2019, 05:23 PM IST

Sports

Latest News

ଲର୍ଡ୍ସ: ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଆଇସିସି ବିଶ୍ୱକପର ଫାଇନାଲରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡକୁ ଦ୍ୱିତୀୟ ଝଟକା ଲାଗିଛି। ପ୍ରାରମ୍ଭିକ ୱିକେଟ୍ ହରାଇବା ପରେ ସ୍ଥିତି ସମ୍ଭାଳିଥିବା ହେନରୀ ନିକୋଲ୍ସ ଓ କ୍ୟାପଟେନ୍ କେନ୍ ୱିଲିୟମସନଙ୍କୁ ଆଉଟ୍ କରି ଇଂଲଣ୍ଡ ପେସ୍ ବୋଲର୍ ଲିଆମ୍ ପ୍ଲଙ୍କେଟ୍।

ପ୍ଲଙ୍କେଟ୍ ପ୍ରଥମେ କେନ୍ ୱିଲିୟମସନ୍ (୩୦)ଙ୍କୁ ଆଉଟ୍ କରିଥିବା ବେଳେ ପରେ ନିକୋଲ୍ସଙ୍କୁ କ୍ଲିନ୍ ବୋଲ୍ଡ କରିଛନ୍ତି। ୱିଲିୟମସନ୍ ଓ ନିକୋଲ୍ସ ଦ୍ୱିତୀୟ ୱିକେଟ୍ ପାଇଁ ୭୪ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ। ନିକୋଲ୍ସ ନିକୋଲ୍ସ ୫୫ ରନ୍ କରିବାକୁ ସକ୍ଷମ ହୋଇଛନ୍ତି।

ରିର୍ପୋଟ୍ ଲେଖା ହେଲା ବେଳକୁ ନ୍ୟୁଜିଲ୍ୟାଣ୍ଡ୍‌ ୩ ୱିକେଟ୍ ହରାଇ ୧୧୯ ରନ୍ କରିଛି। ରସ୍ ଟେଲର୍ (୩) ଓ ଟମ୍ ଲାଥାମ (୦) ବ୍ୟାଟିଂ କରୁଛନ୍ତି।

ଏହା ପୂର୍ବରୁ ଓପ୍ନର ମାର୍ଟିନ୍ ଗପ୍ଟିଲ୍ ମ୍ୟାଚରେ ଭଲ ଆରମ୍ଭ କରିଥିଲେ ହେଁ, ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ସେ ମାତ୍ର ୧୯ ରନ୍ କରି କ୍ରିସ୍ ଓକ୍ସଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos