୫ ଜଣିଆ କମିଟି ହାତରେ ଓସିଏର ପରିଚାଳନା ଭାର

କଟକ: ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ (ଓସିଏ)ର ପରିଚାଳନା ଭାର ଏକ ୫ ଜଣିଆ କମିଟି ଉପରେ ନ୍ୟସ୍ତ କରାଯାଇଛି। କମିଟିର ସଦସ୍ୟମାନେ ହେଲେ ଧୀରେନ ପଲେଇ, ରବି ନାରାୟଣ ପ୍ରତିହାରୀ, ଜନାର୍ଦ୍ଦନ ଦାସ, ସରୋଜ ସାହୁ ଓ ଦୁଲାଳ ପ୍ରଧାନ। ଭଦ୍ରକର ଧୀରେନ ପଲେଇଙ୍କୁ କମିଟିର ମୁଖ୍ୟ କରାଯାଇଛି। ଆଜି ଓସିଏର କାଉନ୍‌ସିଲ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ଆଜି ଓସିଏ କାଉନ୍‌ସିଲ୍ ବୈଠକରେ ସମସ୍ତ ୬୬ କାଉନ୍‌ସିଲ୍ ଉପସ୍ଥିତ ଥିଲେ। ଓସିଏର ପୂର୍ବତନ ସଭାପତି ରଞ୍ଜୀବ ବିଶ୍ୱାଳ ଓ ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା ମଧ୍ୟ ଉପସ୍ଥିତ ଥିଲେ।