କଟକ: ଖେଳାଳିଙ୍କ ବୟସ ଯାଞ୍ଚ ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍(ଓସିଏ) ଗଠନ କଲା ୩ ଜଣିଆ କମିଟି। ଏହି କମିଟିରେ କଟକର ପୂର୍ବତନ ଜିଲ୍ଲାପାଳ କଶୋର ମହାନ୍ତିଙ୍କ ସହ ଅନ୍ୟ ଦୁଇ ଜଣ ଅଛନ୍ତି। ଗତ ୨୮ ତାରିଖରେ ବସିଥିଲା ଓସିଏର ସାଧାରଣ ପରିଷଦ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ସିବିଆଇର ତନାଘନା ପରେ ଓସିଏ ଏପରି କମିଟି ଗଠନ କରିଥିବା ଜଣାପଡ଼ିଛି।
ଓସିଏ ଗଠନ କରିଥିବା କମିଟି ୧୬ ବର୍ଷରୁ କମ୍, ୧୯ ବର୍ଷରୁ କମ୍, ୨୩ ବର୍ଷରୁ କମ୍ ପୁରୁଷ ଓ ମହିଳା ଖେଳାଳିଙ୍କ ବୟସ ଯାଞ୍ଚ କରିବ।
କ୍ରିକେଟ୍ ଖେଳାଳିଙ୍କ ବୟସ ଜାଲିଆତିର ତଦନ୍ତ ପାଇଁ ପୂର୍ବରୁ ସିବିଆଇର ଏକ ଟିମ୍ ଓସିଏ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପ୍ରାୟ ୩୦ ଜଣ କନିଷ୍ଠ ଖେଳାଳିଙ୍କୁ ପଚରାଉଚରା କରିଥିଲା। ପରେ ଜନ୍ମ ପ୍ରମାଣପତ୍ର ଯାଞ୍ଚ କରିବା ସହିତ ୨ଟି ନିର୍ସିଂହୋମ୍ର କର୍ମଚାରୀଙ୍କୁ ଜେରା କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୨୪ ଘଣ୍ଟା ଭିତରେ ମାରିଦେବୁ, ସାଂସଦଙ୍କୁ ପୁଣି ହତ୍ୟା ଧମକ
ଏହି ଧମକପୂର୍ଣ୍ଣ ମେସେଜ ମିଳିବା ପରେ ପୂର୍ଣ୍ଣିଆରେ ସାଂସଦଙ୍କ ବାସଭବନର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।
Viral
ମଦ ପିଇଥିବାରୁ ବରଯାତ୍ରୀଙ୍କୁ ଚିହ୍ନି ପାରିଲେନି, ଖୁଣ୍ଟିରେ ବାନ୍ଧି ପ୍ରବଳ ପିଟିଲେ ଗାଁ ଲୋକ
ବରଯାତ୍ରୀରେ ମଦପିଇ ଯିବା ଜଣେ ବ୍ୟକ୍ତିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।
National
ବାଂଲାଦେଶୀଙ୍କ ଚିକିତ୍ସା କରିବୁନି, ମନା କଲେ ଡାକ୍ତର
କୋଲକାତାର ଉତ୍ତର ଭାଗରେ ଥିବା ମାଣିକତଲାରେ ଅବସ୍ଥିତ ଜେଏନ୍ ରେ ହସ୍ପିଟାଲ୍ର ଡାକ୍ତରମାନେ ବାଂଲାଦେଶୀ ରୋଗୀଙ୍କୁ ଚିକିତ୍ସା ଯୋଗାଇବାକୁ ମନା କରି ଦେଇଛନ୍ତି।
National
ରେଲଓ୍ୱେ ଷ୍ଟେସନରେ ଲାଗିଲା ନିଆଁ, ଜଳିଗଲା ୨୦୦ ବାଇକ୍
ରେଲଓ୍ୱେ ଷ୍ଟେସନର ପ୍ଲାଟଫର୍ମ ନମ୍ବର-୧ରେ ଥିବା ପାର୍କିଂରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ହଠାତ୍ ସର୍ଟ ସର୍କିଟ ଯୋଗୁ ଏହି ନିଆଁ ଲାଗିଥିବା ସୂଚନା ମିଳିଛି।