ବୟସ ଜାଲିଆତି: ଓସିଏର ମୁଖ୍ୟ ସଂଯୋଜକଙ୍କୁ ସିବିଆଇର ଜେରା

କଟକ: ଓଡ଼ିଶା କ୍ରିକେଟ୍‌ ଖେଳାଳିଙ୍କ ବୟସ ଜାଲିଆତି ନେଇ ଆଜି ଓସିଏର ମୁଖ୍ୟ ସଂଯୋଜକ ଡାନିଏଲ ରାଉତଙ୍କୁ ସିବିଆଇ ତିନିଘଣ୍ଟା ଧରି ଜେରା କରିଛି।  ତାଙ୍କଠାରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ସଂଗ୍ରହ କରିଛି ସିବିଆଇ। ଡାନିଏଲ୍‌ ପୂର୍ବରୁ ଜୁନିୟର ଟିମର କୋଚ୍‌ ଥିଲେ। ଗତକାଲି ସିବିଆଇର ଏକ ଟିମ୍‌ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) କାର୍ଯ୍ୟାଳୟରେ ଚଢ଼ାଉ କରି ୩୦ ଜଣ କନିଷ୍ଠ ଖେଳାଳିଙ୍କୁ ପଚରାଉଚରା କରିଥିଲା। ପରେ ଜନ୍ମ ପ୍ରମାଣପତ୍ର ଯାଞ୍ଚ କରିବା ସହିତ […]

oca office

oca office

Rakesh Mallick
  • Published: Wednesday, 24 August 2016
  • Updated: 24 August 2016, 06:35 PM IST

କଟକ: ଓଡ଼ିଶା କ୍ରିକେଟ୍‌ ଖେଳାଳିଙ୍କ ବୟସ ଜାଲିଆତି ନେଇ ଆଜି ଓସିଏର ମୁଖ୍ୟ ସଂଯୋଜକ ଡାନିଏଲ ରାଉତଙ୍କୁ ସିବିଆଇ ତିନିଘଣ୍ଟା ଧରି ଜେରା କରିଛି।  ତାଙ୍କଠାରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ସଂଗ୍ରହ କରିଛି ସିବିଆଇ। ଡାନିଏଲ୍‌ ପୂର୍ବରୁ ଜୁନିୟର ଟିମର କୋଚ୍‌ ଥିଲେ।

ଗତକାଲି ସିବିଆଇର ଏକ ଟିମ୍‌ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) କାର୍ଯ୍ୟାଳୟରେ ଚଢ଼ାଉ କରି ୩୦ ଜଣ କନିଷ୍ଠ ଖେଳାଳିଙ୍କୁ ପଚରାଉଚରା କରିଥିଲା। ପରେ ଜନ୍ମ ପ୍ରମାଣପତ୍ର ଯାଞ୍ଚ କରିବା ସହିତ ୨ଟି ନିର୍ସିଂହୋମ୍‌ର କର୍ମଚାରୀଙ୍କୁ ଜେରା କରିଥିଲା। ଏ ସହ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସିବିଆଇ ଜବତ କରିଥିଲା।

ସୋମବାର ସିବିଆଇର ଏକ ଟିମ୍‌ ସିଏମ୍‌ସି ଅଫିସ୍‌ ଯାଇ ଖେଳାଳିଙ୍କ ଜନ୍ମ ତାଲିକା ପ୍ରମାଣପତ୍ର ଯାଞ୍ଚ କରି ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos