ଲୋଧା କମିଟି ସୁପାରିସ ଲାଗୁ ପାଇଁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲା ଓସିଏ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲା ଓସିଏ। ଲୋଧା କମିଟି ସୁପାରିସ ସମ୍ପୂର୍ଣ୍ଣ ଲାଗୁ କରିବା ପାଇଁ ଓସିଏ ଏହି ସତ୍ୟପାଠ ସୁପ୍ରିମକୋର୍ଟରେ ଦାଖଲ କରିଛି। ସତ୍ୟପାଠ ଦାଖଲ ନେଇ ‘COA’କୁ ମଧ୍ୟ ଜଣାଇଲା ଓସିଏ।‘COA’ କମିଟି ଅଫ୍ ଅଡମିନିଷ୍ଟ୍ରେଟର୍ସକୁ ଏହି ବିଷୟରେ ଅବଗତା କରାଯାଇଥିବା କୁହାଯାଇଛି। ଓସିଏ ପରିଚାଳନା କମିଟି ଅଧ୍ୟକ୍ଷ ଧୀରେନ ପଲେଇ ଆଜି ଏହି ସୂଚନା ଦେଇଛନ୍ତି। ଦୁଇଦିନ ପୂର୍ବରୁ ଓସିଏ କାଉନସିଲ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା।