ଓଡ଼ିଶାରୁ ୧୧ ଜଣିଆ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀଙ୍କ ହରିଆନା ଯାତ୍ରା

ଭୁବନେଶ୍ୱର: ଓଡ଼ିଶାରୁ ୧୧ ଜଣିଆ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀ ଆଜି ହରିଆନା ଗସ୍ତ କରିଛନ୍ତି। ସେମାନେ ଆସନ୍ତାକାଲିଠାରୁ ଗୁରୁଗ୍ରାମରେ ଆରମ୍ଭ ହେବାକୁ ଥିବା ବରିଷ୍ଠ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଭାଗ ନେବେ। ପ୍ରତିଯୋଗୀମାନେ ହେଲେ ଅନୀଲ ଗୋଚ୍ଛିକାର, ଦେବାଶିଷ ଦତ୍ତ, ବଲାଲ ଖାଁ, ଛୁଟକୁ ଦତ୍ତ, ସତୀଶ ହୁଡା, ବିଜୟ କୁମାର ମନ୍ତ୍ରୀ, ଶକ୍ତିବ୍ରତ ନାୟକ, ସୁଜିତ କୁମାର ଯେନା, ନାରାୟଣ ବାରିକ, ଅନିଲ କୁମାର ନାୟକ ଓ ପ୍ରମୋଦ କୁମାର ସ୍ୱାଇଁ । ସେମାନଙ୍କ ସହିତ ପ୍ରଶିକ୍ଷକ ଲଲାଟେନ୍ଦୁ ପାତ୍ର ଓ ମ୍ୟାନେଜର ଅଜୟ କୁମାର ପାତ୍ର ଯାତ୍ରା କରିଛନ୍ତି।

ପ୍ରତିଯୋଗୀଙ୍କ ମନୋବଳ ବଢ଼ାଇବା ପାଇଁ ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ସଂଘର ସଭାପତି ଇଂ. ଚିତ୍ତରଞ୍ଜନ ସ୍ୱାଇଁ, ସାଧାରଣ ସମ୍ପାଦକ ପ୍ରସନ୍ନ ମହାସୁଆର ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ବେଣୁ ଗୋପାଳ ରାଓ ମଧ୍ୟ ହରିଆନା ଯାଇଛନ୍ତି।