ପର୍ବତାରୋହୀ କଳ୍ପନା ଦାଶଙ୍କ ପରଲୋକ

ଭୁବନେଶ୍ୱର: ପ୍ରଥମ ଓଡ଼ିଆ ମହିଳା ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାଶଙ୍କର ପରଲୋକ ହୋଇଯାଇଥିବା ଖବର ମିଳିଛି। ହିମାଳୟର ଦୁଃସାହସିକ ଅଭିଯାନ ବେଳେ ଅମ୍ଳଜାନ ଅଭାବରୁ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ହିମାଳୟ ଶିଖରରେ ପହଞ୍ଚି ପାଦ ଦେଶକୁ ଓହ୍ଲାଇବା ବେଳେ ଏହି ଦୁଃଖଦ ଘଟଣା ଘଟିଛି।

ମୃତ୍ୟୁ ବେଳକୁ କଳ୍ପନାଙ୍କୁ ୪୯ବର୍ଷ ହୋଇଥିଲା। ସୂଚନା ଅନୁସାରେ କଳ୍ପନାଙ୍କ ମୃତଦେହ ଏବେ ହିମାଳୟ ପାଦଦେଶରୁ ୮,୪୦୦ ଫୁଟ ଉଚ୍ଚରେ ଅଛି। ଢେଙ୍କାନାଳର ଝିଅ କଳ୍ପନା ୨୦୦୮ ମେ ୩୧ ତାରିଖରେ ମାଉଣ୍ଟ ଏଭରେଷ୍ଟ ସଫଳତାର ସହ ଆରୋହଣ କରି ରେକର୍ଡ ସୃଷ୍ଟି କରିଥିଲେ। କଳ୍ପନାଙ୍କ ସହ ଏହି ଏଭରେଷ୍ଟ ଆରୋହଣ ଟିମରେ ଆମେରିକା, କାନାଡା ଓ ନେପାଳର ୪ଜଣ ଆରୋହଣକାରୀ ମଧ୍ୟ ସାମିଲ ଥିଲେ।

ଏଭରେଷ୍ଟ ଆରୋହଣ ବ୍ୟତୀତ କଳ୍ପନା ଭାରତ, ନେପାଳ, ୟୁରୋପ, ଦକ୍ଷିଣ ଆରେମିକା ଓ ଅଷ୍ଟ୍ରେଲିଆର ବିଭିନ୍ନ ପର୍ବତ ଆରୋହଣ କରିବାର ସଫଳତା ହାସଲ କରିଥିଲେ। କଳ୍ପନାଙ୍କ ବିୟୋଗ ଓଡ଼ିଆ କ୍ରୀଡ଼ାଜଗତକୁ ଏକ ଅପୂରଣୀୟ କ୍ଷତି ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ

ଅପରାଧୀ ବିକାଶ ଦୁବେର ଘରକୁ ମାଟିରେ ମିଶାଇଲା ପ୍ରଶାସନ, ବ୍ୟବହାର କଲା ସେଇ ଜେସିବି

ପୁଣି ଆକାଶରୁ ଖସିଲା ମୃତ୍ୟୁ, ୧୮ ଜଣଙ୍କ ଜୀବନ ଗଲା

ସୀତାଙ୍କୁ ଅପମାନ ବିବାଦ: ଏକାଡେମୀ ପୁରସ୍କାର ପ୍ରତ୍ୟାହାର ଦାବି

କରୋନା ସ୍ଥିତି ଅନୁଧ୍ୟାନ ପାଇଁ ଚୀନ୍ ଯିବ WHO

‘ଜଣେ କାହା ସହିତ କୌଣସି ସମୟରେ ପ୍ରେମରେ ପଡ଼ିପାରେ’

ଜୁଲାଇ ୪, ଶନିବାର: ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ

ଭାରତର ପଦକ୍ଷେପ ନୂଆଦିଲ୍ଲୀକୁ କ୍ଷତି ପହଞ୍ଚାଇବ ବୋଲି କହିଲା ଚାଇନା

ବରିଷ୍ଠ ଖେଳାଳିଙ୍କୁ ଜେରା ପରେ ୨୦୧୧ ବିଶ୍ୱକପ୍ ଫିକ୍ସିଂ ଅଭିଯୋଗର ତଦନ୍ତ ଉପରେ ରୋକ ଲଗାଇଲା ଶ୍ରୀଲଙ୍କା

ଦେଶରେ ରେକର୍ଡ: ଗୋଟିଏ ଦିନରେ ପ୍ରାୟ ୨୧ ହଜାର ଆକ୍ରାନ୍ତ, ମୃତ୍ୟୁସଂଖ୍ୟା ୧୮ ହଜାର ପାର

ଲଦାଖର ସ୍ଥିତି ପରଖିବାକୁ ନିଜେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଜୁଲାଇ ୩, ଶୁକ୍ରବାର: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ

୨୦୧୧ ବିଶ୍ୱକପ ଫିକ୍ସିଂ ହୋଇଥିଲା କି? ସାଙ୍ଗାକାରାଙ୍କୁ ୧୦ ଘଣ୍ଟା ଜେରା