ଓଡ଼ିଶା-ଦିଲ୍ଲୀ ରଣଜୀ ମ୍ୟାଚ୍‌ ଡ୍ର

ଭୁବନେଶ୍ୱର: ମୋହାଲିର ପଞ୍ଜାବ କ୍ରିକେଟ୍ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ଓଡ଼ିଶା-ଦିଲ୍ଲୀ ରଣଜୀ ମ୍ୟାଚ୍‌ ଡ୍ର ହୋଇଛି। ଓଡ଼ିଶା ପ୍ରଥମ ପାଳିରେ ସମସ୍ତ ୱିକେଟ୍‌ ହରାଇ ୨୩୭ ରନ୍‌ କରିଥିବା ବେଳେ ଦ୍ୱିତୀୟ ପାଳିରେ ୮ ୱିକେଟ୍‌ ହରାଇ ୨୭୪ ରନ୍‌ କରିଥିଲା। ଦିଲ୍ଲୀ ପ୍ରଥମ ପାଳିରେ ୮ ୱିକେଟ୍‌ ହରାଇ ୪୯୫ ରନ୍‌ କରି ପାଳି ଘୋଷଣା କରିଥିଲା। ପ୍ରଥମ ଇଂନିସ୍‌ରେ ଆଗୁଆ ଥିବା ଦିଲ୍ଲୀ ୩ ପଏଣ୍ଟ ପାଇଥିବା ବେଳେ ଓଡ଼ିଶାକୁ ୧ ପଏଣ୍ଟ ମିଳିଛି। […]

ranji-match

ranji-match

Rakesh Mallick
  • Published: Sunday, 30 October 2016
  • Updated: 30 October 2016, 05:46 PM IST

Sports

Latest News

ଭୁବନେଶ୍ୱର: ମୋହାଲିର ପଞ୍ଜାବ କ୍ରିକେଟ୍ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ଓଡ଼ିଶା-ଦିଲ୍ଲୀ ରଣଜୀ ମ୍ୟାଚ୍‌ ଡ୍ର ହୋଇଛି। ଓଡ଼ିଶା ପ୍ରଥମ ପାଳିରେ ସମସ୍ତ ୱିକେଟ୍‌ ହରାଇ ୨୩୭ ରନ୍‌ କରିଥିବା ବେଳେ ଦ୍ୱିତୀୟ ପାଳିରେ ୮ ୱିକେଟ୍‌ ହରାଇ ୨୭୪ ରନ୍‌ କରିଥିଲା। ଦିଲ୍ଲୀ ପ୍ରଥମ ପାଳିରେ ୮ ୱିକେଟ୍‌ ହରାଇ ୪୯୫ ରନ୍‌ କରି ପାଳି ଘୋଷଣା କରିଥିଲା।

ପ୍ରଥମ ଇଂନିସ୍‌ରେ ଆଗୁଆ ଥିବା ଦିଲ୍ଲୀ ୩ ପଏଣ୍ଟ ପାଇଥିବା ବେଳେ ଓଡ଼ିଶାକୁ ୧ ପଏଣ୍ଟ ମିଳିଛି।

ଗତକାଲିର ଅସମାପ୍ତ ପାଳି ୧୦୯/୪ରୁ ଆଜି ଓଡ଼ିଶା ଖେଳ ଆରମ୍ଭ କରିଥିଲା। ଗତକାଲି ୫୨ ରନ୍‌ରେ ଅପରାଜିତ ଥିବା ଅଧିନାୟକ ଗୋବିନ୍ଦ ପୋଦ୍ଦାର ଆଜି ମାତ୍ର ୪ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ସେ ୯ ଚୌକା ସହାୟତାରେ ୫୬ ରନ୍‌ କରି ଆଉଟ୍‌ ହୋଇଥିଲେ। ସେହିପରି ୭ ରନ୍‌ କରି ଅପରାଜିତ ଥିବା ଅନ୍ୟତମ ବ୍ୟାଟ୍ସମ୍ୟାନ ବିପ୍ଳବ ସାମନ୍ତରାୟ ୧୧ ଚୌକା ସହାୟତାରେ ୮୮ ରନ୍‌ କରିଥିଲେ। ତାଙ୍କୁ ଭଲ ସହଯୋଗ ଦେଇଥିଲେ ସୌରଭ ରାୱତ। ସୌରଭ ୮ ଚୌକା ସହାୟତାରେ ୫୫ ରନ୍‌ କରିଥିଲେ। ବିପ୍ଳବ ଏବଂ ସୌରଭଙ୍କ ଭାଗୀଦାରୀ ଯୋଗୁଁ ଓଡ଼ିଶା ମ୍ୟାଚ୍‌କୁ ଡ୍ର କରିବାକୁ ସକ୍ଷମ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରଞ୍ଜିତ ସିଂହ ୨, ଏ. ଷଢ଼ଙ୍ଗୀ ୧୮, ଶୁଭ୍ରାଂଶୁ ସେନାପତି ୨ ଏବଂ ଦୀପକ ବେହେରା ୧୫ ରନ୍‌ କରି ଆଉଟ୍‌ ହୋଇଥିଲେ। ବସନ୍ତ ମହାନ୍ତି (୫) ଏବହ ଧୀରଜ ସିଂହ (୧) ରନ୍‌ କରି ଅପରାଜିତ।

ଦିଲ୍ଲୀ ବୋଲର ଇଶାନ୍ତ ଶର୍ମା ୩ଟି ୱିକେଟ୍‌ ଅକ୍ତିଆର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos