ରଣଜୀ ମ୍ୟାଚ୍‌: ବସନ୍ତଙ୍କୁ ୫ ୱିକେଟ୍‌, ୧୭୨ରେ ଅଟକିଲା ଝାରଖଣ୍ଡ

ରାଞ୍ଚି: ଆଜିଠାରୁ ରାଞ୍ଚିର ଜେଏସ୍‌ସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଓଡ଼ିଶା ଓ ଝାରଖଣ୍ଡ ମଧ୍ୟରେ ରଣଜୀ ଟ୍ରଫି ଏଲିଟ୍‌ ପର୍ଯ୍ୟାୟ ମ୍ୟାଚ୍‌ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଦ୍ରୁତ ବୋଲର ବସନ୍ତ ମହାନ୍ତିଙ୍କ ୫ ୱିକେଟ୍‌ ସଫଳତାକୁ ଆଧାର କରି ଟିମ୍‌ ଓଡ଼ିଶା ଝାରଖଣ୍ଡକୁ ୧୭୨ ରନ୍‌ରେ ଅଲଆଉଟ୍‌ କରିଦେଇଛି। ବସନ୍ତଙ୍କ ବ୍ୟତୀତ ରାଜେଶ ମହାନ୍ତି ୩ଟି, ଧୀରଜ ସିଂହ ଓ ଗୋବିନ୍ଦ ପୋଦ୍ଦାର ଗୋଟିଏ ଲେଖାଏ ୱିକେଟ୍‌ ପାଇଛନ୍ତି। ଝାରଖଣ୍ଡ ପ୍ରଥମ ଇନିଂସ୍‌ରେ ୧୭୨ ରନ୍‌ କରିଥିବା […]

b

b

Hemant Lenka
  • Published: Thursday, 06 December 2018
  • Updated: 06 December 2018, 09:45 PM IST

Sports

Latest News

ରାଞ୍ଚି: ଆଜିଠାରୁ ରାଞ୍ଚିର ଜେଏସ୍‌ସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଓଡ଼ିଶା ଓ ଝାରଖଣ୍ଡ ମଧ୍ୟରେ ରଣଜୀ ଟ୍ରଫି ଏଲିଟ୍‌ ପର୍ଯ୍ୟାୟ ମ୍ୟାଚ୍‌ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଦ୍ରୁତ ବୋଲର ବସନ୍ତ ମହାନ୍ତିଙ୍କ ୫ ୱିକେଟ୍‌ ସଫଳତାକୁ ଆଧାର କରି ଟିମ୍‌ ଓଡ଼ିଶା ଝାରଖଣ୍ଡକୁ ୧୭୨ ରନ୍‌ରେ ଅଲଆଉଟ୍‌ କରିଦେଇଛି। ବସନ୍ତଙ୍କ ବ୍ୟତୀତ ରାଜେଶ ମହାନ୍ତି ୩ଟି, ଧୀରଜ ସିଂହ ଓ ଗୋବିନ୍ଦ ପୋଦ୍ଦାର ଗୋଟିଏ ଲେଖାଏ ୱିକେଟ୍‌ ପାଇଛନ୍ତି।

ଝାରଖଣ୍ଡ ପ୍ରଥମ ଇନିଂସ୍‌ରେ ୧୭୨ ରନ୍‌ କରିଥିବା ବେଳେ ଏହାର ଜବାବ୍‌ରେ ଓଡ଼ିଶା ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ୍‌ ହରାଇ ୨୭ ରନ୍‌ କରିଛି। ଅର୍ଥାତ ଦଳ ଝାରଖଣ୍ଡର ସ୍କୋର ଠାରୁ ୧୪୫ ରନ୍‌ ପଛରେ ରହିଛି। ଷ୍ଟମ୍ପ ଅପସାରଣ ବେଳକୁ ଓପନର ଅନୁରାଗ ଷଡ଼ଙ୍ଗୀ ୯ ଓ ବିପ୍ଳବ ସାମନ୍ତରାୟ ୧୦ ରନ୍‌ କରି ଅପରାଜିତ ରହିଛନ୍ତି।

ଆଜିର ମ୍ୟାଚ୍‌ରେ ଓଡ଼ିଶାର ଅଧିନାୟକ ବିପ୍ଳବ ସାମନ୍ତରାୟ ଟସ୍‌ ଜିତି ଝାରଖଣ୍ଡକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ ଦେଇଥିଲେ। ପ୍ରଥମ ୱିକେଟ୍‌ ପାଇଁ କୁମାର ଦେଓବ୍ରତ ଓ ନଜିମ ସିଦ୍ଦିକ୍‌ ୫୭ ରନ୍‌ର ଭାଗୀଦାରି କରିଥିଲେ। ତେବେ ୨୯ ରନ୍‌ କରିଥିବା କୁମାରଙ୍କୁ ବସନ୍ତ ମହାନ୍ତି ଆଉଟ୍‌ କରି ଓଡ଼ିଶାକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେ ସେ ନଜିମ୍‌(୨୩)ଙ୍କୁ ମଧ୍ୟ ନିଜର ଦ୍ୱିତୀୟ ଶିକାର କରିଥିଲେ। ଷ୍ଟାର ଖେଳାଳି ସୌରଭ ତିୱାରୀ(୭)ଙ୍କୁ ଗୋବିନ୍ଦ ପୋଦ୍ଦାର ବୋଲ୍ଡ କରି ଓଡ଼ିଶାକୁ ମ୍ୟାଚ୍‌ରେ କମ୍‌ବ୍ୟାକ୍‌ କରାଇଥିଲେ।

ତେବେ ୪ର୍ଥ ୱିକେଟ୍‌ ପାଇଁ ଉତ୍କର୍ଷ ସିଂହ ଓ ଇଶାଙ୍କ ଜାବି ୪୦ ରନ୍‌ର ଭାଗୀଦାରି କରି ଦଳୀୟ ସ୍କୋରକୁ ୧୧୪ରେ ପହଞ୍ଚାଇଥିଲେ। ଉଭୟଙ୍କୁ ରାଜେଶ ମହାନ୍ତି ଆଉଟ୍‌ କରି ଝାରଖଣ୍ଡର ବ୍ୟାଟିଂ ଲାଇନ୍‌ଅପ୍‌କୁ ଧ୍ଵସ୍ତ କରିଦେଇଥିଲେ। ଉତ୍କର୍ଷ ୨୧ ରନ୍‌ କରିଥିବା ବେଳେ ଇଶାଙ୍କ ୩୪ ରନ୍‌ର ଇନିଂସ୍‌ ଖେଳିଥିଲେ। ସୁମିତ କୁମାର(୧୫)ଙ୍କୁ ଧୀରଜ ସିଂହ ଆଉଟ୍‌ କରିଥିବା ବେଳେ ଅଙ୍କୁଲ ରୟ(୧)ଙ୍କୁ ରାଜେଶ ମହାନ୍ତି ଆଉଟ୍‌ କରିଥିଲେ। ଶେଷ ୩ ବ୍ୟାଟସ୍‌ମ୍ୟାନ୍‌ଙ୍କୁ ଆଉଟ୍‌ କରି ବସନ୍ତ ଝାରଖଣ୍ଡ ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ।

ଝାରଖଣ୍ଡର ପ୍ରଥମ ଇନିଂସ୍‌ ସ୍କୋର ୧୭୨କୁ ପିଛା କରୁଥିବା ଓଡ଼ିଶା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓପନର ରାଜେଶ ଧୂପର ଖାତା ଖୋଲିବା ପୂର୍ବରୁ ବରୁଣ ଅରୁନଙ୍କ ବଲ୍‌ରେ ପ୍ୟାଭିଲିୟନ୍‌ ଫେରିଥିଲେ। ସେହିପରି ୪ ରନ୍‌ କରିଥିବା ଗୋବିନ୍ଦ ପୋଦ୍ଦାର ବରୁଣ ଅରୁନଙ୍କ ଦ୍ୱିତୀୟ ଶିକାର ବନିଥିଲେ। ୭ ରନ୍‌ରେ ଦୁଇଟି ୱିକେଟ୍‌ ହରାଇଥିବା ଓଡ଼ିଶା ଗତ ମ୍ୟାଚ୍‌ର ହିରୋ ଶୁଭ୍ରାଂଶୁ ସେନାପତି(୦)ଙ୍କୁ ରନ୍‌ ଆଉଟ୍‌ ଭାବେ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ୪ର୍ଥ ୱିକେଟ୍‌ ପାଇଁ ବିପ୍ଳବ ଓ ଅନ୍ୟତମ ଓପନର୍‌ ଅନୁରାଗ ସ୍ଥିତି ସମ୍ଭାଳି ଦିବସର ଖେଳ ଶେଷ ପର୍ଯ୍ୟନ୍ତ ଓଡ଼ିଶାକୁ ଆଉ କୌଣସି କ୍ଷତି ଘଟାଇବାକୁ ଦେଇନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story