କମନୱେଲଥ ସିନିୟର ୱେଟଲିଫଟିଙ୍ଗ୍ ଚାମ୍ପିଅନଶିପ୍: ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ଝିଅ ଝିଲି

ଆପିଆ: ପୂର୍ବତନ ୱାର୍ଲ୍ଡ ଚାମ୍ପିଅନ୍ ମୀରାବାଈ ଚାନୁ ଓ ଓଡ଼ିଶା ଭାରୋତ୍ତୋଳକ ଝିଲି ଦଳବେହେରା କମନୱେଲଥ ୱେଟଲିଫଟିଙ୍ଗ୍ ଚାମ୍ପିଅନଶିପର ପ୍ରଥମ ଦିବସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏଥିସହ ଭାରତୀୟ ଦଳ ସିନିୟର, ଜୁନିୟର ଓ ୟୁଥ୍ ବର୍ଗରେ ୮ ସ୍ୱର୍ଣ୍ଣ, ତିନି ରୌପ୍ୟ ଏବଂ ଦୁଇ ବ୍ରୋଞ୍ଜ ସହ ମୋଟ ୧୩ ପଦକ ଜିତିଛି। ମୀରାବାଈ ମହିଳାଙ୍କ ୪୯ କେଜି ବର୍ଗରେ ୧୯୧ କେଜି (୮୪ ଜେକି + ୧୦୭ କେଜି) ଭାର ଉଠାଇଛନ୍ତି। ଏଠାରୁ ମିଳିଥିବା […]

jhili

jhili

Hemant Lenka
  • Published: Tuesday, 09 July 2019
  • Updated: 09 July 2019, 07:07 PM IST

Sports

Latest News

ଆପିଆ: ପୂର୍ବତନ ୱାର୍ଲ୍ଡ ଚାମ୍ପିଅନ୍ ମୀରାବାଈ ଚାନୁ ଓ ଓଡ଼ିଶା ଭାରୋତ୍ତୋଳକ ଝିଲି ଦଳବେହେରା କମନୱେଲଥ ୱେଟଲିଫଟିଙ୍ଗ୍ ଚାମ୍ପିଅନଶିପର ପ୍ରଥମ ଦିବସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏଥିସହ ଭାରତୀୟ ଦଳ ସିନିୟର, ଜୁନିୟର ଓ ୟୁଥ୍ ବର୍ଗରେ ୮ ସ୍ୱର୍ଣ୍ଣ, ତିନି ରୌପ୍ୟ ଏବଂ ଦୁଇ ବ୍ରୋଞ୍ଜ ସହ ମୋଟ ୧୩ ପଦକ ଜିତିଛି।

ମୀରାବାଈ ମହିଳାଙ୍କ ୪୯ କେଜି ବର୍ଗରେ ୧୯୧ କେଜି (୮୪ ଜେକି + ୧୦୭ କେଜି) ଭାର ଉଠାଇଛନ୍ତି। ଏଠାରୁ ମିଳିଥିବା ପଏଣ୍ଟ ୨୦୨୦ ଟୋକିଓ ଅଲିମ୍ପିକ୍ସର ଅନ୍ତିମ ରାଙ୍କିଙ୍ଗରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ। ମୀରାବାଈ ଅପ୍ରେଲରେ ଚୀନର ନିଙ୍ଗବୋରେ ଆୟୋଜିତ ଏସିଆନ୍ ଚାମ୍ପିଅନଶିପରେ ୧୯୯ କେଜି ଭାର ଉଠାଇଥିଲେ, କିନ୍ତୁ ଅଳ୍ପ ବ୍ୟବଧାନରେ ପଦକରୁ ବଞ୍ଚିତ ହୋଇଥିଲେ।

୨୦୨୦ ଅଲିମ୍ପିକ୍ସର କ୍ୱାଲିଫିକେସନ୍ ପ୍ରକ୍ରିୟା ୧୮ ମାସ ଭିତରେ ୬ ଟୁର୍ଣ୍ଣାମେଣ୍ଟରେ ଭାରୋତ୍ତୋଳଙ୍କ ପ୍ରଦର୍ଶନ ଉପରେ ନିର୍ଭର କରିବ। ଏଥିରେ ଚାରୋଟି ସର୍ବଶ୍ରେଷ୍ଠ ଫଳାଫଳ ଆଧାରରେ ନିଷ୍ପତ୍ତି ନିଆଯିବ।

ଓଡ଼ିଶାର ଝିଲି ଦଳବେହେରା ୪୫ କେଜି ଓଜନ ବର୍ଗରେ ମୋଟ ୧୫୪ କେଜି ଭାର ଉଠାଇ ସ୍ୱର୍ଣ୍ଣ ପଦକ ଉପରେ କବଜା କରିଛନ୍ତି। ସେହିପରି ସିନିୟର ୫୫ କେଜି ବର୍ଗରେ ସୋରୋଖାଇବାମ୍ ବିନ୍ଦ୍ୟାରାଣୀ ଦେବୀ ଓ ମାତସା ସନ୍ତୋଷୀ ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି। ସିନିୟର ପୁରୁଷ ୫୫ କେଜି ବର୍ଗରେ ଭାରତର ରିଷିକାନ୍ତ ସିଂହ ୨୩୫ କେଜି (୧୦୫ କେଜି+ ୧୩୦ କେଜି) ଭାର ଉଠାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos