ଭାରତ-ପାକ୍‌ ମ୍ୟାଚ୍‌ରେ କେମିତି ରହିବ ପାଗ, ବର୍ଷା ହେବ କି

ଲଣ୍ଡନ: ଭାରତ-ପାକିସ୍ତାନ ବହୁପ୍ରତିକ୍ଷୀତ ବିଶ୍ୱକପ୍‌ ଲଢ଼େଇ ଉପରେ ଏବେ କଳାବାଦଲ ଘୋଟେଇ ଆସିଛି। ଯେଉଁ ମାଞ୍ଚେଷ୍ଟରର ଓଲଡ୍‌ ଟ୍ରାଫୋର୍ଡ ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯିବ, ସେଠାରେ ଦୁଇ ଦିନ ହେଲା ବର୍ଷା ଲାଗି ରହିଛି। ଆସନ୍ତାକାଲି ମଧ୍ୟ ଏଠାରେ ବର୍ଷା ହେବ ବୋଲି ପାଣିପାଗ ସଂସ୍ଥା ପକ୍ଷରୁ କୁହାଯାଇଛି। ଏପରି ସ୍ଥିତିରେ ଭାରତ ଓ ପାକିସ୍ତାନ ମ୍ୟାଚ୍‌କୁ ନେଇ ଫ୍ୟାନ୍‌ମାନେ ଆଶା ଓ ଆଶଙ୍କାରେ ରହିଛନ୍ତି। ପାଣିପାଗର ପୂର୍ବାନୁମାନ କରୁଥିବା ଆକ୍ୟୁଦେରର କହିବା ଅନୁଯାୟୀ, ଆସନ୍ତାକାଲି ସ୍ଥାନୀୟ ସମୟ […]

ii

ii

Hemant Lenka
  • Published: Saturday, 15 June 2019
  • Updated: 15 June 2019, 05:27 PM IST

Sports

Latest News

ଲଣ୍ଡନ: ଭାରତ-ପାକିସ୍ତାନ ବହୁପ୍ରତିକ୍ଷୀତ ବିଶ୍ୱକପ୍‌ ଲଢ଼େଇ ଉପରେ ଏବେ କଳାବାଦଲ ଘୋଟେଇ ଆସିଛି। ଯେଉଁ ମାଞ୍ଚେଷ୍ଟରର ଓଲଡ୍‌ ଟ୍ରାଫୋର୍ଡ ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯିବ, ସେଠାରେ ଦୁଇ ଦିନ ହେଲା ବର୍ଷା ଲାଗି ରହିଛି। ଆସନ୍ତାକାଲି ମଧ୍ୟ ଏଠାରେ ବର୍ଷା ହେବ ବୋଲି ପାଣିପାଗ ସଂସ୍ଥା ପକ୍ଷରୁ କୁହାଯାଇଛି। ଏପରି ସ୍ଥିତିରେ ଭାରତ ଓ ପାକିସ୍ତାନ ମ୍ୟାଚ୍‌କୁ ନେଇ ଫ୍ୟାନ୍‌ମାନେ ଆଶା ଓ ଆଶଙ୍କାରେ ରହିଛନ୍ତି।

ପାଣିପାଗର ପୂର୍ବାନୁମାନ କରୁଥିବା ଆକ୍ୟୁଦେରର କହିବା ଅନୁଯାୟୀ, ଆସନ୍ତାକାଲି ସ୍ଥାନୀୟ ସମୟ ୧୦ଟା ୩୦ ଅର୍ଥାତ ଭାରତୀୟ ସମୟ ଅପରାହ୍ନ ୩ଟାରେ ମାଞ୍ଚେଷ୍ଟରରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ସ୍ଥାନୀୟ ସମୟ ୫ଟା ଅର୍ଥାତ ଭାରତୀୟ ସମୟ ୯.୩୦ରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ସେହିପରି ସ୍ଥାନୀୟ ସମୟ ୧୨ଟା ଅର୍ଥାତ ଭାରତୀୟ ସମୟ ଅପରାହ୍ନ ୪.୩୦ ଓ ସ୍ଥାନୀୟ ସମୟ ୧ଟା ଅର୍ଥାତ ଭାରତୀୟ ସମୟ ୫.୩୦ରେ ମଧ୍ୟ ବର୍ଷା ହେବାର ଆଶଙ୍କା ରହିଛି। ଦିନ ତମାମ ମାଞ୍ଚେଷ୍ଟରରେ ମେଘୁଆ ପାଗ ଲାଗି ରହିବ। ଏଠାରେ ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରୀ ରହିବ ବୋଲି ପାଣିପାଗ ସଂସ୍ଥା ଆକଳନ କରିଛି।

ଦୁଇ ଦିନ ହେଲା ମାଞ୍ଚେଷ୍ଟର୍‌ରେ ପ୍ରବଳ ବର୍ଷା ହୋଇଛି। ଏଥିପାଇଁ ପିଚ୍ ଓ ପଡ଼ିଆକୁ ଘୋଡ଼ାଇ ରଖାଯାଇଛି। ତେବେ ଆଜି ସାମାନ୍ୟ ଖରା ହୋଇଥିବା ଖବର ମିଳିଛି। ଏହାକୁ ନେଇ ଫ୍ୟାନମ୍ୟାନେ ବେଶ ଆନନ୍ଦିତ ହୋଇ ଉଠିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos