ଲାଥମଙ୍କ ଶତକ ସତ୍ତ୍ୱେ ୪୮ ରନ୍‌ ପଛରେ ନ୍ୟୁଜିଲ୍ୟାଣ୍ଡ

କଲମ୍ବୋ: ବର୍ଷା ବାଧାପ୍ରାପ୍ତ ଶ୍ରୀଲଙ୍କ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ଡ୍ର ଅଭିମୁଖେ ଅଗ୍ରସର ହେଉଛି। ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସ୍‌ରେ ୪ ୱିକେଟ ହରାଇ ୧୯୬ ରନ୍‌ କରିଛି। ଅର୍ଥାତ ଶ୍ରୀଲଙ୍କାର ପ୍ରଥମ ଇନିଂସ୍‌ ଠାରୁ ୪୮ ରନ୍‌ ପଛରେ ରହିଛି। ତୃତୀୟ ଦିବସ ଷ୍ଟମ୍ପ ପ୍ରସାରଣ ବେଳକୁ ଟମ ଲାଥମ ୧୧୧ ଓ ବି ୱେଲିଙ୍ଗଟନ୍‌ ୨୫ ରନ୍‌ କରି ଅପରାଜିତ ରହିଛନ୍ତି। ଶ୍ରୀଲଙ୍କା ତା’ର […]

b

b

Hemant Lenka
  • Published: Saturday, 24 August 2019
  • Updated: 24 August 2019, 07:53 PM IST

Sports

Latest News

କଲମ୍ବୋ: ବର୍ଷା ବାଧାପ୍ରାପ୍ତ ଶ୍ରୀଲଙ୍କ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ଡ୍ର ଅଭିମୁଖେ ଅଗ୍ରସର ହେଉଛି। ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସ୍‌ରେ ୪ ୱିକେଟ ହରାଇ ୧୯୬ ରନ୍‌ କରିଛି। ଅର୍ଥାତ ଶ୍ରୀଲଙ୍କାର ପ୍ରଥମ ଇନିଂସ୍‌ ଠାରୁ ୪୮ ରନ୍‌ ପଛରେ ରହିଛି। ତୃତୀୟ ଦିବସ ଷ୍ଟମ୍ପ ପ୍ରସାରଣ ବେଳକୁ ଟମ ଲାଥମ ୧୧୧ ଓ ବି ୱେଲିଙ୍ଗଟନ୍‌ ୨୫ ରନ୍‌ କରି ଅପରାଜିତ ରହିଛନ୍ତି।

ଶ୍ରୀଲଙ୍କା ତା’ର ପ୍ରଥମ ଇନିଂସ୍‌ରେ ୨୪୪ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ଧନଞ୍ଜୟ ଡି ସିଲିଭା ୧୦୯ ରନ୍‌ର ଇନିଂସ୍‌ ଖେଳିଥିବା ବେଳେ ଅଧିନାୟକ ଡିମୁଥ କରୁଣାରତ୍ନେ ୬୫ ରନ୍‌ର ଇନିଂସ ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୁଶଲ ମେଣ୍ଡିସ ୩୨, ଦିଲରୁୱାନା ପରେରା ୧୩ ଓ ସୁରଙ୍ଗ ଲକମଲ ୧୦ ରନ୍‌ର ଇନିଂସ ଖେଳିଥିଲେ। ଅନ୍ୟ କୌଣସି ବ୍ୟାଟସମ୍ୟାନ୍‌ ଦୁଇ ଅଙ୍କ ଛୁଇଁ ପାରି ନଥିଲେ।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟିମ ସାଉଦି ୪ଟି, ଟ୍ରେଣ୍ଟ ବୋଲ୍ଟ ୩ଟି ଓ କୋଲିନ ଡି ଗ୍ରାଣ୍ଡହୋମ, ୱିଲିୟମ ସୋଭରଭିଲ୍ଲେ ଏବଂ ଏଜାଜ ପଟେଲ ଗୋଟିଏ ଲେଖାଏ ୱିକେଟ୍‌ ନେଇଥିଲେ।

ନ୍ୟୁଜିଲ୍ୟାଣ୍ଡ ତା’ର ପ୍ରଥମ ଇନିଂସ୍‌ରେ ଜିତ୍‌ ରାଭଲଙ୍କୁ ଆରମ୍ଭରୁ ହରାଇଥିଲା। ଅଧିନାୟକ କେନ୍‌ ୱିଲିୟମସନ ମାତ୍ର ୨୦ ରନ୍‌ କରିଥିଲେ। ଅଭିଜ୍ଞ ରସ୍‌ ଟେଲର ୨୩ ଓ ହେନେରୀ ନିକୋଲ୍ସ ମାତ୍ର ୧୫ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଟମ ଲାଥମ ଓ ୱେଲିଙ୍ଗଟନ୍‌ ସ୍ଥିତି ସମ୍ଭାଳି ଷ୍ଟମ୍ପ ଅପସାରଣ ପର୍ଯ୍ୟନ୍ତ ଦଳକୁ ଆଉ କୌଣସି କ୍ଷତି ସହିବାକୁ ଦେଇ ନଥିଲେ।

ଶ୍ରୀଲଙ୍କା ପକ୍ଷରୁ ଦିଲରୁୱାନା ପରେରା ୨ଟି ଓ ଲାହିରୁ କୁମାରା ଏବଂ ଲସିଥ ଇମ୍ବୁଲଡେନିୟା ଗୋଟିଏ ଲେଖାଏ ୱିକେଟ୍‌ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story