ବିଶ୍ୱକପ୍ ପାଇଁ ୨୨ଜଣିଆ ଅଫିସିଆଲ୍ସଙ୍କ ମଧ୍ୟରେ ଜଣେ ଭାରତୀୟ ଅମ୍ପାୟାର

ଦୁବାଇ: ଆସନ୍ତା ମେ’ ୩୦ ତାରିଖରୁ ଇଂଲଣ୍ଡରେ ହେବାକୁଥିବା ଆଇସିସି ବିଶ୍ୱକପ୍ ପାଇଁ ୨୨ଜଣ ଅଫସିଆଲ୍ସଙ୍କ ନାମ ଘୋଷଣା କରାଯାଇଛି। ଏହି ୨୨ଜଣଙ୍କ ମଧ୍ୟରେ ତିନିଜଣ ବିଶ୍ୱ ବିଜେତା ଓ ଜଣେ ଭାରତୀୟ ଅମ୍ପାୟାରଙ୍କୁ ସାମିଲ୍ କରାଯାଇଛି। ଆଇସିସି ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୧୬ଜଣ ଅମ୍ପାୟ।ର ଓ ୬ ମ୍ୟାଚ୍ ରେଫରୀଙ୍କ ନାମ ଘୋଷଣା କରିଛି। ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଭାରତୀୟ ଅମ୍ପାୟାର ଭାବେ ଏସ୍ ରବି ସ୍ଥାନ ପାଇଛନ୍ତି। ନିକଟରେ ଆଇପିଏଲର ଏକ ମ୍ୟାଚରେ ଶ୍ରୀଲଙ୍କା ପେସ୍ […]

ump

ump

Hemant Lenka
  • Published: Friday, 26 April 2019
  • Updated: 26 April 2019, 05:25 PM IST

Sports

Latest News

ଦୁବାଇ: ଆସନ୍ତା ମେ' ୩୦ ତାରିଖରୁ ଇଂଲଣ୍ଡରେ ହେବାକୁଥିବା ଆଇସିସି ବିଶ୍ୱକପ୍ ପାଇଁ ୨୨ଜଣ ଅଫସିଆଲ୍ସଙ୍କ ନାମ ଘୋଷଣା କରାଯାଇଛି। ଏହି ୨୨ଜଣଙ୍କ ମଧ୍ୟରେ ତିନିଜଣ ବିଶ୍ୱ ବିଜେତା ଓ ଜଣେ ଭାରତୀୟ ଅମ୍ପାୟାରଙ୍କୁ ସାମିଲ୍ କରାଯାଇଛି। ଆଇସିସି ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୧୬ଜଣ ଅମ୍ପାୟ।ର ଓ ୬ ମ୍ୟାଚ୍ ରେଫରୀଙ୍କ ନାମ ଘୋଷଣା କରିଛି।

ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଭାରତୀୟ ଅମ୍ପାୟାର ଭାବେ ଏସ୍ ରବି ସ୍ଥାନ ପାଇଛନ୍ତି। ନିକଟରେ ଆଇପିଏଲର ଏକ ମ୍ୟାଚରେ ଶ୍ରୀଲଙ୍କା ପେସ୍ ବୋଲର ଲସିଥ୍ ମାଲିଙ୍ଗାଙ୍କ ନୋ' ବଲକୁ ଅଣଦେଖା କରିବା ନେଇ ରବିଙ୍କୁ ଭାରତୀୟ ଅଧିନାୟକ ବିରାଟ୍ କୋହଲିଙ୍କ ସମେତ ଅନେକେ ସମାଲୋଚନା କରିଥିଲେ।

ତିନିଜଣ ବିଶ୍ୱ ବିଜେତା ଯଥା ଡେଭିଡ୍ ମୁନ୍ ମ୍ୟାଚ୍ ରେଫରୀ ଏବଂ କୁମାର ଧର୍ମସେନା ଫିଲ୍ଡ ଅମ୍ପାୟାର ଓ ପଲ୍ ରିଫଲେ୍ ଥାର୍ଡ ଅମ୍ପାୟାର ରହିବେ। ବ୍ରୁସ ଅକ୍ସେନଫର୍ଡ ଫିଲ୍ଡ ଅମ୍ପାୟାର ରହିବେ, ତେବେ ଜୋଏଲ୍ ୱିଲସନ୍ ଚତୁର୍ଥ ଅମ୍ପାୟାର ଭୂମିକା ତୁଲାଇବେ। ଡେଭିଡ୍ ବୁନ୍ ୧୯୮୭ ବିଶ୍ୱକପ୍ ବିଜେତା ଅଷ୍ଟ୍ରେଲିଆ ଟିମର ସଦସ୍ୟ ଥିଲେ।

ଅନ୍ୟପକ୍ଷରେ ଧର୍ମସେନା ୧୯୯୬ରେ ଅର୍ଜୁନ ରଣତୁଙ୍ଗାଙ୍କ ନେତୃତ୍ୱାଧୀନ ଶ୍ରୀଲଙ୍କା ଟିମର ସଦସ୍ୟ ଥିଲେ। ରିଫେଲ୍ ୧୯୯୯ରେ ବିଶ୍ୱ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଟିମ୍ ସହ ଥିଲେ। ପାକିସ୍ତାନ ଅମ୍ପାୟାର ଅଲୀମ୍ ଦାର ନିଜର ପଞ୍ଚମ ବିଶ୍ୱକପ୍ ମ୍ୟାଚ୍ ପରିଚାଳନା କରିବେ। ସେହିପରି ଇଆନ୍ ଗୁଡଙ୍କ ପାଇଁ ଏହା ଚତୁର୍ଥ ତଥା ଅନ୍ତିମ ବିଶ୍ୱକପ୍ ହେବ। ଏହା ପରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ।

ଅଫିସିଆଲ୍ସ ତାଲିକା: କ୍ରିସ୍ ବ୍ରଡ୍, ଡେଭିଡ୍ ବୁନ୍, ଜେଫ୍ କ୍ରୋ', ଆଣ୍ଡି ପାଇକ୍ରଫ୍ଟ, ରଞ୍ଜନ ମଦୁଗଲେ, ରିଚି ରିଚାର୍ଡସନ୍ (ସମସ୍ତେ ମ୍ୟାଚ୍ ରେଫରୀ); ଅଲୀମ୍ ଦାର୍, କୁମାର ଧର୍ମସେନା, ମାରାଇସ୍ ଏରାସମସ୍, କ୍ରିସ୍ ଗ୍ୟାଫାନୀ, ଇଆନ୍ ଗୁଡ୍, ରିଚାର୍ଡ ଇଲିଙ୍ଗୱର୍ଥ, ରିଚାର୍ଡ କେଟେଲବରୋ, ନାଇଜେଲ୍ ଲଙ୍ଗ, ସୁନ୍ଦରମ୍ ରବି, ପଲ୍ ରିଫେଲ୍, ରୁଚିରା ପାଲିୟାଗୁରୁଗେ, ରଡ୍ ଟକର୍, ଜୋଏଲ୍ ୱିଲସନ୍, ମାଇକେଲ୍ ଗଫ୍, ପଲ୍ ୱିଲସନ୍ ଓ ଏସ୍ ରବି (ସମସ୍ତେ ଅମ୍ପାୟାର)।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos