ବରିଷ୍ଠ ସାମ୍ବାଦିକ ବୋରିଆ ମଜୁମଦାରଙ୍କୁ ବ୍ୟାନ୍‌ କଲା ବିସିସିଆଇ

ମୁମ୍ବାଇ: ଟିମ୍‌ ଇଣ୍ତିଆର ୱିକେଟ କିପର ବ୍ୟାଟର ରିଦ୍ଧିମାନ ସାହାଙ୍କୁ ଧମକ ଓ ଡରାଇବା ଭଳି ମେସେଜ କରିଥିବା ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ବୋରିଆ ମଜୁମଦାରଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ବିସିସିଆଇ। ତାଙ୍କୁ ବିସିସିଆଇ ପକ୍ଷରୁ ୨ ବର୍ଷ ପାଇଁ ବ୍ୟାନ୍‌ କରାଯାଇଛି। ବୋରିଆଙ୍କ ବ୍ୟାନ୍ ସମ୍ପର୍କରେ ବିସିସିଆଇ ପକ୍ଷରୁ ସମସ୍ତ ରାଜ୍ୟର କ୍ରିକେଟ ଆସୋସିଏସନଗୁଡ଼ିକୁ ଅବଗତ କାରାଯାଇଛି। ଏହି ଇଣ୍ଟରନାଲ ଚିଠିରେ ଅନ୍ତରୀଣ ସିଇଓ ହେମାଙ୍ଗ ଅମୀନଙ୍କ ଦସ୍ତଖତ ରହିଛି। ରିଦ୍ଧିମାନ ସାହା ସାକ୍ଷାତକାର […]

saha

saha

Hemant Lenka
  • Published: Wednesday, 04 May 2022
  • Updated: 04 May 2022, 05:13 PM IST

Sports

Latest News

ମୁମ୍ବାଇ: ଟିମ୍‌ ଇଣ୍ତିଆର ୱିକେଟ କିପର ବ୍ୟାଟର ରିଦ୍ଧିମାନ ସାହାଙ୍କୁ ଧମକ ଓ ଡରାଇବା ଭଳି ମେସେଜ କରିଥିବା ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ବୋରିଆ ମଜୁମଦାରଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ବିସିସିଆଇ। ତାଙ୍କୁ ବିସିସିଆଇ ପକ୍ଷରୁ ୨ ବର୍ଷ ପାଇଁ ବ୍ୟାନ୍‌ କରାଯାଇଛି।

ବୋରିଆଙ୍କ ବ୍ୟାନ୍ ସମ୍ପର୍କରେ ବିସିସିଆଇ ପକ୍ଷରୁ ସମସ୍ତ ରାଜ୍ୟର କ୍ରିକେଟ ଆସୋସିଏସନଗୁଡ଼ିକୁ ଅବଗତ କାରାଯାଇଛି। ଏହି ଇଣ୍ଟରନାଲ ଚିଠିରେ ଅନ୍ତରୀଣ ସିଇଓ ହେମାଙ୍ଗ ଅମୀନଙ୍କ ଦସ୍ତଖତ ରହିଛି।

ରିଦ୍ଧିମାନ ସାହା ସାକ୍ଷାତକାର ଦେବାକୁ ମନା କରିବାରୁ ତାଙ୍କୁ ଜଣେ ସାମ୍ବାଦିକ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଏକଥା ସାହା ଟ୍ୱିଟ କରି ଅବଗତ କରାଇଥିଲେ। ଅବଶ୍ୟ ସାହା ସେତେବେଳେ ଉକ୍ତ ସାମ୍ବାଦିକଙ୍କ ନାଁ ସାର୍ବଜନୀନ କରି ନଥିଲେ। ତେବେ ବିସିସିଆଇ ଏହି ଘଟଣାକୁ ଗୁରୁତ୍ୱର ସହ ନେବା ସହ ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରିଥିଲା।

ଏହି କମିଟିରେ ବିସିସିଆଇର ଉପ ସଭାପତି ରାଜୀବ ଶୁକ୍ଳା, କୋଷାଧ୍ୟକ୍ଷ ଅରୁଣ ଧୁମାଲ ଓ କାଉନସିଲର ପ୍ରଭଜୀତ ସିଂହ ଭାଟିଆ ରହିଥିଲେ। ତଦନ୍ତ ବେଳେ ୩ ଜଣିଆ କମିଟି ବୋରିଆ ଓ ସାହାଙ୍କ ବୟାନ ରେକର୍ଡ କରିଥିଲେ। ଏହାପରେ ବିସିସିଆଇର ଆପେକ୍ସ ବଡିକୁ ବୋରିଆଙ୍କ ଉପରେ ୨ ବର୍ଷର ବ୍ୟାନ ଲଗାଇବାକୁ ସୁପାରିସ କରିଥିଲା।

ବୋରିଆଙ୍କ ଉପରେ ୨ ବର୍ଷର ବ୍ୟାନ୍ ଲାଗିଥିବାରୁ ତାଙ୍କୁ ଭାରତରେ ଅନୁଷ୍ଠିତ ହେଉଥିବା କୌଣସି ପ୍ରକାରର ଘରୋଇ କିମ୍ବା ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସାମ୍ବାଦିକ ଭାବେ ପାସ୍‌ ମିଳିବ ନାହିଁ। ସେ ବ୍ୟାନ ଅବଧି ମଧ୍ୟରେ ପଞ୍ଜିକୃତ ହୋଇଥିବା କୌଣସି ଭାରତୀୟ କ୍ରିକେଟରଙ୍କ ସାକ୍ଷାତକାର ନେଇ ପାରିବେ ନାହିଁ। ୨ ବର୍ଷ ଯାଏ ବୋରିଆଙ୍କୁ ବିସିସିଆଇ କିମ୍ବା ଏହା ସହ ଜଡ଼ିତ ଆସୋସିଏସନରୁ କୌଣସି ପ୍ରକାରର ସହାୟତା ମିଳିବ ନାହିଁ। ଏ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ବିସିସିଆଇ ପକ୍ଷରୁ ସମସ୍ତ ରାଜ୍ୟ କ୍ରିକେଟ ଆସୋସିଏସନକୁ କୁହାଯାଇଛି।


ଫେବୃଆରୀ ମାସରେ ସାହା ଟ୍ୱିଟ କରି ତାଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ କହିଥିଲେ। ସେ ଟ୍ୱିଟ କରି ତାଙ୍କୁ ମିଳିଥିବା ଧମକର ସ୍କ୍ରିନ ଶଟ୍ ମଧ୍ୟ ଶେୟାର କରିଥିଲେ। ସେ କହିଥିଲେ ଯେ “ଭାରତୀୟ କ୍ରିକେଟକୁ ମୋର ସବୁ କିଛି ଯୋଗାଦାନ ପରେ ଶେଷରେ ମୋତେ ଜଣେ ତଥାକଥିତ ସାମ୍ମାନୀୟ ସାମ୍ବାଦିକଙ୍କ ଠାରୁ ଏଭଳି କଥା ଶୁଣିବାକୁ ମିଳିଛି। ଏବେ ସାମ୍ବାଦିକତା ଏପରି ସ୍ତରକୁ ଚାଲି ଗଲାଣି।” ସାହା ପ୍ରଥମେ ନାଁ ସାର୍ବଜନୀନ କରି ନଥିଲେ ମଧ୍ୟ ବିସିସିଆଇକୁ ଗୁପ୍ତ ଭାବେ ବୋରିଆଙ୍କ ସମ୍ପର୍କରେ ଅବଗତ କରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos