ବିଶ୍ୱକପରୁ ବିଦାୟ ପରେ ପର୍ତ୍ତୁଗାଲ ସହ ୮ ବର୍ଷର ସମ୍ପର୍କ ତୁଟାଇଲେ ସାଣ୍ଟୋସ୍‌

ଦୋହା: କତାରରେ ଚାଲିଥିବା ଫିଫା ଫୁଟବଲ ବିଶ୍ୱକପର କ୍ୱାର୍ଟର ଫାଇନାଲରୁ ବିଦାୟ ନେବା ପରେ ପର୍ତ୍ତୁଗାଲର ମୁଖ୍ୟ କୋଚ୍‌ ପର୍ଣ୍ଣାଡୋ ସାଣ୍ଟୋସ ଇସ୍ତଫା ଦେଇଛନ୍ତି। ସେ ଦୀର୍ଘ ୮ ବର୍ଷ ହେଲା ପର୍ତ୍ତୁଗାଲ ଜାତୀୟ ଟିମର କୋଚ୍‌ ଭାବେ କାମ କରୁଥିଲେ। ହେଲେ ଏବେ ତାଙ୍କୁ ଆଉ ଜାତୀୟ ଟିମ ସହ ଦେଖିବାକୁ ମିଳିବନି। ସେ ତାଙ୍କ ଦାୟିତ୍ୱରୁ ଅବସର ନେଇଥିବା ପର୍ତ୍ତୁଗିଜ ଫୁଟବଲ ଫେଡେରେସନ(ଏଫପିଏଫ) କହିଛି। ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପର୍ତ୍ତୁଗାଲ ୦-୧ରେ ମରକ୍କୋ ଠାରୁ […]

santos

santos

Hemant Lenka
  • Published: Friday, 16 December 2022
  • Updated: 16 December 2022, 09:51 AM IST

Sports

Latest News

ଦୋହା: କତାରରେ ଚାଲିଥିବା ଫିଫା ଫୁଟବଲ ବିଶ୍ୱକପର କ୍ୱାର୍ଟର ଫାଇନାଲରୁ ବିଦାୟ ନେବା ପରେ ପର୍ତ୍ତୁଗାଲର ମୁଖ୍ୟ କୋଚ୍‌ ପର୍ଣ୍ଣାଡୋ ସାଣ୍ଟୋସ ଇସ୍ତଫା ଦେଇଛନ୍ତି। ସେ ଦୀର୍ଘ ୮ ବର୍ଷ ହେଲା ପର୍ତ୍ତୁଗାଲ ଜାତୀୟ ଟିମର କୋଚ୍‌ ଭାବେ କାମ କରୁଥିଲେ। ହେଲେ ଏବେ ତାଙ୍କୁ ଆଉ ଜାତୀୟ ଟିମ ସହ ଦେଖିବାକୁ ମିଳିବନି। ସେ ତାଙ୍କ ଦାୟିତ୍ୱରୁ ଅବସର ନେଇଥିବା ପର୍ତ୍ତୁଗିଜ ଫୁଟବଲ ଫେଡେରେସନ(ଏଫପିଏଫ) କହିଛି।

ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପର୍ତ୍ତୁଗାଲ ୦-୧ରେ ମରକ୍କୋ ଠାରୁ ହାରି ବିଦା ହୋଇଥିଲା। ବିଶ୍ୱର ଅନ୍ୟତମ ମହାନ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡ ଏହି ମ୍ୟାଚ୍‌ର ଦ୍ୱିତୀୟ ହାଫରେ ସବଷ୍ଟିଚ୍ୟୁଟ ହୋଇ ଆସିଥିଲେ। ତଥାପି ସେ ଦଳକୁ ଜିତାଇ ପାରି ନଥିଲେ। ରୋନାଲ୍ଡୋଙ୍କୁ ପ୍ରଥମ ହାଫରେ ନ ଖେଳାଇବା ଦଳକୁ ମହଙ୍ଗ ପଡ଼ିଲା ବୋଲି କହି କିଛି ଲୋକ ସାଣ୍ଟୋସଙ୍କୁ ସମାଲୋଚନା ମଧ୍ୟ କରିଥିଲେ।

ଏସବୁ ଭିତରେ ସାଣ୍ଟୋସ ପର୍ତ୍ତୁଗାଲ ଜାତୀୟ ଟିମର ମୁଖ୍ୟ କୋଚ୍ ପଦ ଛାଡ଼ି ଦେଇଛନ୍ତି। ସାଣ୍ଟୋସ ଗୋଟିଏ ଭିଡିଓ ଜାରି କରି କହିଛନ୍ତି, “ପର୍ତ୍ତୁଗାଲକୁ କୋଚିଂ ଦେଇ ମୋ ସ୍ୱପ୍ନ ସାକାର ହୋଇଛି। ମୋ ଜୀବନର ଲକ୍ଷ୍ୟ ପୂରଣ ହୋଇପାରିଛି। ଯେତେବେଳେ ଆପଣ ଗୋଟିଏ ଗ୍ରୁପକୁ ଲିଡ୍‌ କରନ୍ତି ସେତେବେଳେ ଆପଣଙ୍କୁ କିଛି କଷ୍ଟ ଦାୟକ ନିଷ୍ପତ୍ତି ନେବାକୁ ପଡ଼ିଥାଏ। ଏହା ସତ କଥା ଯେ ଆପଣଙ୍କ ନିଷ୍ପତ୍ତିରେ ସମସ୍ତେ ଖୁସି ହୁଅନ୍ତି ନାହିଁ। ମୁଁ ମଧ୍ୟ ସେମିତି ନିଷ୍ପତ୍ତି ନେଇଥାଏ। ଦଳ ପାଇଁ କ’ଣ ଭଲ ହେବ, ମୁଁ ସବୁବେଳେ ସେକଥା ଭାବିଥାଏ। ଏବେ ମୁଁ ଦଳ ପାଇଁ ଏହି ନିଷ୍ପତ୍ତି ନେଉଛି।”

ସାଣ୍ଟୋସଙ୍କ ଏପରି ଘୋଷଣା ପରେ ଏଫପିଏଫ ତାଙ୍କ ସହ କରିଥିବା ଚୁକ୍ତିକୁ ସହମତି ଭିତ୍ତିରେ ଶେଷ କରି ଦେଇଛି। ସାଣ୍ଟୋସ ୨୦୧୪ରେ ପର୍ତ୍ତୁଗାଲର କୋଚିଂ ଦାୟିତ୍ୱ ନେଇଥିଲେ। ତାଙ୍କ କୋଚିଂରେ ଦଳ ୧୦୯ଟି ମ୍ୟାଚ ଖେଳିଛି। ଏହି ସମୟରେ ପର୍ତ୍ତୁଗାଲ ୨୦୧୬ରେ ୟୁରୋପିଆନ ଚାମ୍ପିୟନ ଓ ୟୁଇଏଫର ପ୍ରଥମ ନ୍ୟାଶନାଲ ଲିଗ ୨୦୧୮-୧୯ ଟ୍ରଫି ବି ହାତେଇବାକୁ ସକ୍ଷମ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story