ମନିକାଙ୍କ ସହ ୪ ଭାରତୀୟଙ୍କୁ ଅଲିମ୍ପିକ୍ସ ଟିକେଟ
ଚେନ୍ନାଇ: ଭାରତର ୪ ଜଣ ଟେବୁଲ ଟେନିସ(ଟିଟି) ଖେଳାଳି ଏକାଥରେ ଟୋକିଓ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଗୁରୁବାର ଦୋହାରେ ଏସିଆନ କ୍ୱାଲିଫାୟର୍ସରେ ୪ ଭାରତୀୟ ଦମଦାର ପ୍ରଦର୍ଶନ କରି ଏହି ସଫଳତା ପାଇଛନ୍ତି। ଏମାନଙ୍କ ମଧ୍ୟରେ ଷ୍ଟାର ଟିଟି ଖେଳାଳି ମନିକା ବାତ୍ରା, ତାମିଲନାଡୁର ଜି ସାଥିଆନ, ଶରଥ କମଲ, ସୁତ୍ରିଥା ମୁଖାର୍ଜୀ ରହିଛନ୍ତି।
ସାଥିଆନ ଓ ଶରଥ ପୁରୁଷ ଏକକ ବର୍ଗରେ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ମନିକା ଓ ସୁତ୍ରିଥା ମହିଳା ଏକକ ବର୍ଗରେ ଟୋକିଓ ଯିବାକୁ ଟିକେଟ ପାଇଛନ୍ତି।
Very happy to have qualified for my 4th Olympic Games, in men’s singles. Focused now on the mixed doubles qualification which is still underway here in Doha.#TableTennis #TokyoOlympics pic.twitter.com/xJNhhTzX3q
— Sharath Kamal OLY (@sharathkamal1) March 18, 2021
ଶରଥ ୪ର୍ଥ ଥର ଅଲିମ୍ପିକ୍ସ ଖେଳିବେ। ସେହିପରି ଦୋହାରେ ମିକ୍ସଡ ଡବଲ୍ସ କ୍ୱାଲିୟାର୍ସ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ଶରଥ ଭାଗ ନେଇଛନ୍ତି। ସେ ୨୦୦୪, ଏହାପରେ ବେଜିଂ ଓ ୨୦୧୬ରେ ରିଓରେ ଭାରତ ପାଇଁ ଅଲିମ୍ପିକ୍ସ ଖେଳିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।