ଇତିହାସ ରଚିଲା ଭାରତ: ପ୍ରଥମଥର ଜିତିଲା ଥୋମାସ କପ୍‌

ନୂଆଦିଲ୍ଲୀ: ଇତିହାସ ରଚିଲା ଭାରତୀୟ ବ୍ୟାଡମିଣ୍ଟନ ଟିମ୍‌। ପ୍ରଥମଥର ଭାରତ ଜିତିଛି ଥୋମାସା କପ୍‌। ଫାଇନାଲରେ ଶକ୍ତିଶାଳୀ ଇଣ୍ଡୋନେସିଆକୁ ପରାସ୍ତ କରି ଚାମ୍ପିୟନ ହୋଇଛି ଭାରତ। ଥୋମାସ କପ୍‌ର ୭୩ ବର୍ଷର ଇତିହାସ ମଧ୍ୟରେ କେବଳ ୫ଟି ଦଳ ଟ୍ରଫି ଜିତିବାକୁ ସକ୍ଷମ ହୋଇଥିଲେ। ଏବେ ଭାରତ ୬ଷ୍ଠ ଦଳ ଭାବେ ଏହି ଚାମ୍ପିୟନ ତାଲିକାରେ ଯୋଡ଼ି ହୋଇଯାଇଛି। ପୂର୍ବରୁ ମାଲେସିୟା, ଇଣ୍ଡୋନେସିଆ, ଜାପାନ, ଚାଇନା ଓ ଡେନମାକ୍ର ୧୯୪୯ରୁ ଆରମ୍ଭ ହୋଇଥିବା ଏହି ଥୋମାସ କପ୍‌ […]

India

India

Hemant Lenka
  • Published: Sunday, 15 May 2022
  • Updated: 15 May 2022, 04:08 PM IST

Sports

Latest News

ନୂଆଦିଲ୍ଲୀ: ଇତିହାସ ରଚିଲା ଭାରତୀୟ ବ୍ୟାଡମିଣ୍ଟନ ଟିମ୍‌। ପ୍ରଥମଥର ଭାରତ ଜିତିଛି ଥୋମାସା କପ୍‌। ଫାଇନାଲରେ ଶକ୍ତିଶାଳୀ ଇଣ୍ଡୋନେସିଆକୁ ପରାସ୍ତ କରି ଚାମ୍ପିୟନ ହୋଇଛି ଭାରତ। ଥୋମାସ କପ୍‌ର ୭୩ ବର୍ଷର ଇତିହାସ ମଧ୍ୟରେ କେବଳ ୫ଟି ଦଳ ଟ୍ରଫି ଜିତିବାକୁ ସକ୍ଷମ ହୋଇଥିଲେ। ଏବେ ଭାରତ ୬ଷ୍ଠ ଦଳ ଭାବେ ଏହି ଚାମ୍ପିୟନ ତାଲିକାରେ ଯୋଡ଼ି ହୋଇଯାଇଛି। ପୂର୍ବରୁ ମାଲେସିୟା, ଇଣ୍ଡୋନେସିଆ, ଜାପାନ, ଚାଇନା ଓ ଡେନମାକ୍ର ୧୯୪୯ରୁ ଆରମ୍ଭ ହୋଇଥିବା ଏହି ଥୋମାସ କପ୍‌ ଜିତି ପାରିଥିଲେ।

ଭାରତ ୧୪ଥରର ଚାମ୍ପିୟନ ଇଣ୍ଡୋନେସିଆକୁ ୩-୦ ସେଟ୍‌ରେ ପରାସ୍ତ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ଭାରତ ପକ୍ଷରୁ ଲକ୍ଷ୍ୟ ସେନ, ସାତ୍ତ୍ୱିକ ସାଇରାଜ ରଙ୍କିରେଡ୍ଡୀ-ଚିରାଗ ଶେଟ୍ଟୀ ଓ କାଦମ୍ବୀ ଶ୍ରୀକାନ୍ତ ନିଜ ନିଜର ମ୍ୟାଚ୍‌ ଜିତି ଇଣ୍ଡୋନେସିଆକୁ ଏକତରଫା ଭାବେ ୩-୦ ସେଟରେ ପରାସ୍ତ କରିଛନ୍ତି।

ଲକ୍ଷ୍ୟ ସେନ ଫାଇନାଲ ଲଢ଼େଇର ପ୍ରଥମ ମୁକାବିଲାରେ ଇଣ୍ଡୋନେସିଆ ତଥା ବିଶ୍ୱର ୫ନଂ ଶିଡ୍‌ ଆନ୍ଥୋନୀ ଜିନଟିଙ୍ଗଙ୍କୁ ୮-୨୧, ୨୧-୧୭ ଓ ୨୧-୧୬ରେ ପରାସ୍ତ କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ସବୁଠାରୁ ବଡ଼ ଲଢ଼େଇ। ଡବଲ୍ସରେ ସାତ୍ତ୍ୱିକ ଓ ଚିରାଗ ଯୋଡ଼ି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଉଭୟ ଦମଦାର ପ୍ରଦର୍ଶନ କରି ଇଣ୍ଡୋନେସିଆର ମହମ୍ମଦ ଅଶାନ ଓ କେଭିନ ସଞ୍ଜୟଙ୍କୁ ପରାସ୍ତ କରିଥିଲେ।

ଏହି ମ୍ୟାଚ୍‌ଟି ଦୀର୍ଘ ୧ ଘଣ୍ଟା ୧୩ ମିନିଟ ଧରି ଚାଲିଥିଲା। ଶେଷରେ ଭାରତୀୟ ଯୋଡ଼ି ୧୮-୨୧, ୨୩-୨୧ ଓ ୨୧-୧୯ରେ ଜିତି ନେଇଥିଲେ। ଫଳରେ ଭାରତ ଫାଇନାଲ ମ୍ୟାଚ୍‌କୁ ୨-୦ରେ ଲିଡ୍‌ କରି ନେଇଥିଲା। ତୃତୀୟ ମ୍ୟାଚ୍‌ରେ ଅଭିଜ୍ଞ ଶ୍ରୀକାନ୍ତ ମାତ୍ର ୪୮ ମିନିଟରେ ମ୍ୟାଚ୍‌ ଶେଷ କରିଥିଲେ। ସେ ୨୧-୧୫ ଓ ୨୩-୨୧ରେ ମ୍ୟାଚ୍‌ ଜିତି ଭାରତକୁ ପ୍ରଥମଥର ପାଇଁ ଥୋମାସ କପରେ ଚାମ୍ପିୟନ କରାଇଥିଲେ।

ଏହି ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ବ୍ୟାଡମିଣ୍ଟନ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଆଜି ଭାରତ ପାଇଁ ଐତିହାସିକ ଦିନ ବୋଲି ମୋଦି କହିଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଭାରତୀୟ ଟିମ୍‌କୁ ଶୁଭେଚ୍ଛା ଜଣାଇବା ସହ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ଭାରତୀୟ ବ୍ୟାଡମିଣ୍ଟନର ଏହି ସଫଳତା ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଛନ୍ତି।


ଭାରତୀୟ ବ୍ୟାଡମିଣ୍ଟନ ଟିମ୍‌ ପୂରା ଟୁର୍ଣ୍ଣାମେଣ୍ଟରେ ଗୋଟିଏ ହେଲେ ବି ମ୍ୟାଚ୍‌ ହାରିନାହିଁ। ଦଳ ମାଲେସିୟାକୁ ହରାଇ ସେମିରେ ପହଞ୍ଚିଥିଲା। ସେମିରେ ଡେନମାର୍କକୁ ହରାଇ ପ୍ରଥମଥର ପାଇଁ ଥୋମାସ କପ ଫାଇନାଲ ଟିକେଟ ହାସଲ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos