ପତ୍ନୀଙ୍କ ସହ ଫଟୋ ଶେୟାର କଲେ ବୁମ୍ରା, କହିଲେ ଏମିତି କଥା

ନୂଆଦିଲ୍ଲୀ: ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଆଜି ଇନଷ୍ଟାଗ୍ରାମରେ ଗୋଟିଏ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ବୁମ୍ରାଙ୍କ ସହ ତାଙ୍କ ପତ୍ନୀ ତଥା ସ୍ପୋର୍ଟସ ଆଙ୍କର ସଞ୍ଜନା ମଧ୍ୟ ରହିଛନ୍ତି। ଦୁହେଁ ବେଶ୍‌ ରୋମାଣ୍ଟିକ ଅନ୍ଦାଜରେ ହାତ ଧରାଧରି ହୋଇ ଚାଲିଚାଲି ଆସୁଥିବା ବେଳେ ବନ୍ଧୁ ଓ ପରିବାର ବର୍ଗ ସେମାନଙ୍କୁ ଝିରିଝିରି ବାଣରେ ସ୍ୱାଗତ କରିଛନ୍ତି।

ସେ ଫଟୋ ଶେୟାର କରି ଅତ୍ୟନ୍ତ ଚମତ୍କାର ବୋଲି କହିବା ସହ ଫ୍ୟାନ ମାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ବୁମ୍ରା କହିଛନ୍ତି, “ବିଗତ କିଛି ଦିନ କୌଣସି ଚମତ୍କାରିତା ଠାରୁ କମ ନୁହେଁ। ଆମେ ଏତେ ଭଲ ପାଇବା ଓ ଶୁଭେଚ୍ଛା ପାଇଁ ସମସ୍ତଙ୍କ ପାଖରେ ଉପକୃତ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।”

ମାର୍ଚ୍ଚ ୧୫ରେ ବୁମ୍ରା ଓ ସଞ୍ଜନା ବାହାଘର ବେଳର ଫଟୋ ଶେୟାର କରି ସାରା ଦୁନିଆକୁ ନିଜ ବିବାହ ସମ୍ପର୍କ ବିଷୟରେ ଜଣାଇଥିଲେ। ଏହି ଫଟୋ ସାମ୍ନାକୁ ଆସିବା ପରେ ସମସ୍ତେ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଥିଲେ।

 

View this post on Instagram

 

A post shared by jasprit bumrah (@jaspritb1)


ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟ ପୂର୍ବରୁ ବୁମ୍ରା ଛୁଟି ଆଣିଥିଲେ। ଏହି ସମୟରେ ସେ ୧୯ ଜଣିଆ ଟି-୨୦ ସ୍କ୍ୱାଡରେ ନଥିଲେ। ସେ ଟେଷ୍ଟରୁ ଛୁଟି ନେବାକୁ ତାଙ୍କ ବାହାଘରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଶେଷରେ ସେ ମାର୍ଚ୍ଚ ୧୫ରେ ଫଟୋ ଶେୟାର କରି ନିଜ ବାହାଘର ସମ୍ପର୍କରେ ସୂଚନା ଦେଇଥିଲେ। ଆଜି ଘୋଷଣା ହୋଇଥିବା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ର ସ୍କ୍ୱାଡରେ ମଧ୍ୟ ତାଙ୍କୁ ସାମିଲ କରାଯାଇ ନାହିଁ।

More Pics From Jasprit Bumrah And Sanjana Ganesan's Wedding Album
ବୁମ୍ରା ଓ ସଞ୍ଜନା

ଭାରତ ପାଇଁ ୨୦୧୬ରେ ଡେବ୍ୟୁ କରିଥିବା ୨୭ ବର୍ଷୀୟ ବୁମ୍ରା ଏଯାଏ ଦେଶ ପାଇଁ ୧୯ଟି ଟେଷ୍ଟ, ୬୭ ଦିନିକିଆ ଓ ୫୦ଟି ଟି-୨୦ ଖେଳିଛନ୍ତି। ସଞ୍ଜନା ହେଉଛନ୍ତି ଜଣେ ସ୍ପୋର୍ଟସ ଆଙ୍କର। ସେ ଷ୍ଟାର ସ୍ପୋର୍ଟସରେ ଏକାଧିକ ଶୋ’ କରି ଚର୍ଚ୍ଚାରେ ରହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।