ନୟନତାରାଙ୍କ ସହ ଫିଲ୍ମ କରିବେ ଧୋନି!

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମ୍‌ର ପୂର୍ବତନ କୁଲ୍ କ୍ୟାପ୍ଟେନ ମହେନ୍ଦ୍ର ସିଂହ ଧୋନି ଓରଫ ମାହି। ଏଣ୍ଟଟେନ୍‌ମେଣ୍ଟ ଇଣ୍ଡଷ୍ଟ୍ରି ସହ ତାଙ୍କ ନାଁ ବହୁବାର ଯୋଡି ହୋଇ ସାରିଛି। ସେ କ୍ରିକେଟ୍‌ରୁ ସନ୍ୟାସ ନେବା ପରେ ଅଭିନୟ ଆଡକୁ ମୁହାଁଇବେ ବୋଲି କୁହାଯାଉଥିଲା। କିନ୍ତୁ ପରେ ଏହାକୁ ଖଣ୍ଡନ କରିଥିଲେ ଖୋଦ ମାହି।

ଏବେ କିନ୍ତୁ ମାହି ସାଉଥର ଲେଡି ସୁପରଷ୍ଟାର ଅଭିନେତ୍ରୀ ନୟନତାରାଙ୍କ ସହ ଫିଲ୍ମ କରିବାକୁ ଯାଉଛନ୍ତି। ରିପୋର୍ଟ ମୁତାବକ, ଧୋନି ଏଣ୍ଟରଟନେ୍‌ମେଣ୍ଟ ବ୍ୟାନର ତଳେ ସେ ତାମିଲ, ତେଲୁଗୁ ଓ ମଲୟାଲମ ଫିଲ୍ମ କରିବାକୁ ଯାଉଛନ୍ତି। କୁହାଯାଉଛି ଯେ ଧୋନି ତାଙ୍କ ପ୍ରଥମ ଫିଲ୍ମ ନୟନତାରାଙ୍କ ସହ କରିବେ। ତେବେ ଧୋନି କିମ୍ବା ନୟନତାରାଙ୍କ ତରଫରୁ ଏନେଇ ଅଫିସିଆଲ ରୂପେ କୌଣସି ଘୋଷଣା ହୋଇନାହିଁ।

ଉଲ୍ଲେଖଯୋଗ୍ୟ, ୨୦୧୯ରେ ଧୋନି ତାଙ୍କର ପ୍ରଡକ୍ସନ ହାଉସ ଆରମ୍ଭ କରିଥିଲେ, ଯାହାର ନାଁ ଥିଲା ଧୋନି ଏଣ୍ଟରଟେନମଣ୍ଟେ। ମାହିଙ୍କ ସହ ମିଶି ତାଙ୍କ ପତ୍ନୀ ସାକ୍ଷୀ ଏହି ପ୍ରଡକ୍ସନ ହାଉସକୁ ଚଳାଉଛନ୍ତି। ଧୋନି ବର୍ତ୍ତମାନ ତାଙ୍କ କମ୍ପାନୀକୁ ଏକ ବଡ ସ୍ତରକୁ ନେବାକୁ ଯୋଜନା କରୁଛନ୍ତି ଏବଂ ଫିଲ୍ମ ତିଆରି କରିବାକୁ ପ୍ରସ୍ତୁତ ହେଉଥିବା କୁହାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।