ବ୍ରାଜିଲକୁ ବିଦା କଲା କ୍ରୋଏସିଆ, ଶୁଟଆଉଟରେ ଜିତିଲା ମେସିଙ୍କ ଆର୍ଜେଣ୍ଟିନା

ଦୋହା: କତାରରେ ଚାଲିଥିବା ଫିଫା ଫୁଟବଲ ବିଶ୍ୱକପରୁ ବିଦା ହୋଇଛି ୫ ଥରର ଚାମ୍ପିୟନ ବ୍ରାଜିଲ। ୨୦୧୮ ବିଶ୍ୱକପର ରନର୍ସଅପ କ୍ରୋଏସିଆ ଶୁଟଆଉଟ(୪-୨)ରେ ବ୍ରାଜିଲକୁ ହରାଇ ଦେଇଛି। ଏହି ରୋମାଞ୍ଚକର ବିଜୟ ସହ କ୍ରୋଏସିଆ ଚଳିତ ବିଶ୍ୱକପର ସେମି ଫାଇନାଲରେ ପ୍ରବେଶ କରିଛି। ସେହିପରି ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ମଧ୍ୟ ଶୁଟ ଆଉଟରେ(୪-୩) ନେଦରଲ୍ୟାଣ୍ଡ୍ସକୁ ହରାଇ ଦେଇଛି। ଏଥିସହ ୩୫ ବର୍ଷୀୟ ମେସିଙ୍କ ବିଶ୍ୱକପ ଜିତିବା ସ୍ୱପ୍ନ ଜୀବିତ ରହିଛି। ଶୁକ୍ରବାର ଏଜୁକେସନ […]

messi

messi

Hemant Lenka
  • Published: Saturday, 10 December 2022
  • Updated: 10 December 2022, 09:42 AM IST

Sports

Latest News

ଦୋହା: କତାରରେ ଚାଲିଥିବା ଫିଫା ଫୁଟବଲ ବିଶ୍ୱକପରୁ ବିଦା ହୋଇଛି ୫ ଥରର ଚାମ୍ପିୟନ ବ୍ରାଜିଲ। ୨୦୧୮ ବିଶ୍ୱକପର ରନର୍ସଅପ କ୍ରୋଏସିଆ ଶୁଟଆଉଟ(୪-୨)ରେ ବ୍ରାଜିଲକୁ ହରାଇ ଦେଇଛି। ଏହି ରୋମାଞ୍ଚକର ବିଜୟ ସହ କ୍ରୋଏସିଆ ଚଳିତ ବିଶ୍ୱକପର ସେମି ଫାଇନାଲରେ ପ୍ରବେଶ କରିଛି।

ସେହିପରି ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ମଧ୍ୟ ଶୁଟ ଆଉଟରେ(୪-୩) ନେଦରଲ୍ୟାଣ୍ଡ୍ସକୁ ହରାଇ ଦେଇଛି। ଏଥିସହ ୩୫ ବର୍ଷୀୟ ମେସିଙ୍କ ବିଶ୍ୱକପ ଜିତିବା ସ୍ୱପ୍ନ ଜୀବିତ ରହିଛି।

ଶୁକ୍ରବାର ଏଜୁକେସନ ସିଟି ଷ୍ଟାଡିୟମ୍‌ରେ କ୍ରୋଏସିଆ ଓ ବ୍ରାଜିଲ ପ୍ରଥମ କ୍ୱାର୍ଟର ଫାଇନାଲରେ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍ ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା। ନିର୍ଦ୍ଧାରିତ ୯୦ ମିନିଟ୍‌ରେ କେହି କାହାକୁ ଗୋଲ ଦେଇ ନ ପାରିବାରୁ ମ୍ୟାଚ୍‌ ଅତିରିକ୍ତ ସମୟକୁ ଯାଇଥିଲା।

ଅତିରିକ୍ତ ସମୟର ଇଞ୍ଜୁରୀ ଟାଇମରେ ନେୟାର ଗୋଲ ସ୍କୋର କରି ବ୍ରାଜିଲର ବିଜୟ ଏକ ପ୍ରକାରର ପକ୍କା କରି ଦେଇଥିଲେ। କିନ୍ତୁ ଲୁକା ମୋଡ୍ରିଚ୍‌ଙ୍କ କ୍ରୋଏସିଆ ହାର ମାନିବା ମୁଡରେ ନଥିଲା। ଅତିରିକ୍ତ ଟାଇମର ଶେଷ ମିନିଟରେ ଦଳ ଗୋଲ ସ୍କୋର କରି ସ୍ଥିତିକୁ ୧-୧ କରି ଦେଇଥିଲା। ଫଳରେ ମ୍ୟାଚ୍‌ର ରେଜଲ୍ଟ ଶୁଟଆଉଟ ଦ୍ୱାରା ନିର୍ଦ୍ଧାରିତ ହୋଇଥିଲା।

୧୯୮୬ ପର ଠାରୁ ବ୍ରାଜିଲ ଶୁଟଆଉଟରେ ହାରି ନଥିବାରୁ ଏଥର ମଧ୍ୟ ଦଳ ଜିତିବ ବୋଲି ସମସ୍ତେ ଆଶା କରିଥିଲେ। ହେଲେ କ୍ରୋଏସିଆ ଗୋଲ କିପର ଡୋମିନିକ ଲିଭାକୋଭିଚ୍‌ ବ୍ରାଜିଲର ସବୁ ଆଶାରେ ପାଣି ପକାଇ ଦେଇଥିଲେ। ସେ କ୍ରମାଗତ ଦୁଇଟି ସେଭ କରି କ୍ରୋଏସିଆକୁ ୪-୨ (୧-୧) ଜିତାଇଥିଲେ। ଏଥିସହ ବ୍ରାଜିଲ ବିପକ୍ଷରେ କ୍ରୋଏସିଆର ଜାରି ରହିଥିବା ପରାଜୟ ଧାରା ବି ଭାଙ୍ଗିଛି।

ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ମଧ୍ୟ ବେଶ ନାଟକୀୟ ରହିଥିଲା। ମେସିଙ୍କ ଆର୍ଜେଣ୍ଟିନା ୨-୦ରେ ଆଗୁଆ ରହିଥିଲେ ମଧ୍ୟ ଶେଷ ମିନିଟରେ ନେଦରଲ୍ୟାଣ୍ଡ୍ସ କମବ୍ୟାକ କରିଥିଲା। ମ୍ୟାଚ୍‌ର ୩୫ ମିନିଟରେ ମେସିଙ୍କ ଚମତ୍କାର ପାସ୍‌କୁ ନାହୁଇଲ ମୋଲିନା ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରି ଦେଇଥିଲେ। ସେହିପରି ୭୩ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟିକୁ ମେସି ଗୋଲ କରି ଆର୍ଜେଣ୍ଟିନାକୁ ୨-୦ରେ ଆଗୁଆ କରି ଦେଇଥିଲେ। ଲାଗୁଥିବା ଆର୍ଜେଣ୍ଟିନାର ବିଜୟ ସୁନିଶ୍ଚିତ ହୋଇ ସାରିଛି।

ହେଲେ ଡଚ୍‌ ଟିମ୍‌କୁ ସବଷ୍ଟିଚ୍ୟୁଟ ହୋଇ ଆସିଥିବା ୱଉଟ ୱେଘଓରଷ୍ଟ ସବୁ କିଛି ବଦଳାଇ ଦେଇଥିଲେ। ସେ ୮୩ତମ ମିନିଟରେ ଗୋଟିଏ ଗୋଲ ସ୍କୋର କରିଥିଲେ। ସେହିପରି ଇଞ୍ଜୁରୀ ଟାଇମରେ ଆଉ ଗୋଟିଏ ଗୋଲ ସ୍କୋର କରି ସ୍ଥିତିକୁ ୨-୨ କରି ଦେଇଥିଲେ। ଫଳରେ ମ୍ୟାଚ୍‌ ଅତିରକ୍ତ ସମୟକୁ ଯାଇଥିଲା। ଅତିରିକ୍ତ ୩୦ ମିନିଟ ସମୟରେ କେହି କାହାକୁ ଗୋଲ ନ ଦେଇ ପାରିବାରୁ ମ୍ୟାଚ୍‌ ଶୁଟ ଆଉଟକୁ ଯାଇଥିଲା।

ଶୁଟ ଆଉଟର ପ୍ରଥମ ଶଟ୍‌ ଡଚ୍‌ ଅଧିନାୟକ ଭିରଗିଲ ଭାନ ଡିଜକ ମାରିଥିଲେ। କିନ୍ତୁ ଏହାକୁ ଆର୍ଜେଣ୍ଟିନାର ଗୋଲ କିପର ଇମି ମାର୍ଟିନେଜ ଅଟକାଇ ଦେଇଥିଲେ। ଏହାପରେ ଆର୍ଜେଣ୍ଟିନା ଗୋଲ ସ୍କୋର କରିଥିଲା। ଡଚ୍‌ ପୁଣି ଫେଲ ମାରିଥିଲା। ଦ୍ୱିତୀୟ ଶଟ ମଧ୍ୟ ଆର୍ଜେଣ୍ଟିନା ଗୋଲରେ ପରିଣତ କରିବାରୁ ସ୍ଥିତି ୨-୦ ହୋଇଯାଇଥିଲା।

ତୃତୀୟ ଶଟକୁ ନେଦରଲ୍ୟାଣ୍ଡ୍ସ ଗୋଲରେ ପରିଣତ କରିଥିଲା। ଆର୍ଜେଣ୍ଟିନା ମଧ୍ୟ ତୃତୀୟ ଶଟରେ କୌଣସି ତ୍ରୁଟି କରି ନଥିଲା। କିନ୍ତୁ ୪ର୍ଥ ଶଟରେ ହାଉଡ୍ରାମା ଦେଖିବାକୁ ମିଳିଥିଲା। ଡଚ୍‌ ଗୋଲ ସ୍କୋର କରିଥିବା ବେଳେ ଆର୍ଜେଣ୍ଟିନା ଏହାକୁ ମିସ କରି ଯାଇଥିଲା। ଫଳରେ ସ୍କୋର ୨-୩ ହୋଇଯାଇଥିଲା। ଡଚ୍‌ ତା’ର ଶେଷ ଶଟକୁ ଗୋଲରେ ପରିଣତ କରିଦେବାରୁ ସ୍ଥିତି ୩-୩ ହୋଇଯାଇଥିଲା।

ଆର୍ଜେଣ୍ଟିନାକୁ ସେମି ଫାଇନାଲ ଟିକେଟ ପାଇଁ ନିଜର ଶେଷ ଶଟକୁ ଗୋଲରେ ପରିଣତ କରିବାର ଥିଲା। ଏହାକୁ ମାରିବା ପାଇଁ ଆସିଥିଲେ ଲାଉଟାରଓ ମାର୍ଟିନେଜ। ସେ ମଧ୍ୟ କାହାକୁ ନିରାଶ ନ କରି ଗୋଲ ସ୍କୋର କରିଥିଲେ। ଏଥିସହ ଆର୍ଜେଣ୍ଟନା ୪-୩ରେ ମ୍ୟାଚ୍‌ ଜିତି ସେମିରେ ପ୍ରବେଶ କରିଛି।

ଏବେ ସେମିରେ ମେସିଙ୍କ ମୁକାବିଲା ୨୦୧୮ର ରନର୍ସଅପ କ୍ରୋଏସିଆ ସହ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story