ଅଷ୍ଟ୍ରେଲିଆ ଓପନ: କରୋନାରେ ଆକ୍ରାନ୍ତ ହେଲେ ବି ମ୍ୟାଚ୍‌ ପାଇଁ ମିଳିବ ଅନୁମତି

ମେଲବର୍ଣ୍ଣ: ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ଭିତରରେ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ଓପନ ୨୦୨୩କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷ କରୋନାରେ ଆକ୍ରାନ୍ତ ହେଲେ ମଧ୍ୟ ଟେନିସ ଖେଳାଳିଙ୍କୁ ମ୍ୟାଚ୍‌ ଖେଳିବାକୁ ଅନୁମତି ମିଳିବ। ଟୁର୍ଣ୍ଣାମେଣ୍ଟର ନିର୍ଦ୍ଦେଶକ କ୍ରେଗ ଟିଲେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଖେଳାଳିମାନଙ୍କର କୌଣସି ପ୍ରକାରର କୋଭିଡ ୧୯ ଟେଷ୍ଟ କରାଯିବନି। ସେହିପରି ଭାଇରସ ସଂସ୍ପର୍ଶରେ ‌ଆସିଥିଲେ ମଧ୍ୟ ଖେଳାଳିମାନଙ୍କୁ ମ୍ୟାଚ୍‌ ଖେଳିବାକୁ ଅନୁମତି […]

aus

aus

Hemant Lenka
  • Published: Monday, 09 January 2023
  • Updated: 09 January 2023, 03:50 PM IST

Sports

Latest News

ମେଲବର୍ଣ୍ଣ: ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ଭିତରରେ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ଓପନ ୨୦୨୩କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷ କରୋନାରେ ଆକ୍ରାନ୍ତ ହେଲେ ମଧ୍ୟ ଟେନିସ ଖେଳାଳିଙ୍କୁ ମ୍ୟାଚ୍‌ ଖେଳିବାକୁ ଅନୁମତି ମିଳିବ। ଟୁର୍ଣ୍ଣାମେଣ୍ଟର ନିର୍ଦ୍ଦେଶକ କ୍ରେଗ ଟିଲେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଖେଳାଳିମାନଙ୍କର କୌଣସି ପ୍ରକାରର କୋଭିଡ ୧୯ ଟେଷ୍ଟ କରାଯିବନି। ସେହିପରି ଭାଇରସ ସଂସ୍ପର୍ଶରେ ‌ଆସିଥିଲେ ମଧ୍ୟ ଖେଳାଳିମାନଙ୍କୁ ମ୍ୟାଚ୍‌ ଖେଳିବାକୁ ଅନୁମତି ମିଳିବ।

ଜାନୁଆରୀ ୧୬ରୁ ମେଲବର୍ଣ୍ଣ ପାର୍କରେ ଅଷ୍ଟ୍ରେଲିଆ ଓପନ ଆରମ୍ଭ ହେବ। ଚଳିତ ସିଜିନର ଏହା ପ୍ରଥମ ଗ୍ରାଣ୍ଡ ସ୍ଲାମ ଟୁର୍ଣ୍ଣାମେଣ୍ଟ ହୋଇଥିବାରୁ ଏହାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ୨୦୨୧ ଅଷ୍ଟ୍ରେଲିଆ ଓପନ ବାୟୋ ବବଲ୍ସ ମଧ୍ୟରେ ହୋଇଥିଲା। ସେହିପରି ଦର୍ଶକଙ୍କୁ ମ୍ୟାଚ୍‌ ଦେଖିବାକୁ ଅନୁମତି ମିଳି ନଥିଲା। ୨୦୨୨ରେ କରୋନା ଟିକା ନେବାକୁ ସର୍ବିୟାର ନୋଭାକ ଜୋକୋଭିଚ୍‌ ମନା କରିବାରୁ ତାଙ୍କୁ ଅଷ୍ଟ୍ରେଲିଆରୁ ବିଦା ହେବାକୁ ପଡ଼ିଥିଲା। ଏଯାଏ ଜୋକୋଭିଚ୍‌ ଟିକା ନେଇ ନାହାନ୍ତି। ତଥାପି ତାଙ୍କୁ ଏଥର ଅଷ୍ଟ୍ରେଲିଆ ଓପନ ଖେଳିବାକୁ ଅନୁମତି ମିଳିଛି।

କ୍ରେଗ୍‌ ଆଜି ଟୁର୍ଣ୍ଣାମେଣ୍ଟର ସ୍ୱାସ୍ଥ୍ୟ ନୀତି ସମ୍ପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ୨ ବର୍ଷ ହେଲା କରୋନାକୁ ନେଇ ଲାଗୁ ହୋଇଥିବା କଠୋର ପ୍ରୋଟକଲରେ ପରିବର୍ତ୍ତନ କରାଯାଉଛି। ବର୍ତ୍ତମାନ ସ୍ଥିତିକୁ ଦେଖି ଆମେ ସେହି ଅନୁସାରେ ବ୍ୟବସ୍ଥା କରୁଛୁ। ଅଷ୍ଟ୍ରେଲିଆରେ ରହଣୀ ବେଳେ ଯଦି କେହି ଅସୁସ୍ଥ ହୁଅନ୍ତି, ଆମ ମେଡିକାଲ କର୍ମଚାରୀ ଏହାର ସମୀକ୍ଷା କରିବା। ଏଥିସହ ଖେଳାଳିଙ୍କ ସହ କର୍ମଚାରୀମାନେ ବ୍ୟକ୍ତିଗତ ଭାବେ ରହିବେ।

ଆମେ ଆମ ଖେଳାଳି ଓ କର୍ମଚାରୀଙ୍କୁ କହି ସାରିଛୁ ଯେ ଯଦି କେହି ଅସୁସ୍ଥ ଅନୁଭବ କରୁଛନ୍ତି, ତା’ହେଲେ ଘରେ ରୁହନ୍ତୁ। ଖେଳାଳି ଯଦି ଚାହିଁବେ କରୋନା ସତ୍ତ୍ୱେ ମଧ୍ୟ ମ୍ୟାଚ୍‌ ଖେଳିପାରିବେ। କୌଣସି ଟେଷ୍ଟର ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି।

ଏବେ କ୍ରୀଡ଼ା ଜଗତ କରୋନା ସହ ବଞ୍ଚିବାକୁ ଅଭ୍ୟାସ କରି ସାରିଲାଣି। ପୂର୍ବରୁ ଏକାଧିକ ଟୁର୍ଣ୍ଣାମେଣ୍ଟରେ କ୍ରିକେଟରମାନେ କରୋନାରେ ଆକ୍ରାନ୍ତ ହୋଇ ମଧ୍ୟ ମ୍ୟାଚ୍‌ ଖେଳିବାକୁ ସୁଯୋଗ ପାଇଥିଲେ। କ୍ରିକେଟର ମ୍ୟାଟ ରେନଶ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଖେଳିଥିଲେ। ସେହିପରି ଗତବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ କରୋନା ଆକ୍ରାନ୍ତ ଖେଳାଳିଙ୍କୁ ପ୍ରତିଯୋଗିତାରେ ଭାଗ ନେବାକୁ ଅନୁମତି ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story