ହାଜର ହେବାକୁ ଯୁବରାଜ ସିଂହଙ୍କୁ ନୋଟିସ କଲେ ଗୋଆ ସରକାର

ପାଣାଜୀ: ଅଡ଼ୁଆରେ ଟିମ ଇଣ୍ଡିଆ ପୂର୍ବତନ କ୍ରିକେଟର ଯୁବରାଜ ସିଂହ। ବ୍ୟକ୍ତିଗତ ଭାବେ ହାଜର ହୋଇ ତାଙ୍କୁ ପକ୍ଷ ରଖିବାକୁ ନୋଟିସ କରିଛନ୍ତି ଗୋଆ ସରକାର। ବିନା ପଞ୍ଜିକରଣରେ ଯୁବରାଜ ନିଜର ଭିଲ୍ଲାକୁ ହୋମଷ୍ଟେ ଭାବେ ଅତିଥିଙ୍କୁ ଦେଉଥିବାରୁ ଗୋଆର ପର୍ଯ୍ୟଟନ ବିଭାଗ ତାଙ୍କୁ ନୋଟିସ କରିଛି। ୧୮ ନଭେମ୍ବରରେ ଯୁବରାଜଙ୍କୁ ଗୋଆ ପର୍ଯ୍ୟଟନ ବିଭାଗ ପଠାଇଥିବା ନୋଟିସରେ ୮ ଡିସେମ୍ବର ଦିନ ୧୧ଟା ବେଳକୁ ହାଜର ହେବାକୁ କହିଛି। ଏହି ସମୟରେ ବିଭାଗ ତାଙ୍କର ବୟାନ […]

yuvraj

yuvraj

Hemant Lenka
  • Published: Tuesday, 22 November 2022
  • Updated: 22 November 2022, 09:22 PM IST

Sports

Latest News

ପାଣାଜୀ: ଅଡ଼ୁଆରେ ଟିମ ଇଣ୍ଡିଆ ପୂର୍ବତନ କ୍ରିକେଟର ଯୁବରାଜ ସିଂହ। ବ୍ୟକ୍ତିଗତ ଭାବେ ହାଜର ହୋଇ ତାଙ୍କୁ ପକ୍ଷ ରଖିବାକୁ ନୋଟିସ କରିଛନ୍ତି ଗୋଆ ସରକାର। ବିନା ପଞ୍ଜିକରଣରେ ଯୁବରାଜ ନିଜର ଭିଲ୍ଲାକୁ ହୋମଷ୍ଟେ ଭାବେ ଅତିଥିଙ୍କୁ ଦେଉଥିବାରୁ ଗୋଆର ପର୍ଯ୍ୟଟନ ବିଭାଗ ତାଙ୍କୁ ନୋଟିସ କରିଛି।

୧୮ ନଭେମ୍ବରରେ ଯୁବରାଜଙ୍କୁ ଗୋଆ ପର୍ଯ୍ୟଟନ ବିଭାଗ ପଠାଇଥିବା ନୋଟିସରେ ୮ ଡିସେମ୍ବର ଦିନ ୧୧ଟା ବେଳକୁ ହାଜର ହେବାକୁ କହିଛି। ଏହି ସମୟରେ ବିଭାଗ ତାଙ୍କର ବୟାନ ରେକର୍ଡ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କି ନାହିଁ, ତା’ର ନିଷ୍ପତ୍ତି ନେବ।

ଗୋଆର ମୋରଜିମରେ ଯୁବରାଜ ସିଂହଙ୍କ ମାଲିକାରେ ଗୋଟିଏ ଭିଲ୍ଲା ରହିଛି। ହେଲେ ସେ କିଛି ଦିନ ହେଲା ଏହି ଭିଲ୍ଲାକୁ ବିନା ପଞ୍ଜିକରଣରେ ହୋମଷ୍ଟେ ଭାବେ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି। ନିୟମ ଅନୁସାରେ, କୌଣସି ସମ୍ପତ୍ତିକୁ ହୋମଷ୍ଟେ ଭାବେ ବ୍ୟବହାର କରିବା ପୂର୍ବରୁ ଏହାକୁ ପର୍ଯ୍ୟଟନ ବିଭାଗ ଅଧୀନରେ ପଞ୍ଜିକରଣ କରିବାକୁ ପଡ଼ିବ। ଗୋଆ ରେଜିଷ୍ଟ୍ରେସନ ଅଫ ଟୁରିଷ୍ଟ ଟ୍ରେଡ ଆକ୍ଟ ୧୯୮୨ରେ ଏନେଇ ପ୍ରାବଧାନ ରହିଛି। ହେଲେ ଯୁବରାଜ ଏହାକୁ ଉଲ୍ଲଙ୍ଘନ କରିଥିବା ବିଭାଗ ଅନୁଭବ କରିଛି।

ପର୍ଯ୍ୟଟନ ବିଭାଗର ଡେପୁଟି ଡିରେକ୍ଟର ରାଜେଶ କାଲେ ନଭେମ୍ବର ୧୮ରେ ଯୁବରାଜ ସିଂହଙ୍କ ଭିଲ୍ଲା ‘କାସା ସିଂହ’ ସଂକ୍ରାନ୍ତରେ ନୋଟିସ କରିଛନ୍ତି। ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ଡିସେମ୍ବର ୮ ଦିନ ୧୧ଟା ବେଳକୁ ପକ୍ଷ ରଖିବାକୁ କୁହାଯାଇଛି। ଆଇନ ଅନୁସାରେ ପଞ୍ଜିକରଣ କରି ନଥିବାରୁ କାହିଁକି ତାଙ୍କ ଉପରେ ୧ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯିବ ନାହିଁ ବୋଲି ନୋଟିସରେ ଶ୍ରୀ ସିଂହଙ୍କୁ ପ୍ରଶ୍ନ କରାଯାଇଛି।

ନୋଟିସରେ କୁହାଯାଇଛି ଯେ “ମୋରଜିମର ଭାରଚେୱାଡା ଠାରେ ଆପଣଙ୍କର ଗୋଟିଏ ଆବାସିକ ଭିଲ୍ଲା ରହିଥିଲା। ହେଲେ ଏବେ ଏହାକୁ ଆପଣ ହୋମଷ୍ଟେ ଭାବେ ବ୍ୟବହାର କରୁଛନ୍ତି। ଏୟାରବିଏବି ଭଳି ଅନଲାଇନ ପ୍ଲାଟଫର୍ମରେ ଉକ୍ତ ଭିଲ୍ଲାକୁ ଆପଣ ହୋମଷ୍ଟେ ଭାବେ ଦର୍ଶାଇଛନ୍ତି। ଏ ସଂକ୍ରାନ୍ତରେ ଆପଣ ଟ୍ୱିଟ ମଧ୍ୟ କରି ଅତିଥିମାନଙ୍କୁ ନିମନ୍ତ୍ରଣ କରିଛନ୍ତି।

ଏସବୁ ଆମ ଦୃଷ୍ଟିକୁ ଆସିଛି। ତେଣୁ କେଉଁ ପରିସ୍ଥିତିରେ ଆପଣ ବିନା ପଞ୍ଜିକରଣରେ ଏପରି ଆତିଥ୍ୟ ଦେଉଛନ୍ତି, ତା’ର ଜବାବ ରଖିବେ।”

ପର୍ଯ୍ୟଟନ ବିଭାଗ ନୋଟିସରେ ଆହୁରି କହିଛି, ଗୋଆରେ ହୋଟେଲ, ଗେଷ୍ଟ ହାଉସ ଓ ଲଜିଂ କାର୍ଯ୍ୟକାରୀ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ପ୍ରଥମେ ଉପଯୁକ୍ତ ପ୍ଲାଟଫର୍ମରେ ଏନେଇ ପଞ୍ଜିକରଣ କରିବାକୁ ବାଧ୍ୟ। ଯେଉଁମାନେ ଏହାକୁ ଉଲ୍ଲଙ୍ଘନ କରିବେ, ସେମାନଙ୍କ ଉପରେ ଆଇନ ଅନୁଯାୟୀ ଜୋରିମାନାର ପ୍ରାବଧାନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story