ମାଲେସିଆ ମାଷ୍ଟର୍ସ ଜିତିଲେ ପି.ଭି ସିନ୍ଧୁ

ପେନଙ୍ଗ(ମାଲେସିଆ): ମାଲେସିଆ ମାଷ୍ଟର୍ସ ଗ୍ରାଁ ପ୍ରି ଏକକ ମହିଳା ବର୍ଗରେ ଚାମ୍ପିଅନ ହୋଇଛନ୍ତି ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ପି.ଭି ସିନ୍ଧୁ। ସ୍କଟଲ୍ୟାଣ୍ଡର କ୍ରୀଷ୍ଟି ଗିଲମୋରଙ୍କୁ ୨୧-୧୫, ୨୧-୯ରେ ହରାଇ ଦ୍ୱିତୀୟ ଥର ପାଇଁ ମାଲେସିଆ ମାଷ୍ଟର୍ସ ଜିତିଛନ୍ତି ସେ। ଆଉ ଏହାକୁ ମିଶାଇ ସେ ଏଯାବତ ୫ଟି ଗ୍ରାଁ ପ୍ରି ଜିତି ସାରିଲେଣି।

ସିନ୍ଧୁ ୨୦୧୩ରେ ପ୍ରଥମ ଥର ପାଇଁ ମାଲେସିଆ ମାଷ୍ଟର୍ସ ଟାଇଟଲ୍ ହାତେଇ ଥିଲେ। ମକାଓ ଓପନ୍ ଗ୍ରାଁ ପ୍ରିରେ ସେ ୨୦୧୫ରେ ହ୍ୟାଟ୍ରିକ୍ ବିଜୟ ଅର୍ଜନ କରିଥିଲେ। ୨୦୧୩, ୨୦୧୪ ଓ ୨୦୧୫ରେ ସେ ଲଗାତାର ଏହି ଟାଇଟଲ୍ ଜିତି ଥିଲେ।

ସିନ୍ଧୁ ୱାର୍ଲ୍ଡ ଚାମ୍ପିଅନସିପରେ ଦୁଇ ଥର ବ୍ରୋଞ୍ଜ ପଦକ ଜିତିଛନ୍ତି।