ପଦ ଛାଡ଼ିଲେ ଆଶୀର୍ବାଦ, ରଞ୍ଜୀବ ଓ ଓସିଏର ସମସ୍ତ କର୍ମକର୍ତ୍ତା

  କଟକ: ଓଡ଼ିଶା କ୍ରିକେଟ୍‌ ଆସୋସିଏସନ  (ଓସିଏ) ସମ୍ପାଦକ ଆଶୀର୍ବାଦ ବେହେରା ଆଜି ତାଙ୍କ ପଦ ଛାଡିଛନ୍ତି। ଏହାସହ ସଭାପତି ରଞ୍ଜୀବ ବିଶ୍ୱାଳ ସହ ଓସିଏର ସମସ୍ତ କର୍ମକର୍ତ୍ତା ପଦ ଛାଡିଛନ୍ତି। ଲୋଧା କମିଟି ସୁପାରିଶ ଆଧାରରେ ଏମାନେ ପଦ ଛାଡିଛନ୍ତି।  ଏହି ସଂକ୍ରାନ୍ତରେ ରଞ୍ଜୀବ ବିଶ୍ୱାଳ ଓଟିଭିକୁ ସୂଚନା ଦେଇଥିଲେ। ବାରବାଟୀରେ ହେବାକୁ ଥିବା ଭାରତ-ଇଂଲଣ୍ଡ ମ୍ୟାଚ୍‌ ପାଇଁ ଏକ ପରିଚାଳନା କମିଟି ଗଠନ ହୋଇଛି। ଏହାର ଅଧ୍ୟକ୍ଷ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ରହିବେ। ଓସିଏ […]

ranjib-asirbad..

ranjib-asirbad..

Rakesh Mallick
  • Published: Wednesday, 04 January 2017
  • Updated: 05 January 2017, 07:17 AM IST

Sports

Latest News

କଟକ: ଓଡ଼ିଶା କ୍ରିକେଟ୍‌ ଆସୋସିଏସନ  (ଓସିଏ) ସମ୍ପାଦକ ଆଶୀର୍ବାଦ ବେହେରା ଆଜି ତାଙ୍କ ପଦ ଛାଡିଛନ୍ତି। ଏହାସହ ସଭାପତି ରଞ୍ଜୀବ ବିଶ୍ୱାଳ ସହ ଓସିଏର ସମସ୍ତ କର୍ମକର୍ତ୍ତା ପଦ ଛାଡିଛନ୍ତି। ଲୋଧା କମିଟି ସୁପାରିଶ ଆଧାରରେ ଏମାନେ ପଦ ଛାଡିଛନ୍ତି।  ଏହି ସଂକ୍ରାନ୍ତରେ ରଞ୍ଜୀବ ବିଶ୍ୱାଳ ଓଟିଭିକୁ ସୂଚନା ଦେଇଥିଲେ।

ବାରବାଟୀରେ ହେବାକୁ ଥିବା ଭାରତ-ଇଂଲଣ୍ଡ ମ୍ୟାଚ୍‌ ପାଇଁ ଏକ ପରିଚାଳନା କମିଟି ଗଠନ ହୋଇଛି। ଏହାର ଅଧ୍ୟକ୍ଷ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ରହିବେ। ଓସିଏ ସିଇଓ ବିଦ୍ୟୁତ ନାୟକ ତାଙ୍କୁ ପରିଚାଳନାରେ ସହଯୋଗ କରିବେ। ଏହି କମିଟି ମ୍ୟାଚ ପରିଚାଳନା କରିବ।ଓସିଏର ୧୭୩ ସଦସ୍ୟ ବି ପରିଚାଳନାରେ ସହଯୋଗ କରିବେ।

ରଞ୍ଜୀବ ବିଶ୍ୱାଳ କହିଛନ୍ତି,“ଲୋଧା କମିଟି ସୁପାରିଶ ଓ ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ ଜଣାଇ ମୁଁ ମୋ ପଦ ଛାଡିଛି। ନିଶ୍ଚିତ ଭାବରେ ନୂଆ ଲୋକ  ଓ  ନୂଆ ସଭାପତି ଆସିବେ। ସେମାନେ ଓଡ଼ିଶା କ୍ରିକେଟକୁ ଆହୁରି ଆଗେଇ ନେବେ। ଏହା ମୋର ଦୃଢ଼ ବିଶ୍ୱାସ।”

ସେ କହିଛନ୍ତି,“ଅନେକ ଦିନରୁ ମୁଁ କ୍ରିକେଟ ସହିତ ଜଡ଼ିତ ଥିଲି।  ଜଣେ ଖେଳାଳି ବା ଜଣେ ପ୍ରଶାସନିକ ଅଧିକାରୀ ହିସାବରେ ଓଡ଼ିଶା କ୍ରିକେଟ ଆସୋସିଏସନ ମୋ ସାହାଯ୍ୟ ଚାହିଁଲେ ମୁଁ ସଂପୂର୍ଣ୍ଣ ଭାବରେ ସାହାଯ୍ୟ କରିବି। ନୂଆ କମିଟି ଗଠନ କରାଯାଇଛି। ୧୯ ତାରିଖରେ ହେବାକୁ ଭାରତ-ଇଂଲଣ୍ଡରେ ଖେଳରେ  ନୂଆ ଅଧ୍ୟକ୍ଷ ଦେବାଶିଷ ସାମନ୍ତରାୟ ଚାହିଁଲେ ଆମେ ତାଙ୍କୁ ସାହାଯ୍ୟ କରିବୁ। ବାରବାଟୀରେ ଖେଳ ହେଉଛି, ଏହା ଓଡ଼ିଶା ପାଇଁ ଗର୍ବ। ତାହାକୁ ସଫଳ କରିବା ପାଇଁ ସମସ୍ତଙ୍କର ଚେଷ୍ଟା ରହିବ।”

ଆଶୀର୍ବାଦ ବେହେରା କହିଛନ୍ତି,“ପଦ ଛାଡିବା ବା ଇସ୍ତଫା ଦେବା କଥା କୁହାଯିବା ଠିକ୍ ନୁହେଁ। ଇସ୍ତଫା ପାଇଁ  ସୁପ୍ରିମକୋର୍ଟ ଆମକୁ ସୁଯୋଗ ଦେଇ ନାହାନ୍ତି। ବିସିସିଆଇ ଭାଙ୍ଗିବା ସହ ସବୁ ରାଜ୍ୟ ସଂଗଠନ ଭାଙ୍ଗିଗଲା।  କୋର୍ଟ ଆମକୁ  ନିର୍ଦ୍ଦେଶ ଦେଲେ ତମେ ଆଉ କର୍ମକର୍ତ୍ତା ନୁହେଁ। କୋର୍ଟଙ୍କ ଅନୁସାରେ  ଆମେ ସମସ୍ତେ ପଦରୁ  ଇସ୍ତଫା ଦେଲୁ। ସୁପ୍ରିମକୋର୍ଟ ଦେଇଥିବା ରାୟ ଆମେ ୨ ତାରିଖରେ ପାଇଲୁ। ବାରବାଟୀରେ ମ୍ୟାଚ୍ କିପରି ସୂଚାରୁ ରୂପେ ହେବ ସେ ବାବଦରେ  ଓସିଏର ୧୮ ଜଣ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲି। ଦେବାଶିଷ ସାମନ୍ତରାୟ ସମସ୍ତ କାର୍ଯ୍ୟଭାର ସମ୍ଭାଳିବେ ବୋଲି ସମସ୍ତେ ଏକମତ ହୋଇଥିଲେ। ୱାନଡେ ମ୍ୟାଚ୍‌ ସଫଳ ହେବା ପାଇଁ ଆମେ ସମସ୍ତେ ତାଙ୍କୁ ସାହାଯ୍ୟ କରିବୁ।”

ସେ ଆହୁରି କହିଛନ୍ତି,“ଦୀର୍ଘ ଚାରି ମାସ ପୂର୍ବରୁ ମ୍ୟାଚର ପ୍ରସ୍ତୁତି ସରିଥିଲା। ଟିକେଟ ଛପା ସରି ଏବେ ବିକ୍ରି ଆରମ୍ଭ ହେଲାଣି। ଜେନାରାଲ ବଡି ମିଟିଂ ଫେବୃୟାରୀ ପ୍ରଥମ ସପ୍ତାହ ହେବ। ସେଥିରେ ନୂଆ କର୍ମକର୍ତ୍ତା ନିର୍ବାଚନ ହେବେ।”

ଦେବାଶିଷ ସାମନ୍ତରାୟ କହିଛନ୍ତି, “୨୦୦୯ ମସିହାରୁ ଯେତେବେଳେ ବାରବାଟୀ ଷ୍ଟାଡିଅମରେ ଖେଳ ହୁଏ ମୁଁ ସବୁବେଳେ ଅର୍ଗନାଇଜିଂ କମିଟିର ଚେୟାରମ୍ୟାନ ରହି ଆସିଛି। ଏହି ଦାୟିତ୍ୱ ମୋ ପାଇଁ କିଛି ନୂଆ ନୁହେଁ। ଜାନୁୟାରୀରେ ୧୯ରେ ଭାରତ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦିନିକିଆ ମ୍ୟାଚ୍‌ରେ ଖେଳାଳିଙ୍କ ନେଟ୍‌ ପ୍ରାକ୍‌ଟିସ୍‌  କରିବା, ଖେଳାଳିଙ୍କୁ ସୁରକ୍ଷା ଓ  ଓଡ଼ିଶାର ବିଭିନ୍ନ କୋଣରୁ ଆସିବାକୁ ଥିବା ଦର୍ଶକଙ୍କୁ କଣ୍ଟ୍ରୋଲ କରିବା ଦାୟିତ୍ୱ ମୋର ରହିବ।”

ସାମନ୍ତରାୟ କହିଛନ୍ତି, “ଓସିଏର ସଂପାଦକ ଆର୍ଶୀବାଦ ବେହେରା ଓ ସଭାପତି ରଞ୍ଜୀବ ବିଶ୍ୱାଳ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ ଆଗକୁ ହେବାକୁ ଥିବା ମ୍ୟାଚ୍‌ରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ।  ଏହି ମ୍ୟାଚ୍‌କୁ ନେଇ ୪ରୁ ୫ମାସ ପୂର୍ବରୁ ପ୍ରସ୍ତୁତି ହୋଇସାରିଛି। କଟକ ବାରବାଟୀରେ ୱାନଡେ ମ୍ୟାଚ ସୂଚାରୁ ରୂପେ ହେବା ନେଇ କମିଶନର ଓ ଆରଡିସି ସ୍ତରରେ ବୈଠକ ହୋଇସାରିଛି।  ଓସିଏ କର୍ମକର୍ତ୍ତାମାନେ ପଦରେ ନ  ଥିଲେ ମଧ୍ୟ ମେମ୍ବର ହିସାବରେ ତାଙ୍କର ପରାମର୍ଶ ଆବଶ୍ୟକ ପଡ଼ିବ। ମେମ୍ବର ହିସାବରେ ତାଙ୍କର ପରାମର୍ଶ ଦେବାର ମଧ୍ୟ ଅଧିକାର ଅଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story