୧୯ ବର୍ଷ ପରେ ଟପ୍‌ ୧୦୦ରୁ ବାଦ୍‌ ପଡ଼ିଲେ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ: ଭାରତ ତଥା ବିଶ୍ୱର ଭେଟରାନ ଟେନିସ୍‌ ଖେଳାଳି ଲିଆଣ୍ଡର ପେସ୍‌ଙ୍କୁ ବଡ଼ ଝଟ୍‌କା ଲାଗିଛି। ବିଶ୍ୱର ଶ୍ରେଷ୍ଠ ୧୦୦ ଜଣଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେଲା ରହି ଆସୁଥିବା ପେସ୍‌ ଏବେ ୧୦୧ ତମ ସ୍ଥାନକୁ ଖସି ଯାଇଛନ୍ତି। ଦୀର୍ଘ ୧୯ ବର୍ଷ ପରେ ପେସ୍‌ଙ୍କ ସହ ଏମିତି ଘଟିଛି। ପୂର୍ବରୁ ଏଟିପି ତାଲିକାରେ ୯୬ତମ ସ୍ଥାନରେ ଥିବା ପେସ୍‌କୁ ୫ଟି ସ୍ଥାନ ହରାଇବାକୁ ପଡ଼ିଛି। ଅନ୍ୟପକ୍ଷରେ ୮୫୬ ପଏଣ୍ଟ ସହ ପେସ୍‌ ଭାରତର ଶ୍ରେଷ୍ଠ […]

uy

uy

Hemant Lenka
  • Published: Monday, 11 November 2019
  • Updated: 11 November 2019, 06:45 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ତଥା ବିଶ୍ୱର ଭେଟରାନ ଟେନିସ୍‌ ଖେଳାଳି ଲିଆଣ୍ଡର ପେସ୍‌ଙ୍କୁ ବଡ଼ ଝଟ୍‌କା ଲାଗିଛି। ବିଶ୍ୱର ଶ୍ରେଷ୍ଠ ୧୦୦ ଜଣଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେଲା ରହି ଆସୁଥିବା ପେସ୍‌ ଏବେ ୧୦୧ ତମ ସ୍ଥାନକୁ ଖସି ଯାଇଛନ୍ତି। ଦୀର୍ଘ ୧୯ ବର୍ଷ ପରେ ପେସ୍‌ଙ୍କ ସହ ଏମିତି ଘଟିଛି। ପୂର୍ବରୁ ଏଟିପି ତାଲିକାରେ ୯୬ତମ ସ୍ଥାନରେ ଥିବା ପେସ୍‌କୁ ୫ଟି ସ୍ଥାନ ହରାଇବାକୁ ପଡ଼ିଛି।

ଅନ୍ୟପକ୍ଷରେ ୮୫୬ ପଏଣ୍ଟ ସହ ପେସ୍‌ ଭାରତର ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ୪ର୍ଥ ସ୍ଥାନରେ ରହିଛନ୍ତି। ରୋହନ ବୋପାନ୍ନା ୩୮, ଦିବିଜ ଶାରନ ୪୬ ଓ ପୂର୍ବ ରାଜା ୯୩ତମ ସ୍ଥାନରେ ରହିଛନ୍ତି। ପୂର୍ବରୁ ରାଜା ୧୦୦ ଜଣଙ୍କ ତାଲିକାରେ ନଥିଲେ। ହେଲେ ଏବେ ସେ ୮ଟି ସ୍ଥାନ ଲମ୍ଫ ମାରି ପ୍ରଥମଥର ପାଇଁ ୯୩ତମ ସ୍ଥାନରେ ପହଞ୍ଚିଛନ୍ତି।

୪୬ ବର୍ଷୀୟ ପେସ୍‌ ୨୦୦୦ ମସିହାରେ ଶେଷଥର ପାଇଁ ଟପ୍‌ ୧୦୦ ତାଲିକାରୁ ବାଦ୍‌ ପଡ଼ିଥିଲେ। ସେତେବେଳେ ତାଙ୍କ ରାଙ୍କ ୧୧୮ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos