ବିଶ୍ୱକପ୍‌ରୁ ବିଦା ହେବା ପରେ ଆଇସିସିକୁ ଦୋଷ ଦେଲା ପାକିସ୍ତାନ

ଲଣ୍ଡନ: ଚଳିତ ବିଶ୍ୱକପ୍‌ ସେମିଫାଇନାଲ୍‌କୁ ଯିବାର ଯୋଗ୍ୟତା ଅର୍ଜନ କରିବାରେ ପାକିସ୍ତାନ ବିଫଳ ହୋଇଛି। ଗତକାଲି ବାଂଲାଦେଶକୁ ପାକିସ୍ତାନ ହରାଇ ଥିଲେ ହେଁ ନେଟ୍‌ ରନ୍‌ ରେଟ୍‌ କାରଣରୁ ଦଳକୁ ୫ମ ସ୍ଥାନରେ ରହିବାକୁ ପଡ଼ିଛି। ଏବେ ପାକିସ୍ତାନ ବିଶ୍ୱକପ୍‌ରୁ ବାଦ ପଡ଼ିବା ପରେ ଦଳର କୋଚ୍‌ ମିକି ଆର୍ଥର ଆଇସିସିକୁ ପରୋକ୍ଷରେ ଦୋଷ ଦେଇଛନ୍ତି। ଆର୍ଥର କହିଛନ୍ତି, :”ଆଗକୁ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟରେ ଆଇସିସି ନେଟ୍‌ ରନ୍‌ ରେଟ୍‌ ଅପେକ୍ଷା ହେଡ୍‌ ଟୁ ହେଡ୍‌ ମୁକାବିଲାକୁ […]

qqaq

qqaq

Hemant Lenka
  • Published: Saturday, 06 July 2019
  • Updated: 06 July 2019, 04:49 PM IST

Sports

Latest News

ଲଣ୍ଡନ: ଚଳିତ ବିଶ୍ୱକପ୍‌ ସେମିଫାଇନାଲ୍‌କୁ ଯିବାର ଯୋଗ୍ୟତା ଅର୍ଜନ କରିବାରେ ପାକିସ୍ତାନ ବିଫଳ ହୋଇଛି। ଗତକାଲି ବାଂଲାଦେଶକୁ ପାକିସ୍ତାନ ହରାଇ ଥିଲେ ହେଁ ନେଟ୍‌ ରନ୍‌ ରେଟ୍‌ କାରଣରୁ ଦଳକୁ ୫ମ ସ୍ଥାନରେ ରହିବାକୁ ପଡ଼ିଛି। ଏବେ ପାକିସ୍ତାନ ବିଶ୍ୱକପ୍‌ରୁ ବାଦ ପଡ଼ିବା ପରେ ଦଳର କୋଚ୍‌ ମିକି ଆର୍ଥର ଆଇସିସିକୁ ପରୋକ୍ଷରେ ଦୋଷ ଦେଇଛନ୍ତି।

ଆର୍ଥର କହିଛନ୍ତି, :"ଆଗକୁ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟରେ ଆଇସିସି ନେଟ୍‌ ରନ୍‌ ରେଟ୍‌ ଅପେକ୍ଷା ହେଡ୍‌ ଟୁ ହେଡ୍‌ ମୁକାବିଲାକୁ ବିଚାରକୁ ନେବା ଦରକାର। ଯଦି ହେଡ୍‌ ଟୁ ହେଡ୍‌ ମୁକାବିଲା ଦେଖାଯାଏ, ତା’ହେଲେ ପାକିସ୍ତାନ ଆଜି ସେମିଫାଇନାଲ ଖେଳିଥାଆନ୍ତା। କାରଣ ପାକିସ୍ତାନ ଯେଉଁ ଦୁଇଟି ଟିମ୍‌କୁ ହରାଇଛି, ସେମାନେ ସେମିଫାଇନାଲରେ ଅଛନ୍ତି। ପାକିସ୍ତାନ ଲିଗ୍‌ ପର୍ଯ୍ୟାୟରେ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡକୁ ହରାଇଥିଲା।

ହେଲେ ପାକିସ୍ତାନ ବଦଳରେ ସେମାନେ ସେମିକୁ ଯିବାର ଯୋଗ୍ୟତା ପାଇଛନ୍ତି। ଆମ ପାଖରେ ୧୧ ପଏଣ୍ଟ ଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ପାଖରେ ମଧ୍ୟ ୧୧ ପଏଣ୍ଟ ରହିଛି। ଆମେ ଯେହେତୁ ନ୍ୟୁଜିଲ୍ୟାଣ୍ଡକୁ ହରାଇଥିଲୁ, ତେଣୁ ଆମକୁ ସେମିରେ ସ୍ଥାନ ମିଳିବାର ଥିଲା।

ଆଇସିସି ଏହାକୁ ବିଚାରକୁ ନେବା ଦରକାର। ଆମେ ଜିତିକି ମଧ୍ୟ ସେମିକୁ ନ ଯିବା ଦୁର୍ଭାଗ୍ୟର ବିଷୟ। ଆମେ ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ ଠାରୁ ବୃହତ ବ୍ୟବଧାନରେ ହାରିଥିଲୁ। ଏଥିସହ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ଜିତିବାର ସୁଯୋଗ ଆମ ପାଖରେ ଥିଲେ ହେଁ ଏହା ସମ୍ଭବ ହୋଇପାରି ନଥିଲା। ଏହି ଦୁଇଟି ମ୍ୟାଚ୍‌ ପାଇଁ ଆଜି ଆମେ ୫ମ ସ୍ଥାନରେ ରହିଲୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos