ବିସିସିଆଇକୁ ଧମକ ଦେଲା ପାକିସ୍ତାନ କ୍ରିକେଟ୍‌ ବୋର୍ଡ

ଇସ୍‌ଲାମାବାଦ: ବିସିସିଆଇ ଓ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ମଧ୍ୟରେ ଦ୍ୱିପାକ୍ଷିକ ମ୍ୟାଚ୍‌କୁ ନେଇ ଚାଲିଥିବା ଟକରା ଟକରି ଆଜି ଆହୁରି ତୀବ୍ର ହୋଇଛି। ଆଜି ପାକିସ୍ତାନ କ୍ରିକେଟ୍‌ ବୋର୍ଡର ମ୍ୟାନେଜିଂ ଡାଇରେକ୍ଟର ୱାସିମ ଖାନ୍‌ କହିଛନ୍ତି,“ ଭାରତ-ପାକିସ୍ତାନ ମଧ୍ୟରେ କ୍ରିକେଟ୍‌ ମ୍ୟାଚ୍‌ ଭବିଷ୍ୟତରେ ସମ୍ଭବ ହେବ ବୋଲି ଆଶା ନାହିଁ। ପିସିବି ଏମିତି ଏକ ପରିସ୍ଥିତି ସୃଷ୍ଟି କରିବ ଯେଉଁଠି ଭାରତ ଓ ପାକିସ୍ତାନ କ୍ରିକେଟ୍‌ ମ୍ୟାଚ୍‌ ଖେଳିବେ। ଆମେ ଏବେ ଆଗକୁ ବଢ଼ିବାକୁ ଚାହୁଁଛୁ। କିନ୍ତୁ […]

pxcb

pxcb

Hemant Lenka
  • Published: Monday, 11 February 2019
  • Updated: 11 February 2019, 08:21 PM IST

ଇସ୍‌ଲାମାବାଦ: ବିସିସିଆଇ ଓ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ମଧ୍ୟରେ ଦ୍ୱିପାକ୍ଷିକ ମ୍ୟାଚ୍‌କୁ ନେଇ ଚାଲିଥିବା ଟକରା ଟକରି ଆଜି ଆହୁରି ତୀବ୍ର ହୋଇଛି। ଆଜି ପାକିସ୍ତାନ କ୍ରିକେଟ୍‌ ବୋର୍ଡର ମ୍ୟାନେଜିଂ ଡାଇରେକ୍ଟର ୱାସିମ ଖାନ୍‌ କହିଛନ୍ତି,“ ଭାରତ-ପାକିସ୍ତାନ ମଧ୍ୟରେ କ୍ରିକେଟ୍‌ ମ୍ୟାଚ୍‌ ଭବିଷ୍ୟତରେ ସମ୍ଭବ ହେବ ବୋଲି ଆଶା ନାହିଁ। ପିସିବି ଏମିତି ଏକ ପରିସ୍ଥିତି ସୃଷ୍ଟି କରିବ ଯେଉଁଠି ଭାରତ ଓ ପାକିସ୍ତାନ କ୍ରିକେଟ୍‌ ମ୍ୟାଚ୍‌ ଖେଳିବେ।

ଆମେ ଏବେ ଆଗକୁ ବଢ଼ିବାକୁ ଚାହୁଁଛୁ। କିନ୍ତୁ ଏହାର ଅର୍ଥ ନୁହେଁ ଭାରତ ସହ ମ୍ୟାଚ୍‌ ଖେଳିବାକୁ ଆମେ ସବୁ ବେଳେ ଅପେକ୍ଷା କରି ବସିଥିବୁ। ଭାରତ-ପାକିସ୍ତାନ ମ୍ୟାଚ୍‌ ଏକ ଚ୍ୟାଲେଞ୍ଜିଙ୍ଗ ବ୍ୟାପାର। ତେଣୁ ଏହା ଏବେ ଶେଷ ହେବ ବୋଲି ଆଶା ନାହିଁ। ଏବେ ଭାରତରେ ନିର୍ବାଚନ ଆସୁଛି। ତେଣୁ ଏପରି ସ୍ଥିତିରେ ଭାରତ-ପାକିସ୍ତାନ ମ୍ୟାଚ୍‌ କେବେ ହେଇ ପାରିବ ନାହିଁ। ତଥାପି ଆମେ ଚେଷ୍ଟା କରୁଛୁ।

ଭାରତକୁ ଆଲୋଚନା ପାଇଁ ଡାକିବୁ ଏବଂ ମ୍ୟାଚ୍‌ ଖେଳିବାକୁ କହିବୁ। ଆମେ ଭାରତକୁ ଅନେକ ଥର ଖେଳିବାକୁ ନିମନ୍ତ୍ରଣ କରିଛୁ। ହେଲେ ସେମାନେ ଶୁଣୁ ନାହାନ୍ତି। ଏବେ ଆମେ ଏମିତି ପରିସ୍ଥିତି ସୃଷ୍ଟି କରିବୁ ଯେଉଁଠି ଭାରତ ଆମ ସହ ମ୍ୟାଚ୍‌ ଖେଳିବା ପାଇଁ ଅନୁରୋଧ କରିବ। ଆମେ ଭାରତକୁ ଅପେକ୍ଷା କରି ଆମ ଦେଶର ଖେଳାଳିଙ୍କ ବିକାଶକୁ ଅଣଦେଖା କରିପାରିବୁ ନାହିଁ। ଆମ କ୍ରିକେଟ୍‌ର କେମିତି ବିକାଶ ହେବ, ଆମେ ତାକୁ ଅଧିକ ଗୁରୁତ୍ୱ ଦେବୁ।”

ଭାରତ ଓ ପାକିସ୍ତାନ ମଧ୍ୟରେ ୨୦୧୩ ଜାନୁଆରୀରୁ କୌଣସି ଦ୍ୱିପାକ୍ଷିକ ସିରିଜ୍‌ ହୋଇନାହିଁ। ତେବେ ଆଇସିସିର ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ଉଭୟ ଦେଶ ମୁହାଁମୁହିଁ ହେବାର ନଜିର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos