ଦକ୍ଷିଣ ଆଫ୍ରିକା ଖେଳାଳିଙ୍କୁ ‘ଆବେ କାଳିଆ’ କହି ଅଡ଼ୁଆରେ ପାକ୍‌ ଅଧିନାୟକ

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ମଧ୍ୟରେ ମଙ୍ଗଳବାର ରାତିରେ ଶେଷ ହୋଇଥିବା ଦ୍ୱିତୀୟ ଦିନିକିଆରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ୱିକେଟ୍‌ କିପିଂ କରିଥିବା ପାକ୍‌ ଅଧିନାୟକ ସର୍ଫରାଜ ଅହମ୍ମଦ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ଆନ୍ଦିଲେ ଫେଳୁକାଓଙ୍କ ପ୍ରତି ବର୍ଣ୍ଣବୈଷମ୍ୟବାଦୀ ଟିପ୍ପଣୀ ଦେଇଛନ୍ତି। ଫେଳୁକାଓ ଜବରଦସ୍ତ ଖେଳ ପ୍ରଦର୍ଶନ କରି ପାକିସ୍ତାନ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ। ଏଥିସହ ୫ଟିକିଆ ଦିନିକିଆ ସିରିଜ୍‌ ଏବେ ୧-୧ରେ ବରାବର ହୋଇଯାଇଛି। କିନ୍ତୁ ଫେଳୁକାଓ ବ୍ୟାଟିଂ କରୁଥିବା ବେଳେ ୱିକେଟ୍‌ ପଛରେ ରହି ସର୍ଫରାଜ ତାଙ୍କୁ ଅତ୍ୟନ୍ତ ଅସଭ୍ୟ ଭାଷାରେ ଚିଡ଼ାଇବାକୁ ଚେଷ୍ଟା କରିଥିଲେ। ଷ୍ଟମ୍ପରେ ଲାଗିଥିବା ମାଇକ୍‌ ଦ୍ୱାରା ଏହା ରେକର୍ଡ ମଧ୍ୟ ହୋଇଛି।

ରେକର୍ଡିଂ ଅନୁଯାୟୀ, ସର୍ଫରାଜ କହୁଛନ୍ତି “ଆବେ କାଳିଆ, ଆଜି ତୋ ମା’ କୋଉଠି ବସିଛନ୍ତି? ଆଜି କ୍ରିଜରେ ତିଷ୍ଠି ରହିବାକୁ ତୁ ମା’ଙ୍କୁ କି ପ୍ରାର୍ଥନା କରିବାକୁ କହିଛୁ?”

ଏହି ସମୟରେ ମାଇକ୍‌ ହାୟସମ୍ୟାନ୍‌ ଓ ରମିଜ୍‌ ରାଜା କମେଣ୍ଟ୍ରୀ କରୁଥିଲେ। ମାଇକ୍‌ ଏକଥା ଶୁଣିବା ପରେ ଇଂରାଜୀରେ ଏହାକୁ ଟ୍ରାନସଲେଟ୍‌ କରିବାକୁ ରମିଜ୍‌ଙ୍କୁ କହିଥିଲେ। କିନ୍ତୁ ପାକିସ୍ତାନର ଏହି ଚତୁର କମେଣ୍ଟେଟର ଏପରି କରି ନଥିଲେ। ରମିଜ କହିଥିଲେ, “ ଏହାକୁ ଟ୍ରାନ୍ସଲେସନ୍‌ କରିବା ବହୁତ କଷ୍ଟ। ଏହା ବହୁତ ଲମ୍ବା ବାକ୍ୟ।” ଏହାପରେ ସେ ବହୁତ ଜୋରରେ ହସିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଆଇସିସି ସର୍ଫରାଜଙ୍କ ଏହି ବର୍ଣ୍ଣବୈଷମ୍ୟବାଦୀ ମନ୍ତବ୍ୟ ପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିବାକୁ ବିଚାର କରୁଥିବା ଜଣାପଡ଼ିଛି।

ଦେଖନ୍ତୁ ଭିଡିଓ

ଆହୁରି ପଢ଼ନ୍ତୁ

‘ଦେଶର ପ୍ରତି ନାଗରିକଙ୍କୁ ଦିଆଯିବ ହେଲ୍‌ଥ ଆଇଡି କାର୍ଡ’

ହରିୟାନାରୁ ଆସି ଅନୁଗୋଳରୁ ଲୁଟିଲେ ୨୭ ଲକ୍ଷ; ଛତିଶଗଡ଼ରୁ ଧରା ପଡ଼ିଲେ

କ୍ୱାରେଣ୍ଟାଇନରେ ରହିବେ ୨ କ୍ୟାବିନେଟ ମନ୍ତ୍ରୀ

‘ଜିଲ୍ଲାପାଳ’ କ୍ଷମତା ଥିବା କହି ଭାଙ୍ଗିଦେଲେ ୬ ଅର୍ଦ୍ଧ ନିର୍ମିତ ଘର

ଅଙ୍କିତାଙ୍କ ୪.୫ କୋଟିର ଫ୍ଲାଟ ପାଇଁ ଇଏମଆଇ ଦେଉଥିଲେ ସୁଶାନ୍ତ ସିଂହ ରାଜପୁତ!

ବରିଷ୍ଠ ପୁଲିସ ଅଫିସରସ୍ତରରେ ବଦଳି; କିଏ କେଉଁଠିକି ଗଲେ ପଢ଼ନ୍ତୁ

ଦେଢ଼ ବର୍ଷର ପୁଅକୁ କଚାଡ଼ି ମାରିଦେଲା ବାପା!

କରୋନାରେ ଆକ୍ରାନ୍ତ କଣ୍ଠଶିଳ୍ପୀ ବାଲାସୁବ୍ରମଣିୟମଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ଆଇସିୟୁରେ ଭର୍ତ୍ତି

‘ଗଞ୍ଜାମରେ କମୁଛି କରୋନା ସଂକ୍ରମଣ’

ପୁଣି ପଦାରେ ପଡ଼ିଲା ବିଏମସିର କୋଭିଡ୍ ପରିଚାଳନା, ପଜିଟିଭ୍ କି ନେଗେଟିଭ୍ ଦ୍ୱନ୍ଦ୍ୱରେ ମହିଳା

ଆସ୍ଥା ଭୋଟ୍‌ ଜିତିଲେ ଗେହଲଟ ସରକାର, ବିଜେପିକୁ ଜବାବ ଦେଲେ ପାଇଲଟ୍‌

‘କେସ ପଛେ ଖାଇବୁ, ନିଶ୍ଚିତ ଗଣେଶ ପୂଜା କରିବୁ’